ETV Bharat / sports

T20 WORLD CUP: ଟସ୍‌ ଜିିତିଲା ପାକିସ୍ତାନ, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Oct 24, 2021, 7:08 PM IST

Updated : Oct 24, 2021, 7:31 PM IST

T 20 WORLD CUP 2021: pakistan won the toss elect to bowl first  against india
T20 WORLD CUP: ଟସ୍‌ ଜିିତିଲା ପାକିସ୍ତାନ, ଭାରତକୁ ବ୍ୟାଟିଂ ଆମନ୍ତ୍ରଣ

ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଓ ଟିମ ଇଣ୍ଡିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ...

ଦୁବାଇ: ଆଉ ମାତ୍ର କିଛି ସମୟ ପରେ ଆରମ୍ଭ ହେବ ଭାରତ ଓ ପାକିସ୍ତାନ କ୍ରିକେଟ ଟିମ ମଧ୍ୟରେ ମହାମୁକାବିଲା । ଚଳିତ ଟି-୨୦ ବିଶ୍ବକପ ୨୦୨୧ରେ ପ୍ରଥମ ମ୍ୟାଚ୍‌ ଖେଳିବ ଟିମ ଇଣ୍ଡିଆ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ଭାରତ ସାମ୍ନାରେ ରହିଛି ।

ପାକିସ୍ତାନ ମଧ୍ୟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛି । ଫଳରେ ଉଭୟ ଟିମ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ।

ଟସ୍‌ ଜିତି ପାକିସ୍ତାନ କ୍ୟାପଟେନ ବାବର ଆଜମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଓ ଟିମ ଇଣ୍ଡିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୂଡାନ୍ତ ଏକାଦଶ:

ଭାରତ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(କ୍ୟାପଟେନ୍‌), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଜଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ ।

ପାକିସ୍ତାନ: ବାବର ଆଜମ(କ୍ୟାପଟେନ୍‌), ମହମ୍ମଦ ରିଜୱାନ(ୱିକେଟ କିପର), ପଖର ଜମନ, ମହମ୍ମଦ ହଫିଜ, ସୋଏବ ମଲିକ, ଆସିଫ ଅଲି, ଇମାଦ ୱାସିମ, ସଦାବ ଖାନ, ହାସନ ଅଲୀ, ହାରିସ ରୌଫ, ସାହିନ ଆଫ୍ରିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 24, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.