ETV Bharat / sports

ପଞ୍ଜାବ କିଙ୍ଗସ୍ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

author img

By

Published : May 2, 2021, 6:27 PM IST

IPL 2021: KL Rahul diagnosed with acute appendicitis, transferred to hospital
ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ କ୍ୟାପଟେନ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ ।

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ ପ୍ରାଞ୍ଜାଇଜ କ୍ୟାପଟେନ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ଅସୁସ୍ଥ । ଏନେଇ ଫ୍ରାଞ୍ଚାଇଜ ଟ୍ବିଟ୍ ଯୋଗେଁ ଘୋଷଣା କରିଛି । ରାହୁଲଙ୍କୁ ଆପେଣ୍ଡିକ୍ସ ହୋଇଥିବା ଜଣାପଡିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଶନିବାର ରାତିରେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାଇଥିଲେ ରାହୁଲ । ଏହାପରେ ତାଙ୍କୁ ସ୍କାନ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ରାହୁଲଙ୍କୁ ଆପେଣ୍ଡିକ୍ସ ଅସୁବିଧା ରହିଥିବା ଜଣାପଡିଥିଲା ।

ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ଏଯାବତ 7ଟି ମ୍ୟାଚ ଖେଳିଥିବାବେଳେ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ରବିବାର ସନ୍ଧ୍ୟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପଞ୍ଜାବର ମ୍ୟାଚ ରହିଛି ।

ବିରାଟ କୋହଲିଙ୍କ ନେତୃତାଧୀନ ଆରସିବି ବିପକ୍ଷ ମ୍ୟାଚରେ ରାହୁଲ 91 ରନ୍‌ର ଇଂନିସ ଖେଳି ଦଳକୁ 34 ରନ୍‌ର ବିଜୟ ଦେଇଥିଲେ ରାହୁଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.