ETV Bharat / sports

IPL 2022: ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, RCBକୁ ହରାଇ ଫାଇନାଲରେ RR

author img

By

Published : May 28, 2022, 7:09 AM IST

IPL 2022: ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, RCBକୁ ହରାଇ ଫାଇନାଲରେ RR
IPL 2022: ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, RCBକୁ ହରାଇ ଫାଇନାଲରେ RR

ଜୋସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କଲା ରାଜସ୍ଥାନ ରୟାଲ୍ସ । ୭ ଓ୍ବିକେଟରେ ଧୂଳିସାତ ହେଲା ବାଙ୍ଗାଲୋରର ଫାଇନାଲ ସ୍ବପ୍ନ । ଅଧିକ ପଢନ୍ତୁ

ଅହମ୍ମଦାବାଦ: ଆଇପିଏଲ(IPL ୨୦୨୨)ର ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)କୁ ୭ ଓ୍ବିକେଟରେ ହରାଇ ଫାଇନାଲରେ ରାଜସ୍ଥାନ ରୟାଲ୍ସ (RR ) । ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦୀର୍ଘ ୧୪ ବର୍ଷ ପରେ ଆଇପିଏଲର ଫାଇନାଲକୁ ପ୍ରବେଶ କରିଛି ଦଳ । ଫଳରେ ବାଙ୍ଗାଲୋରର ଟ୍ରଫି ହାତେଇବା ସ୍ବପ୍ନ ଧୂଳିସାତ ହୋଇଛି । ଆସନ୍ତାକାଲି ଗୁଜୁରାଟ ସହ ଫାଇନାଲ ମ୍ୟାଚ ଖେଳିବ ରାଜସ୍ଥାନ ।

ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ବାଙ୍ଗାଲୋର । ମାତ୍ର ୯ ରନ୍‌ ଦଳୀୟ ସ୍କୋର୍‌ରେ ଦଳ ପ୍ରଥମ ୱିକେଟ ହରାଇଥିବା ବେଳେ ରଜତ ପାଟିଦାର ଓ ଅଧିନାୟକ ଫାପ୍‌ ଡୁ ପ୍ଲେସିସ୍‌ଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ବିରାଟ କୋହଲି କ୍ବାଲିଫାୟର ମ୍ୟାଚରେ ଫ୍ଲପ ହୋଇଥିବା ବେଳେ ରଜତ ପାଟିଦାରଙ୍କ ୫୮ ରନ୍‌ ବଳରେ ବାଙ୍ଗାଲୋର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଫାଇନାଲରେ ପ୍ରବେଶ କରିବାକୁ ରାଜସ୍ଥାନକୁ ୧୫୮ ରନର ଟାର୍ଗେଟ ଦେଇଥିଲା ।

ଧାର୍ଯ୍ୟ ରନର ପିଛା କରି ଦଳ ୧୯ ଓଭର ଶେଷ ସୁଦ୍ଧା ୩ ଓ୍ବିକେଟ ହରାଇ ୧୬୧ ରନରେ ଫାଇନାଲକୁ ପ୍ରବେଶ କରିଥିଲା । ଦଳ ପକ୍ଷରୁ ଓପନର ଜୋଶ ବଟଲର ୬୦ ବଲରୁ ଅପରାଜିତ ୧୦୬ ରନ କରି ଦଳକୁ ବିଜୟୀ ମୁହାଁ କରିଥିଲେ । ୧୦ ଚଉକା ଓ ୬ଟି ଛକା ବଳରେ ଚଳିତ ସିଜିନରେ ସେ ୪ର୍ଥ ଥର ପାଇଁ ଶତକ ହାସଲ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସଞ୍ଜୁ ସାମସନ ୨୩, ଯଶସ୍ବୀ ଜୟସ୍ବାଲ୨୧, ପାଡିଲକର ୯ ରନ କରି ପାଭିଲିୟନକୁ ଫେରିଥିଲେ । ଆସନ୍ତାକାଲି IPL ୨୦୨୨ ସିଜିନର ଫଇନାଲ ମ୍ୟାଚ ଗୁଜୁରାଟ ଓ ରାଜସ୍ଥାନ ମଧ୍ୟରେ ହେବ । ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ଖେଳିବେ ଉଭୟ ଦଳ । ସୁପର ସଣ୍ଡେରେ ହାଇଭୋଲଟେଜ ମ୍ୟାଚ ଦେଖିବା ଅପେକ୍ଷାରେ କ୍ରିକେଟ ପ୍ରେମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.