ETV Bharat / sports

ବିରାଟଙ୍କ ବ୍ୟାଟିଂର ଦିୱାନୀ PAK ଖେଳାଳିଙ୍କ ପତ୍ନୀ, ଭାରତ ସହ ରହିଛି ଖାସ୍‌ ସଂପର୍କ

author img

By

Published : Oct 24, 2021, 4:25 PM IST

INDIAN CITIZEN SAMIYA ARZOO WIFE PAKISTANI CRICKETER HASAN ALI BIG FAN VIRAT KOHLI
ବିରାଟଙ୍କ ବ୍ୟାଟିଂର ଦିୱାନୀ PAK ଖେଳାଳିଙ୍କ ପତ୍ନୀ, ଭାରତ ସହ ରହିଛି ଖାସ୍‌ ସଂପର୍କ

ବିରାଟ କୋହଲିଙ୍କ ଫ୍ୟାନ୍‌ ତାଲିକାରେ ସାମିଆ ଆର୍ଜୁଙ୍କ ନାମ ମଧ୍ୟ ସାମିଲ ରହିଛି । ସାମିଆ ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲୀଙ୍କ ପତ୍ନୀ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ବିରାଟ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ଓ ଖେଳିବାର ଲଢୁଆ ଅନ୍ଦାଜଙ୍କୁ ପ୍ରତ୍ୟେକ କ୍ରିକେଟ ଫ୍ୟାନ ପସନ୍ଦ କରିଥା'ନ୍ତି । ମହିଳା ଫ୍ୟାନ୍ସଙ୍କ ମଧ୍ୟରେ ବିରାଟଙ୍କ ସ୍ବତନ୍ତ୍ର କ୍ରେଜ ମଧ୍ୟ ରହିଛି । ପାକିସ୍ତାନରେ ମଧ୍ୟ କୋହଲିଙ୍କ Fan Following ବହୁତ ଅଛନ୍ତି । ବିରାଟଙ୍କ ଫ୍ୟାନ୍‌ ତାଲିକାରେ ସାମିଆ ଆର୍ଜୁଙ୍କ ନାମ ମଧ୍ୟ ସାମିଲ ରହିଛି । ସାମିଆ ପାକିସ୍ତାନୀ ଦ୍ରୁତ ବୋଲର ହସନ ଅଲୀଙ୍କ ପତ୍ନୀ ଓ କୋହଲିଙ୍କୁ ଜଣେ ବ୍ୟାଟର୍‌ ଭାବେ ବହୁତ ପସନ୍ଦ କରନ୍ତି ।

INDIAN CITIZEN SAMIYA ARZOO WIFE PAKISTANI CRICKETER HASAN ALI BIG FAN VIRAT KOHLI
ସାମିଆ ଆର୍ଜୁ

ହରିୟାଣାର ସାମିଆ, ପାକିସ୍ତାନ ଦ୍ରୁତ ବୋଲର ହସନ ଅଲୀଙ୍କୁ ବିବାହ କରିଛନ୍ତି । କିଛି ବର୍ଷ ପୂର୍ବରୁ ଉଭୟଙ୍କର ଭେଟ ଦୁବାଇରେ ହୋଇଥିଲା ଓ ପରସ୍ପର ସହ ସମୟ ବିତାଇବାକୁ ଲାଗିଥିଲେ । ପରେ ଏହି ସଂପର୍କ ପତି ପତ୍ନୀରେ ବଦଳିଯାଇଥିଲା । ଆରଜୁ ଏକ ଇନଷ୍ଟାଗ୍ରାମ ସେସନରେ ଏ ଖୁଲାସା କରିଥିଲେ ଯେ, ବିରାଟ କୋହଲି ତାଙ୍କର ପସନ୍ଦର ବ୍ୟାଟ୍‌ର ଓ ସେ ତାଙ୍କର ଫ୍ୟାନ୍‌ ।

ଇନଷ୍ଟାଗ୍ରାମରେ ନିଜର ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତରରେ ସାମିଆ ଏ ଖୁଲାସା କରିଥିଲେ । ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣଙ୍କର ପସନ୍ଦର ଦ୍ରୁତ ବୋଲର ତ ହସନ ଅଲୀ ହୋଇଥିବେ, କିନ୍ତୁ ପସନ୍ଦର ବ୍ୟାଟ୍‌ର କିଏ ? ଏହି ପ୍ରଶ୍ନର ଉତ୍ତରରେ ସେ କୋହଲିଙ୍କ ନାମ ନେଇଥିଲେ ।

INDIAN CITIZEN SAMIYA ARZOO WIFE PAKISTANI CRICKETER HASAN ALI BIG FAN VIRAT KOHLI
ହସନ ଅଲୀ-ସାମିଆ ଆର୍ଜୁ

ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି(ରବିବାର) ସନ୍ଧ୍ୟା ୭.୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ସାମିଆଙ୍କ ସ୍ବାମୀ ତଥା ପାକିସ୍ତାନ ଟିମର ଦ୍ରୁତ ବୋଲର ହସନ ଅଲୀ ମଧ୍ୟ ନଜର ଆସିବେ । ଅଲୀଙ୍କ ଚୟନ ଚୂଡାନ୍ତ ଦ୍ବାଦଶ ଖେଳାଳିଙ୍କ ମଧ୍ୟରେ ହୋଇଛି ।

ହସନ ଅଲୀଙ୍କ ରେକର୍ଡ ଭାରତ ବିପକ୍ଷରେ ସେତେଟା ଖାସ ରହିନାହିଁ । ଏସିଆ କପ୍‌ ୨୦୧୮ର ଦୁଇ ମୁକାବିଲା ଓ ବିଶ୍ବକପ ୨୦୧୯ର ଲିଗ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍‌ର ହସନ ଅଲୀଙ୍କୁ ମହଙ୍ଗା ସାବ୍ୟସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.