ETV Bharat / sports

ଋଷଭ ପନ୍ତଙ୍କୁ କୋରୋନା, ଷ୍ଟାଡିୟମରେ ଦେଖିଥିଲେ Euro 2020 ମ୍ୟାଚ୍‌

author img

By

Published : Jul 15, 2021, 3:06 PM IST

ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

Pant tests positive for Covid-19, lax BCCI under scrutiny
ଋଷଭ ପନ୍ତଙ୍କୁ କୋରୋନା, ଷ୍ଟାଡିୟମରେ ଦେଖିଥିଲେ Euro 2020 ଫୁଟବଲ ମ୍ୟାଚ୍‌

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାଇଁ ବୁମେରାଂ ହୋଇଛି ନିଜର ନିଷ୍ପତ୍ତି । ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ ପରେ ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ୟୁକେରେ ରହିଛନ୍ତି ଭାରତୀୟ ଖେଳାଳି । ଏହି ସମୟ ମଧ୍ୟରେ ଖେଳାଳିଙ୍କୁ 3 ସପ୍ତାହରେ ବ୍ରେକ ମିଳିଥିଲା ଓ ବୋର୍ଡ ଖେଳାଳିଙ୍କୁ ସ୍ପୋର୍ଟିଂ ଭେନ୍ୟୁ ସହ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ପ୍ରଦାନ କରିଥିଲା ।

ମାତ୍ର ଏହି ନିଷ୍ପତ୍ତି ଖେଳାଳିଙ୍କୁ COVID ସଂକ୍ରମଣର କାରଣ ହୋଇଛି । ପନ୍ତଙ୍କ ରିପୋର୍ଟ ପଜିଟିଭ ଜଣାପଡିଛି ଓ ଦ୍ବିତୀୟ ଟେଷ୍ଟ ଜୁଲାଇ 18ରେ ହେବ । ଜଣେ ଭାରତୀୟ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖବର ପ୍ରଥମ ସାମ୍ନାକୁ ଆସିଥିଲା । ବିସିସିଆଇ କୌଣସି ଖେଳାଳିଙ୍କ ନାମ ପ୍ରଥମେ ଖୁଲାସା କରିନଥିଲା । ମାତ୍ର ପରେ ଔପଚାରିକ ଭାବେ ସଂକ୍ରମିତ ଚିହ୍ନଟ ହୋଇଥିବା ଖେଳାଳି ପନ୍ତ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

Pant tests positive for Covid-19, lax BCCI under scrutiny
ସାଥୀଙ୍କ ସହ Euro 2020 ଷ୍ଟାଡିୟମରେ ପନ୍ତ

ଫଳରେ ଗୁରୁବାର ଠାରୁ ଦୁରହମରେ ଆରମ୍ଭ ହେବାକୁ ଯାଉଥିବା କ୍ୟାମ୍ପ୍‌ରେ ଟିମ ସହ ଯୋଗ ଦେବେ ନାହିଁ । ପନ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ମଧ୍ୟ ସୂଚନା ରହିଛି ।

ଜୁନ 29ରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା Euro 2020 ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ ଦେଖିବାକୁ ୱିମ୍ବଲେ ଷ୍ଟାଡିୟମ ପହଞ୍ଚିଥିଲେ ପନ୍ତ । ସେଠାରେ ପନ୍ତ ମ୍ୟାଚ୍‌ ଦେଖିବା ସହ ଦର୍ଶକ ଗ୍ୟାଲେରୀରେ କିଛି ସାଥୀଙ୍କ ସହ ନଜର ଆସିଥିଲେ ଓ ଏହି ସମୟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ହନୁମା ବିହାରୀ ଓ ଜଶପ୍ରୀତ ବୁମାରା ମଧ୍ୟ Euro 2020 ଫୁଟବଲ ମ୍ୟାଚ ଦେଖିବାକୁ ୱିମ୍ବଲେ ଷ୍ଟାଡିୟମ ଯାଇଥିଲେ । ଟିମର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ମଧ୍ୟ ୱିମ୍ବଲଡନ ମ୍ୟାଚରେ ଦେଖାଯାଇଛି ।

ଅଗଷ୍ଟ-ସେପ୍ଟେମ୍ବରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.