ETV Bharat / sports

ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଧ୍ରୁବ ଜୁରେଲ ନୂଆ ମୁହଁ

author img

By ETV Bharat Odisha Team

Published : Jan 13, 2024, 7:46 AM IST

Updated : Jan 13, 2024, 7:56 AM IST

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ
India vs England Test series

India vs England Test series: ଆସନ୍ତା 25ରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ପ୍ରଥମ ୨ଟି ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । 16 ଜଣିଆ ସ୍କ୍ବାଡରେ ନୂଆ ମୁହଁ ଭାବେ ଓ୍ବିକେଟ କିପର ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ରୋହିତ ଶର୍ମାଙ୍କ ନେତୃତ୍ବରେ ଘୋଷଣା ହୋଇଛି ଦଳ । ଉପ ଅଧିନାୟକ ରହିବେ ଯଶପ୍ରୀତ ବୁମରା । ଓ୍ବିକେଟ କିପର ଇଶାନ କିଷନ ଦଳରୁ ବାଦ୍ ପଡିଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଓ ଆଫଗାନିସ୍ତାନ ବିପକ୍ଷ ଟି 20ରୁ ମଧ୍ୟ ବାଦ ପଡ଼ିଥିଲେ । ସେହିପରି ଆହତ ଜନିତ ସମସ୍ୟା ଯୋଗୁଁ ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆସନ୍ତା ଜାନୁଆରୀ 25 ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଫେବୃଆରୀ 2ରେ ବିଶାଖାପାଟଣାରେ ଦ୍ବିତୀୟ ମ୍ୟାଚ ଖେଳାଯିବ ।

  • #WATCH | Paarl: On Dhruv Jurel's selection in India's Test squad against England, Former Sri Lanka captain Kumar Sangakkara says, "Very proud and happy because one of our key motivators and one of our key kind of performance indicators away from the IPL is producing players for… pic.twitter.com/e4WOjWEAYT

    — ANI (@ANI) January 13, 2024 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ଭାରତ-ଆଫଗାନିସ୍ତାନ ପ୍ରଥମ ଟି ଟ୍ବେଣ୍ଟି: ଶିବମଙ୍କ ଦମଦାର ଅର୍ଦ୍ଧଶତକ, 6 ୱିକେଟରେ ଜିିତିଲା ଭାରତ

ପ୍ରଥମ ଥର ପାଇଁ ଭାରତୀୟ ଦଳରେ 22 ବର୍ଷୀୟ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିଛି । ସେ 2023 ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ନିକଟରେ ଭାରତୀୟ ଏ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତ କରି ଟେଷ୍ଟ ସିରିଜ ଖେଳିଥିଲେ । ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଥିଲା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷଣା ହୋଇଥିବା ଦଳରେ 8 ଜଣ ବୋଲର ରହିଛନ୍ତି । କୁଳଦୀପ ଯାଦବ, ଅକ୍ଷର ପଟେଲ , ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ର ଅଶ୍ବୀନ ଦଳକୁ ଫେରିଛନ୍ତି । ବୁମରା, ସିରାଜ, ମୁକେଶ ଓ ଅଭେଶ ପେସ ବିଭାଗ ସମ୍ଭାଳିବେ । ଶୁବମନ ଗିଲ ଓ ଯଶସ୍ବୀ ଜୈଶ୍ବାଲ ସ୍ଥାନ ବଜାୟ ରଖିଛନ୍ତି । ଶ୍ରେୟାସ ଆୟର ଓ କେ.ଏଲ. ରାହୁଲ ଆଫଗାନିସ୍ତାନ ବିପକ୍ଷ ଟି 20ରୁ ବାଦ ପଡିଥିବା ବେଳେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ବୀ ଜୈଶ୍ବାଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ (ଓ୍ବିକେଟ କିପର), କେଏସ ଭରତ (ଓ୍ବିକେଟ କିପର), ଧ୍ରୁବ ଜୁରେଲ (ଓ୍ବିକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ର ଅଶ୍ବୀନ, ଅକ୍ଷର ପଟେଲ , କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ମହମ୍ମଦ ସିରାଜ, ଅଭେଶ ଖାନ ।

Last Updated :Jan 13, 2024, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.