ETV Bharat / sports

Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜଣନ୍ତୁ କାରଣ

author img

By ETV Bharat Odisha Team

Published : Sep 3, 2023, 10:55 PM IST

ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା
ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା

ଏସିଆ କପ୍‌ ୨୦୨୩ ଜାରି ରହିଥିବା ବେଳେ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା । ମିଳିଥିବା ସୂଚନା ଅନୁସାରେ ଶ୍ରୀଲଙ୍କାରୁ ହଠାତ ଭାରତ ଫେରିଆସିଛନ୍ତି ଦଳର ଷ୍ଟାର ବୋଲର ଯଶ୍‌ପ୍ରୀତ ବୁମରା । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଶ୍ରୀଲଙ୍କାରେ ଏସିଆ କପ୍ ଖେଳୁଥିବା ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟ୍‌କା । ମିଳିଥିବା ସୂଚନା ଅନୁସାରେ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରା ଅଚାନକ ଶ୍ରୀଲଙ୍କାରୁ ମୁମ୍ବାଇ ଫେରି ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଯଶପ୍ରୀତ ବୁମରା ନିଜର ବ୍ୟକ୍ତିଗତ କାରଣ ପାଇଁ ଶ୍ରୀଲଙ୍କାରୁ ଭାରତ ଫେରିଛନ୍ତି । ଯଦିଓ କଲମ୍ବୋରୁ ସେ କଣ ପାଇଁ ଏଭଳି ହଠାତ୍ ଫେରିଲେ ସେନେଇ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ, କିନ୍ତୁ ସୁପର ୪ ରେସ୍‌ରେ ଥିବା ଭାରତ ସୋମବାର ନେପାଳ ବିପକ୍ଷରେ ମ୍ୟାଚ୍‌ ଖେଳିବା ପୂର୍ବରୁ ଦଳର ଷ୍ଟାର ବୋଲର ଭାରତ ଫେରିଆସିବା ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।

ଶନିବାର ଏସିଆ କପ୍‌ରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ରହିଥିଲା । ପାକିସ୍ତାନ ବିପକ୍ଷରେ ଭରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବୁମରା ବ୍ୟାଟିଂ କରିବାକୁ ଆସିଥିଲେ । ସେଥିରେ ବେଶ ଲୟରେ ବ୍ୟାଟିଂ କରିଥିଲେ ବୁମରା । ଏପରିକି ସେ ଭାରତ ପାଇଁ ତୃତୀୟ ସର୍ବାଧିକ ରନ ସଂଗ୍ରହକାରୀ ରହିଛଥିଲେ । ତେବେ ବର୍ଷା ଯୋଗୁଁ ବୁମରାଙ୍କୁ ବୋଲିଂ କରିବାର ସୁଯୋଗ ମିଳିନଥିଲା । ସୋମବାର ଭାରତୀୟ ଦଳ ନେପାଳ ବିପକ୍ଷରେ ଖେଳିବ । ଏହାପରେ ସୁପର-୪ ରାଉଣ୍ଡ ମ୍ୟାଚ୍ ମଧ୍ୟ ଖେଳାଯିବ । ଆସନ୍ତା ସେପ୍ଟେମ୍ବର ୬ରୁ ଏସିଆ କପ୍ ସୁପର-୪ ଷ୍ଟେଜ୍‌ର ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ ବୁମରା ମୁମ୍ବାଇ ଫେରିବା ପଛର କାରଣ କଣ ତାହା ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କୁହାଯାଉଛି ଯେ, ପାରିବାରିକ କାରଣରୁ ବୁମରା ଘରକୁ ଫେରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ବର୍ଷା ସମ୍ଭାବନା, ସୁପର-୪କୁ ଯିବ ତ ଭାରତ ?

ତେବେ ଯଶପ୍ରୀତ ବୁମରା ସୁପର-୪ ପର୍ଯ୍ୟାୟ ମ୍ୟାଚ୍‌ ବେଳକୁ ପୁନର୍ବାର ବୁମରା ଟିମ ସହିତ ଯୋଗଦେବେ । ସୁପର-୪ର ପ୍ରଥମ ମୁକାବିଲା ସେପ୍ଟମ୍ବର ୬ରେ ଖେଳାଯିବ । ଏହି ପର୍ଯ୍ୟାୟକୁ ଉନ୍ନିତ ହେବା ପାଇଁ ନେପାଳକୁ ଭାରତକୁ ନିହାତି ହରାଇବାକୁ ପଡିବ । ଯଦି ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଯାଏ, ତେବେ ମଧ୍ୟ ଭାରତ ସୁପର ୪ରେ ପ୍ରବେଶ କରିବ ବୋଲି ଜଣାପଡ଼ିଛି । ତେବେ ନେପାଳ ବିପକ୍ଷ ମ୍ୟାଚରେ ବୁମରାଙ୍କ ସ୍ଥାନରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଖେଳିବାର ସୁଯୋଗ ପାଇପାରନ୍ତି । ଆହତ ଯୋଗୁଁ ୧୩ ମାସ ପରେ ବୁମରା ଦିନିକିଆ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ବର୍ଷା ଯୋଗୁ କାଲି ପାକିସ୍ତାନ ବିପକ୍ଷ ମ୍ୟାଚରେ ବୋଲିଂ କରିପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.