ETV Bharat / sports

ଭାରତ-ଆଫଗାନିସ୍ତାନ ପ୍ରଥମ ଟି ଟ୍ବେଣ୍ଟି: ଶିବମଙ୍କ ଦମଦାର ଅର୍ଦ୍ଧଶତକ, 6 ୱିକେଟରେ ଜିିତିଲା ଭାରତ

author img

By ETV Bharat Odisha Team

Published : Jan 11, 2024, 10:30 PM IST

Updated : Jan 11, 2024, 10:50 PM IST

IND vs AFG t20: ଭାରତ ବନାମ ଆଫଗାନିସ୍ତାନ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ବଳରେ 6 ୱିକେଟରେ ଜିତିଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

IND vs AFG t20
IND vs AFG t20

ଚଣ୍ଡିଗଡ଼: ଆଜି ପଞ୍ଜାବର ମୋହାଲି ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଛି ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ 6 ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଦଳର ଯୁବ କ୍ରିକେଟର ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି । 20 ଓଭର ସୁଦ୍ଧା ଆଫଗାନିସ୍ତାନ 5 ୱିକେଟ ହରାଇ ଭାରତକୁ 159 ରନ ଟାର୍ଗେଟ ଦେଇଥିଲା । ତେବେ ଭାରତୀୟ ଟିମ 17.3 ଓଭର ସୁଦ୍ଧା ଲକ୍ଷ୍ୟ ପୂରଣ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି ଟ୍ବେଣ୍ଟି, ମୋହାଲିରେ ଖେଳାଯିବ ମ୍ୟାଚ୍

ଆଜି ଦଳର ଅନ୍ୟତମ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବିନା ରୋହିତ ବାହିନୀ ଯୁବ କ୍ରିକେଟରଙ୍କୁ ନେଇ ମୈଦାନକୁ ଓହ୍ଲାଇଥିଲା । ଭାରତ ଟସ ଜିତି ପ୍ରଥମ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ବିପକ୍ଷ ଆଫଗାନିସ୍ତାନ ଟିମ ସମ୍ପୂର୍ଣ୍ଣ 20 ଓଭର ଖେଳି 5 ୱିକେଟ ହରାଇ 158 ରନ କରିଥିଲା । ଆଫଗାନିସ୍ତାନ ଓପନର ରେହମାନଉଲ୍ଲା ଗରବାଜ ଓ ଇବ୍ରାହିମ ଜାରଦାନ ଯଥାକ୍ରମେ 23 ଓ 25 ରନ୍‌ କରିଥିଲେ । ସେହିପରି ମହମ୍ମଦ ନବି ସର୍ବାଧିକ 42 ରନ୍‌ କରିଥିଲେ । ଭାରତୀୟ ବୋଲର ମୁକେଶ କୁମାର ଓ ଅକ୍ଷର ପଟେଲଙ୍କୁ 2ଟି ଲେଖାଏଁ ୱିକେଟ ମିଳିଥିଲା । ଶିବମ ଦୁବେ 2 ଓଭର ବୋଲିଂ କରିଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ- ଝିଅ ପାଇଁ ଆଜି ମ୍ୟାଚ୍ ଖେଳିବେନି ବିରାଟ

ଏହାପରେ ଦ୍ବିତୀୟ ଇନିଂସରେ 159 ରନ ଟାର୍ଗେଟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଭାରତୀୟ ଅଧିନାୟକ ରୋହିତ ଶର୍ମା 2 ବଲ୍‌ ଖେଳି ଶୂନରେ ରନ ଆଉଟ୍‌ ହୋଇଥିଲେ । ଅନ୍ୟତମ ଓପନର ଶୁବମନ ଗିଲ୍‌ 12 ବଲ୍‌ ଖେଳି 5ଟି ଚୌକା ସହ ମୋଟ 23 ରନ୍‌ କରି ଆଉଟ୍‌ ହୋଇଥିଲେ । ମାତ୍ର ଆଜି ମ୍ୟାଚ୍‌ର ଷ୍ଟାର ବ୍ୟାଟର ପାଲଟିଥିଲେ ଶିବମ ଦୁବେ । ସେ ଦମଦାର ଅର୍ଦ୍ଧଶତକ (60) ହାସଲ କରି ଟିମକୁ ବିଜୟ ପର୍ଯ୍ୟନ୍ତ ନେଇଥିଲେ । ଶିବମ ମ୍ୟାଚ୍‌ରେ ଅପରାଜେୟ ରହିଛନ୍ତି । ସେ 40 ବଲ୍‌ ଖେଳି 5ଟି ଚୌକା ଓ 2ଟି ଛକା ସହ ମୋଟ 60 ରନ୍‌ କରିଥିଲେ । ବିଜୟରେ ନିକଟତର ହେବା ସମୟରେ ଶେଷ 2ଟି ବଲ୍‌ରେ କ୍ରମାଗତ ଭାବେ ଛକା ଓ ଚୌକା ମାରି ଦଳକୁ ଜିତାଇଥିଲେ ଶିବମ । ଏହାସହିତ ଶୁବମ ଦୁବେ ପ୍ଲେୟାର ଅଫ ଦ ମ୍ୟାଚ୍‌ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 11, 2024, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.