ETV Bharat / sports

ଆଇପିଏଲ 2021: ରାଜସ୍ଥାନ କ୍ୟାମ୍ପରେ ଯୋଗଦେଲେ ବଟଲର, ଷ୍ଟୋକସ ଓ ଲିଭିଙ୍ଗଷ୍ଟୋନ

author img

By

Published : Mar 30, 2021, 8:40 AM IST

Updated : Mar 30, 2021, 10:52 AM IST

IPL 2021: Jos Buttler, Ben Stokes, Liam Livingstone join Rajasthan Royals camp
ଆଇପିଏଲ 202ା: ରାଜସ୍ଥାନ କ୍ୟାମ୍ଫରେ ଯୋଗଦେଲେ ବଟଲର, ଷ୍ଟୋକସ ଓ ଲିଭିଙ୍ଗଷ୍ଟୋନ

ଭାରତ ସହ ଏକଦିବସୀୟ ସିରିଜରେ ସାମିଲ ଥିବା ତିନି ଜଣ ଇଂଲଣ୍ଡ ଖେଳାଳି ଜୋସ ବଟଲର, ବେନ ଷ୍ଟୋକସ ଓ ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ରାଜସ୍ଥାନ ରୟାଲସ କ୍ୟାମ୍ଫରେ ଯୋଗ ଦେଇଛନ୍ତ । ଅଧିକ ପଢନ୍ତୁ...

ମୁମ୍ବାଇ: ରାଜସ୍ଥାନ ରୟାଲସ କ୍ୟାମ୍ଫରେ ଯୋଗଦେଲେ ଇଂଲଣ୍ଡର ତିନି ଷ୍ଟାର ଖେଳାଳି । ଆଗାମୀ ଅପ୍ରେଲରେ ହେବାକୁ ଥିବା ଆଇପିଏଲ 2021ରେ ସଂସ୍କରଣ ପାଇଁ ନିଜ ଫ୍ରାଞ୍ଚାଇଜ ଦଳରେ ସାମିଲ ହୋଇଛନ୍ତି ଇଂଲଣ୍ଡ ଖେଳାଳି । ଏ ନେଇ ରାଜସ୍ଥାନ ରୟାଲସ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତ ସହ ଏକଦିବସୀୟ ସିରିଜରେ ସାମିଲ ଥିବା ତିନି ଜଣ ଇଂଲଣ୍ଡ ଖେଳାଳି ଜୋସ ବଟଲର, ବେନ ଷ୍ଟୋକସ ଓ ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ରାଜସ୍ଥାନ ରୟାଲସ କ୍ୟାମ୍ଫରେ ଯୋଗ ଦେଇଛନ୍ତ । ଏନେଇ ରାଜସ୍ଥାନ ରୟାଲକ କର୍ତ୍ତୁପକ୍ଷ ଟିମ ହୋଟେଲରେ ଯୋଗ ଦେଇଥିବା ଇନଷ୍ଟାଗ୍ରାମରେ ସୂଚନା ଦେଇଚନ୍ତି । ସୂଚନାଥାଉକି ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ଇଂଲଣ୍ଡକୁ 2-1ରେ ପରାସ୍ତ କରି ବିଜୟ ହୋଇଛି ।

ସୂଚନାଥାଉକି ଆସନ୍ତା ଆଇପିଏଲ ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଆୟୋଜନ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏ ନେଇ ବିସିସିଆଇ ଏସଓପି ମଧ୍ୟ ଜାରୀ କରିଛନ୍ତି । ଆଇପିଏଲ ଖେଳିବାକୁ ଥିବା ସମସ୍ତ ବିଦେଶୀ ଖେଳାଳିଙ୍କ ସମେତ ସପୋର୍ଟ ଷ୍ଠାଫ, ମ୍ୟାନେଜମେଣ୍ଟ ସମସ୍ତଙ୍କୁ ନିଜ ହୋଟେଲ ରୁମରେ 7 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ବାୟୋବବଲର ବ୍ୟବସ୍ଥା କରିଛନ୍ତି ଜୈବ ସଂରକ୍ଷଣରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସୂଚନାଥାଉକି ଆସନ୍ତା ଅପ୍ରେଲ 9 ତାରିଖରେ ଆଇପିଏଲ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ସହ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Mar 30, 2021, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.