ETV Bharat / sports

ବାପା ହେଲେ ଯଶପ୍ରୀତ ବୁମରା, ଶିଶୁପୁତ୍ର ଜନ୍ମ ଦେଲେ ପତ୍ନୀ

author img

By ETV Bharat Odisha Team

Published : Sep 4, 2023, 12:50 PM IST

Jasprit Bumrah becomes father
Jasprit Bumrah becomes father

ବାପା ହେଲେ ଷ୍ଟାର ବୋଲର ଯଶପ୍ରୀତ ବୁମରା । ଶିଶୁପୁତ୍ର ଜନ୍ମ ଦେଲେ ପତ୍ନୀ ସଞ୍ଜନା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବାପା ହେଲେ ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରା । ଆଜି ବୁମରାଙ୍କ ପତ୍ନୀ ସଞ୍ଜନା ଗନେଶନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ଫ୍ୟାନ୍ସଙ୍କୁ ଏକ୍ସ ମାଧ୍ୟରେ ଖୁସି ଖବର ଦେଇଛନ୍ତି ବୁମରା । ଶିଶୁପୁତ୍ରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ନବଜାତ ଶିଶୁପୁତ୍ର, ବୁମରା ଓ ତାଙ୍କ ସ୍ତ୍ରୀର ହାତ ରହିଛି ।

  • Our little family has grown & our hearts are fuller than we could ever imagine! This morning we welcomed our little boy, Angad Jasprit Bumrah into the world. We are over the moon and can’t wait for everything this new chapter of our lives brings with it ❤️ - Jasprit and Sanjana pic.twitter.com/j3RFOSpB8Q

    — Jasprit Bumrah (@Jaspritbumrah93) September 4, 2023 " class="align-text-top noRightClick twitterSection" data=" ">

ବୁମରା ଏକ୍ସରେ କହିଛନ୍ତି ଯେ, ଆମ ଛୋଟ ପରିବାର ବଡ଼ ହୋଇଛି ଏବଂ ଆମ ଯେତିକି ଭାବିଥିଲୁ ତାହାଠାରୁ ଅଧିକ ଖୁସି ଅଛୁ । ଆଜି ସକାଳ ସମୟରେ ଆମର ଶିଶୁପୁତ୍ର ଅଙ୍ଗଦ ଯଶପ୍ରୀତ ବୁମରାଙ୍କୁ ଦୁନିଆକୁ ସ୍ବାଗତ କରୁଛି । ଆମ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତ ଫେରିଆସିଲେ ବୁମରା, ଜାଣନ୍ତୁ କାରଣ

ରବିବାର ବ୍ୟକ୍ତି କାରଣ ଦର୍ଶାଇ ଭାରତ ଓ ନେପାଳ ମ୍ୟାଚ୍‌ ପୂର୍ବରୁ ଶ୍ରୀଲଙ୍କାରୁ ଭାରତକୁ ଫେରିଥିଲେ । କଲମ୍ବୋରୁ ସେ କଣ ପାଇଁ ହଠାତ୍ ମୁମ୍ବାଇ ଫେରିଲେ ସେନେଇ ବିସିସିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିଲା । ଆଜି ସକାଳେ ଏହାର କାରଣ ସ୍ପଷ୍ଟ ହୋଇଛି । ବାପା ହୋଇଛନ୍ତି ବୁମରା। ଆଜି ନେପାଳ ବିପକ୍ଷରେ ଖେଳାଯିବାକୁ ଥିବା ଖେଳିବେ ନାହିଁ ବୁମରା । କିନ୍ତୁ ସୁପର ୪ ରେସ୍‌ରେ ଥିବା ଭାରତ ନେପାଳ ବିପକ୍ଷରେ ମ୍ୟାଚ୍‌ ଖେଳିବା ପୂର୍ବରୁ ଦଳର ଷ୍ଟାର ବୋଲର ଭାରତ ଫେରିଆସିବା ଟିମ୍‌ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି ।

ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ ଭରତୀୟ ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ରହିବା ବେଳେ ବୁମରା ବ୍ୟାଟିଂ କରିବାକୁ ଆସିଥିଲେ । ସେଥିରେ ବେଶ ଲୟରେ ବ୍ୟାଟିଂ କରିଥିଲେ ବୁମରା । ବର୍ଷା ଯୋଗୁଁ ବୁମରାଙ୍କୁ ବୋଲିଂ କରିବାର ସୁଯୋଗ ମିଳିନଥିଲା । ଆଜି ଭାରତୀୟ ଦଳ ନେପାଳ ବିପକ୍ଷରେ ମ୍ୟାଚ ଖେଳିବ । ଏହାପରେ ସୁପର-୪ ରାଉଣ୍ଡ ମ୍ୟାଚ୍ ମଧ୍ୟ ଖେଳାଯିବ । ଆସନ୍ତା ସେପ୍ଟେମ୍ବର ୬ରୁ ଏସିଆ କପ୍ ସୁପର-୪ ଷ୍ଟେଜ୍‌ର ମ୍ୟାଚ୍ ଖେଳାଯିବ । ହେଲେ ଏହା ପୂର୍ବରୁ ବୁମରା ପୁଣି ଟିମକୁ ଫେରିବେ ନା ନାହିଁ ସେନେଇ ସ୍ପଷ୍ଟ କରାଯାଇ ନାହିଁ ।

ଆହତ ଜନିତ ସମସ୍ୟାରୁ 11 ମାସ ଭାରତୀୟ ଟିମ୍‌ଠାରୁ ଦୂରରେ ରହିଥିଲେ ବୁମରା । ଏହାପରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଜବରଦସ୍ତ କମ୍‌ବ୍ୟାକ କରିଥିଲେ । ଅଧିନାୟକ ଦାୟିତ୍ବ ତୁଲାଇବା ସହ ପ୍ରଥମ ମ୍ୟାଚର ପ୍ରଥମ ଓଭରରେ 2ଟି ଓ୍ବିକେଟ ନେଇଥିଲେ । ବୁମରାଙ୍କ ନେତୃତ୍ବିରେ ସିରିଜ ହାତେଇଥିଲା ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.