ETV Bharat / sports

INDvsAUS 5thT20I : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

author img

By

Published : Dec 20, 2022, 7:04 PM IST

INDvsAUS 5thT20I : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି
INDvsAUS 5thT20I : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳୁଛି ଭାରତୀୟ ମହିଳା କ୍ରିକେଟ ଟିମ । ଅଧିକ ପଢନ୍ତୁ

ମୁମ୍ବାଇ : ଅଷ୍ଟ୍ରେଲିଆ ବିପକ୍ଷରେ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ ଖେଳୁଛି ଭାରତୀୟ ମହିଳା କ୍ରିକେଟ ଟିମ । ଭାରତ ଟସ ଜିତି ଅଧିନାୟିକା ହରମନପ୍ରୀତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରିବ । ସମ୍ମାନ ରକ୍ଷା କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ୩-୧ ରେ ଆଗୁଆ ରହିଛି ।

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ ସହିତ ଏହି ସିରିଜରେ ଭାରତ କେବଳ ଦ୍ବିତୀୟ ଟି୨୦ ମ୍ୟାଚରେ ସୁପର ଓଭରରେ ବିଜୟୀ ହୋଇଥିଲା । ଏହି ସିରିଜର ପ୍ରଥମ ଟି୨୦ ମ୍ୟାଚ, ତୃତୀୟ ଟି୨୦ ମ୍ୟାଚ ଓ ଚତୁର୍ଥ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ତେବେ ଘରୋଇ ମାଟିରେ ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଭାରତ ମଇଦାନକୁ ଓହ୍ଲାଇବ । ପଞ୍ଚମ ଟି୨୦ରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବ ହରମନପ୍ରୀତ କୌର ଦଳ । ଓପନର ସ୍ମୃତି ମାନ୍ଧନା ଓ ସେଫାଳି ବର୍ମାଙ୍କଠାରୁ ବଡ ସ୍କୋର ଆଶା ରଖିବ ଦଳ । ମିଡିଲ ଅର୍ଡରରେ ରିଚା ଘୋଷ, ଦିପ୍ତି ଶର୍ମା ଓ ହରମନପ୍ରୀତ କୌରଙ୍କ ଉପରେ ଭରସା କରିବ ।

ଭାରତ ଚୂଡାନ୍ତ ଏକାଦଶ: ସ୍ମିୃତି ମାନ୍ଧନା, ଶେଫାଳି ବର୍ମା, ହରଲୀନ ଦେଓଲ, ହରମନପ୍ରୀତ କୌର ( ଅଧିନାୟିକା ), ଦେବୀକା ଭୈଦ୍ୟା, ରିଚା ଘୋଷ, ଦୀପ୍ତି ଶର୍ମା, ରାଧା ଯାଦବ, ରାଜେଶ୍ବୀରୀ ଗାଏକ୍ବାଡ, ଅଞ୍ଜଳୀ ଶ୍ରାବଣୀ, ରେନୁକା ଠାକୁର ସିଂହ ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ : ବେଥ ମୁନୀ, ଫୋଏବେ ଲିଚଫିଲ୍ଡ, ତାହିଲା ମ୍ୟାକଗ୍ରେଥ ( ଅଧିନାୟିକା ), ଅଶଲିଘ ଗର୍ଡନର, ଏଲିସ ପେରୀ, ଗ୍ରେସ ହରିସ୍, ଆନାବେଲ ସୁଥରଲାଣ୍ଡ, ହିଥର ଗ୍ରାହମ, ଆଲାନା କିଙ୍ଗ, କିମ ଗର୍ଥ, ଡାର୍ସି ବ୍ରାଉନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.