ETV Bharat / sports

IPL: ନଟରାଜନଙ୍କ ବଦଳ ଖେଳାଳି ଉମ୍ରାନ ମଲିକ

author img

By

Published : Sep 24, 2021, 10:16 PM IST

COVID-୧୯ ପଜିଟିଭ ଚିହ୍ନଟ ହୋଇଥିବା ଟି. ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମ୍ରାନ ମଲିକ ସନରାଇଜର୍ସ ହାଇଦ୍ରାବାଦ ସ୍କ୍ବାଡ୍‌ରେ ସାମିଲ । ଅଧିକ ପଢନ୍ତୁ...

IPL 2021: Umran Malik joins SRH as short-term COVID-19 replacement for Natarajan
IPL: ନଟରାଜନଙ୍କ ବଦଳ ଖେଳାଳି ଉମ୍ରାନ ମଲିକ

ଦୁବାଇ: ସନରାଇଜର୍ସ ହାଇଦ୍ରାବାଦ ବୋଲର ଟି. ନଟରାଜନ COVID-୧୯ ପଜିଟିଭ ପରେ UAEରେ ଖେଳାଯାଉଥିବା IPL ୨୦୨୧ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ତେବେ ମିଡିୟମ ପେସର ଉମ୍ରାନ ମଲିକଙ୍କୁ ସାମୟିକ COVID-୧୯ ବଦଳ ଖେଳାଳି ଭାବେ କିଣିଛି ଅରେଞ୍ଜ ଆର୍ମୀ ।

ସେପ୍ଟେମ୍ବର ୨୨ରେ ସନରାଇଜର୍ସ ହାଇଦ୍ରାବାଦ(SRH)ର ଦିଲ୍ଲୀ କ୍ୟାପିଟାଲ୍ସ(DC) ବିପକ୍ଷ ମ୍ୟାଚ୍‌ ପୂର୍ବରୁ COVID-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମଲିକ ଗୋଟିଏ ଟି-୨୦ ଓ ଲିଷ୍ଟ ଏ ମ୍ୟାଚ୍‌ ଜମ୍ମୁ କାଶ୍ମୀର ପାଇଁ ଖେଳିଛନ୍ତି ଓ ମୋଟ ୪ଟି ୱିକେଟ ହାସଲ କରିଛନ୍ତି । ସେ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ନେଟ୍‌ ବୋଲର ରହିଥିଲେ । ଏନେଇ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଏକ ବିବୃତିରେ ଘୋଷଣା କରିଛି ।

ନିୟମ ୬.୧(c) ଅନୁଯାୟୀ, କୌଣସି ସ୍କ୍ବାଡର ସଦସ୍ୟଙ୍କୁ ପୁନଃ ବାୟୋବବଲରେ ପ୍ରବେଶ କରିବାକୁ ଅନୁମତି ମିଳିବା ପର୍ଯ୍ୟନ୍ତ, ସାମୟିକ ଭାବେ ବଦଳ ଖେଳାଳି ସାମିଲ କରିବା ନେଇ ଫ୍ରାଞ୍ଜାଇଜଙ୍କୁ ଅନୁମତି ରହିଛି । ନଟରାଜନ ସୁସ୍ଥ ହୋଇ ଟିମରେ ସାମିଲ ହେବା ପର୍ଯ୍ୟନ୍ତ ମଲିକ କେବଳ ସନରାଇଜର୍ସ ହାଇଦ୍ରାବାଦର ଅଂଶ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.