ETV Bharat / sports

T20 WC: ଜାତୀୟ ସଙ୍ଗୀତ, ଆଫଗାନ ପତାକା ପରିବର୍ତ୍ତନ ଚାହୁଁଥିଲା ତାଲିବାନ

author img

By

Published : Nov 6, 2021, 10:51 PM IST

Taliban wanted ICC to replace Afghan flag, make changes to national anthem
T20 WC: ଜାତୀୟ ସଙ୍ଗୀତ, ଆଫଗାନ ପତାକା ପରିବର୍ତ୍ତନ ଚାହୁଁଥିଲା ତାଲିବାନ

ଆଫଗାନିସ୍ତାନର ଜାତୀୟ କ୍ରିକେଟ ଟିମ ସୌଭାଗ୍ୟକ୍ରମେ UAEରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ବକପରେ ଅଂଶଗ୍ରହଣ କରିପାରିଛି । ତେବେ ପରବର୍ତ୍ତୀ ସମୟରେ ୧୧ଜଣିଆ ସ୍କ୍ବାଡ୍‌ ବୋଧହୁଏ ବିଶ୍ବକପ୍‌ ଭଳି ହାଇ ପ୍ରୋଫାଇଲ ଇଭେଣ୍ଟରେ ପ୍ରତିନ୍ଦନ୍ଦ୍ବିତା କରିନପାରେ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଫଗାନିସ୍ତାନର ଜାତୀୟ କ୍ରିକେଟ ଟିମ ସୌଭାଗ୍ୟକ୍ରମେ UAEରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ବକପରେ ଅଂଶଗ୍ରହଣ କରିପାରିଛି । ତେବେ ପରବର୍ତ୍ତୀ ସମୟରେ ୧୧ଜଣିଆ ସ୍କ୍ବାଡ୍‌ ବୋଧହୁଏ ବିଶ୍ବକପ୍‌ ଭଳି ହାଇ ପ୍ରୋଫାଇଲ ଇଭେଣ୍ଟରେ ପ୍ରତିନ୍ଦନ୍ଦ୍ବିତା କରିନପାରେ । କାରଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏଯାବତ ଚୁଡାନ୍ତ ନିଷ୍ପତ୍ତି କରିନାହିଁ ଯେ ଆଫଗାନ ଟିମକୁ ନିଲମ୍ବିତ କରାଯିବ କିମ୍ବା ଖେଳିବାକୁ ଅନୁମତି ଦିଆଯିବ ।

କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ, ICC ବଳପୂର୍ବକ ଆଫଗାନିସ୍ତାନର କ୍ଷମତା ହାତେଇଥିବା ତାଲିବାନକୁ ଚିହ୍ନେ ନାହିଁ । ଏକ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଜଣାପଡିଛି ଯେ, ଅଗଷ୍ଟ ୧୫ରେ ତାଲିବାନ କାବୁଲ କବଜା କରିବା ପୂର୍ବରୁ ICC ଟି-୨୦ ବିଶ୍ବକପ ଚୂଡାନ୍ତ ସୂଚୀ ପ୍ରସ୍ତୁତ କରିସାରିଥିଲା । ଫଳରେ ଶେଷ ମୂହୂର୍ତ୍ତରେ ଟିମକୁ ଅଯୋଗ୍ୟ ଘୋଷିତ କରିପାରିଲା ନାହିଁ ।

ତାଲିବାନ ମଧ୍ୟ ICC ଠାରୁ ଅନେକ କିଛି ପରିବର୍ତ୍ତନ ଚାହୁଁଥିଲା । କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ଆଫଗାନ ପତାକା ବଦଳରେ ତାଲିବାନର ପତାକା ଓ ଦେଶର ଜାତୀୟ ସଙ୍ଗୀତ ବଦଳାଇବାକୁ ଅନୁରୋଧ କରିଥିଲା ତାଲିବାନ ।

ବିନା ମ୍ୟୁଜିକରେ ଖେଳାଳିମାନେ ଜାତୀୟ ସଙ୍ଗୀନ ଗାନ କରନ୍ତୁ ବୋଲି ତାଲିବାନ ଚାହୁଁଥିଲା । ଏହା କହିଛନ୍ତି ଆଫଗାନ କ୍ରିକେଟ ବୋର୍ଡର ଜଣେ ଅଧିକାରୀ । ତେବେ ଉଭୟ ପକ୍ଷ ସମୟ ପୂର୍ବରୁ ସମାଧାନ ସ୍ଥିତିରେ ପହଞ୍ଚିଯାଇଥିଲେ । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହାପରେ ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଆଫଗାନକୁ ଗ୍ରୀନ ସିଗନାଲ ଦେଇଥିଲା ICC ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.