ETV Bharat / sports

Asia Cup 2023: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ କ୍ୟାମ୍ପ୍‌ରେ ବୁମ୍‌ରା

author img

By ETV Bharat Odisha Team

Published : Sep 8, 2023, 10:42 PM IST

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ କ୍ୟାମ୍ପ୍‌ରେ ବୁମ୍‌ରା
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ କ୍ୟାମ୍ପ୍‌ରେ ବୁମ୍‌ରା

ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଦଳକୁ ଫେରିଲେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମରା । ପତ୍ନୀ ପୁତ୍ର ସନ୍ତାନ ଜନ୍ମ କରିବା ଖବର ପାଇ ଫେରିଯାଇଥିଲେ ଭାରତ । ଅଧିକ ପଢ଼ନ୍ତୁ

କଲମ୍ବୋ: ଶ୍ରୀଲଙ୍କାରେ ଜାରି ରହିଥିବା ଏସିଆ କପ୍‌ ୨୦୨୩ ସୁପର-୪ ପର୍ଯ୍ୟାୟରେ ଆସନ୍ତା ରବିବାର ଖେଳାଯିବ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ । ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପୁଣିଥରେ ମୈଦାନକୁ ଓହ୍ଲାଇବ ଭାରତ । ତେବେ ପୁଣିଥରେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମକୁ ଫେରିଛନ୍ତି ସ୍ପିଡ୍‌ଷ୍ଟାର୍‌ ଯଶପ୍ରୀତ ବୁମରା । କିଛିଦିନ ତଳେ ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ଏହି ଖବର ପାଇ ହଠାତ ମୁମ୍ବାଇ ଫେରିଆସିଥିଲେ । ଦଳର ପ୍ରମୁଖ ବୋଲର ହଠାତ୍ ଏଭଳି ଭାରତ ଫେରିବା ପରେ ଦଳକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜଣନ୍ତୁ କାରଣ

ତେବେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମରା ଶୁକ୍ରବାର ପୁଣିଥରେ ଭାରତୀୟ କ୍ରିକେଟ କ୍ୟାମ୍ପକୁ ଫେରିଛନ୍ତି । ଆସନ୍ତା ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରହିଥିବାବେଳେ ବୁମରା ଦଳରେ ପୁଣିଥରେ ସାମିଲ ହେବାପରେ ଦଳକୁ କ୍ଷତି ହୋଇପାରେ ବୋଲି ଯୋଗୁଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଏହି ଖବର ମିଳିବାପରେ ପ୍ରଶଂସକ ମଧ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି । କାରଣ ବର୍ତ୍ତମାନ ଦିନିକିଆ କ୍ରିକେଟ୍‌ରେ ପାକିସ୍ତାନ ଆଇସିସି ମାନ୍ୟତାରେ ନମ୍ବର ୧ ସ୍ଥାନରେ ରହିଛି । ସେପଟେ ପ୍ରଥମେ ଗ୍ରୁପ୍‌ ପର୍ଯ୍ୟାୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ପାକିସ୍ତାନର ପ୍ରଭାବୀ ବୋଲିଂ ଲାଇନ୍‌ ଅପ୍‌ ଆଗରେ ଭାରତୀୟ ବ୍ୟାଟର ଅନେକ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବାପା ହେଲେ ଯଶପ୍ରୀତ ବୁମରା, ଶିଶୁପୁତ୍ର ଜନ୍ମ ଦେଲେ ପତ୍ନୀ

ତେବେ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ ପର୍ଯ୍ୟାୟରେ ଖେଳାଯାଇଥିବା ବହୁ ପ୍ରତିକ୍ଷୀତ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଯାଇଥିଲା । ଯେଉଁଥିପାଇଁ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି । ବର୍ଷା ପାଇଁ ପୁଣି ଥରେ ଯେମିତି ମ୍ୟାଚ୍ ପ୍ରଭାବିତ ନହେଉ, ସେଥିପାଇଁ ଚିନ୍ତାରେ କ୍ରିକେଟପ୍ରେମୀ । ପୂର୍ବ ମ୍ୟାଚ୍‌ରେ ପ୍ରବଳ ବର୍ଷା ଯୋଗୁଁ ଦ୍ବିତୀୟ ପାଳି ଆଦୌ ଆରମ୍ଭ ହୋଇପାରିନଥିଲା । ଏହି ମ୍ୟାଚରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ବିଜୟ ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନ ଦଳ ବ୍ୟାଟିଂ କରିପାରିନଥିଲା । ଫଳରେ ମ୍ୟାଚକୁ ବାତିଲ କରାଯିବା ସହ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରିଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.