ETV Bharat / sports

Eng vs Ind 4th test, କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ

author img

By

Published : Sep 2, 2021, 7:49 AM IST

Eng vs Ind 4th test, କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ
Eng vs Ind 4th test, କମବ୍ୟାକ ଲକ୍ଷ୍ୟରେ ବିରାଟ ବାହିନୀ

ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆଜିଠୁ(ଗୁରୁବାର) ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୟନୀୟ ପରାସ୍ତ ପରେ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

ଓଭାଲ: ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଓଭାଲ ପଡି଼ଆରେ ଆଜିଠୁ(ଗୁରୁବାର) ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ ମ୍ୟାଚ । ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ।

ଭାରତ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟର ସ୍ବାଦ ଚାଖିଛି ଇଂଲଣ୍ଡ ଦଳ । ତୃତୀୟ ଟେଷ୍ଟ ମ୍ୟାଚରେ ଭାରତର ଦୟନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା । ପ୍ରଥମ ଇନିଂସରେ ଭାରତ କେବଳ ୭୬ କରି ଅଲଆଉଟ ହୋଇଥିଲା । ଚତୁର୍ଥ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛି ବିରାଟ ବାହିନୀ ।

ଅନ୍ୟପଟେ ତୃତୀୟ ଟେଷ୍ଟର ପ୍ରଦର୍ଶନକୁ ଓଭାଲ ଗ୍ରାଉଣ୍ଡରେ ଦେହରାଇବାକୁ ଲକ୍ଷ୍ୟ ରଖିଛି ଟିମ ଇଂଲଣ୍ଡ । ଭାରତ ପୁଣି ଲଢୁଆ ପ୍ରଦର୍ଶନ କରି ସିରିଜକୁ ଫେରିବାକୁ ଯୋଜନା କରୁଛି । ତୃତୀୟ ଟେଷ୍ଟରେ ବିଜୟୀ ହେବାପରେ ଇଂଲଣ୍ଡର ମନୋବଳ ବଢିଛି । ବ୍ୟାଟ୍ସମ୍ୟାନ ଫର୍ମରେ ଅଛନ୍ତି । ଚତୁର୍ଥ ଟେଷ୍ଟରେ ମଧ୍ୟ ସମାନ ଖେଳ ଦେଖାଇବାକୁ ପ୍ରସ୍ତୁତ ରହିଛ ଇଂଲଣ୍ଡ ଦଳ ।

ହେଡିଂରେ ପରାସ୍ତ ହେବା ପରେ ଭାରତର କିଛି ତ୍ରୁଟି ସାମ୍ନାକୁ ଆସିଛି । ସ୍ପିନର ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ବ୍ୟାଟ୍ସମାନମାନେ ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଲିଡ୍ସରେ ଲଜ୍ଜାଜନକ ପରାଜୟକୁ ଭୁଲି ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ରଖିଛି ଭାରତ । ଭଭୟ ଦଳର ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ନିଶ୍ଚିନ୍ତ । ଭାରତୀୟ ବୋଲର ନିଶ୍ଚୟ କିଛି ହୋମୱାର୍କ କରି ପଡିଆକୁ ଓହ୍ଲାଇବେ ଆସିବେ ବୋଲି ଆଶା କରାଯାଉଛି । ଚତୁର୍ଥ ଟେଷ୍ଟ ପାଇଁ ଦଳରେ ରବି ଚନ୍ଦ୍ରନ ଅଶ୍ବିନଙ୍କୁ ସାମିଲ କରାଯାଇପାରେ । ତାଙ୍କ ବଦଳରେ ଇଶାନ୍ତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ ।

୧୯୭୧ ବିଜୟ ପରଠୁ ଭାରତୀୟ ଦଳ ଓଭାଲରେ ୮ଟି ଟେଷ୍ଟ ଖେଳିଛି । ୩ଟି ଟେଷ୍ଟରେ ପରାଜିତ ହୋଇଥିବାବେଳେ ୫ଟି ଡ୍ର ରହିଛି । ୨୦୧୮ରେ ଉଭୟ ଦଳ ଏହି ଗ୍ରାଉଣ୍ଡରେ ଟେଷ୍ଟ ଖେଳିଥିଲେ । ଇଂଲଣ୍ଡ ପକ୍ଷରୁ ଅଲିଷ୍ଟର କୁକ୍ ଓ ରୁଟ ଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଋଷବ ପନ୍ତ ଓ ଲୋକେଶ ରାହୁଲ ଶତକୀୟ ପାଳି ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.