ETV Bharat / sports

IND vs WI T20: ଆଜି ପ୍ରଥମ ଟି-ଟ୍ବେଣ୍ଟି ଫାଇଟ

author img

By

Published : Feb 16, 2022, 8:05 AM IST

ଆଜି ପ୍ରଥମ ଟି-ଟ୍ବେଣ୍ଟି ଫାଇଟ
ଆଜି ପ୍ରଥମ ଟି-ଟ୍ବେଣ୍ଟି ଫାଇଟ

ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି (ବୁଧବାର) ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ନଜର ଏବେ ଛୋଟ ଫର୍ମାଟରେ ରହିଛି । ରୋହିତ ବାହିନୀ ଦିନିକିଆର ଦମଦାର ପ୍ରଦର୍ଶନକୁ ଟି-ଟ୍ବେଣ୍ଟି ସିରିଜରେ ଦୋହରାଇବାକୁ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

କୋଲକାତା: ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି (ବୁଧବାର) ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ ମୂଳପୋଛ କରିବା ପରେ ଭାରତୀୟ ଦଳର ନଜର ଏବେ ଛୋଟ ଫର୍ମାଟରେ ରହିଛି । ରୋହିତ ବାହିନୀ ଦିନିକିଆର ଦମଦାର ପ୍ରଦର୍ଶନକୁ ଟି-ଟ୍ବେଣ୍ଟି ସିରିଜରେ ଦୋହରାଇବାକୁ ପ୍ରସ୍ତୁତ ହୋଇଛି । ଅନ୍ୟପଟେ ଦିନିକିଆରେ ପରାସ୍ତ ହୋଇଥିବା ଇଣ୍ଡିଜ ଟି-ଟ୍ବେଣ୍ଟି ଫର୍ମାଟରେ ବେଶ ଶକ୍ତିଶାଳୀ । ଏକାଧିକ ଅଲରାଉଣ୍ଡରଙ୍କୁ ନେଇ ଖେଳୁଥିବା ଭ୍ରମଣକାରୀ ଦଳ ଆଜି ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ।

ଟି-ଟ୍ବେଣ୍ଟି ଆରମ୍ଭ ପୂର୍ବରୁ ଉଭୟ ଦଳ ପାଇଁ କିଛି ସମସ୍ୟା ମୁଣ୍ଡ ଟେକିଛି । ଲୋକେଶ ରାହୁଲ ଆହତ ହୋବାରୁ ଦଳରୁ ବାଦ ପଡିଛନ୍ତି । ୱାଶିଂଟନ ସୁନ୍ଦର ମଧ୍ୟ ଆହତ ହୋଇଛନ୍ତି । ରୋହିତଙ୍କ ସହ ଆଉ ଜଣେ ଯୁବ ଓପନରଙ୍କୁ ସୁଯୋଗ ମିଳିବ । ପୂର୍ବ ପ୍ରଦର୍ଶନକୁ ଦେଖିବା ଆଜିର ମ୍ୟାଚରେ ଇଷାନ କିଷନଙ୍କୁ ଓପନିଂର ସୁଯୋଗ ମିଳିପାରେ । ଋତୁରାଜ ଗାଏକ୍ବାର୍ଡ ଭଲ ଫର୍ମରେ ଅଛନ୍ତି । ତଥାପି ତାଙ୍କୁ ଖେଳିବାକୁ ସୁଯୋଗ ମିଳିନାହିଁ । ମୋଟିମୋଟି କହିବାକୁ ଗଲେ ଭାରତ ପାଇଁ ଚୂଡାନ୍ତ ଏକାଦଶରେ ଏକପ୍ରକାର ସମସ୍ୟା ଉପୁଜିଛି । ସେପଟେ ଇଣ୍ଡିଜ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି । ଅଧନାୟକ କିରେନ ପୋଲାର୍ଡ ଏ ପର୍ଯ୍ୟନ୍ତ ଫିଟ ଘୋଷିତ ହୋଇ ନାହାନ୍ତି । ସେ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ । ପରବର୍ତ୍ତୀ ଦୁଇଟି ମ୍ୟାଚରେ ନିକୋଲାସ ପୂରନ ନେତୃତ୍ବ ନେଇଥିଲେ । ପୋଲାର୍ଡଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିନ୍ତ ।

ଏହା ବି ପଢନ୍ତୁ...IND vs WI: ଟି-୨୦ ଦଳର ଉପ-ଅଧିନାୟକ ହେଲେ ପନ୍ତ

ଭାରତ ଓ ଇଣ୍ଡିଜ ମଧ୍ୟରେ ୧୭ଟି ଟି-ଟ୍ବେଣ୍ଡି ଖେଳାଯାଇଛି । ଭାରତ ୧୦ଟି ଜିତିଥିବାବେଳେ ୱେଷ୍ଟ ଇଣ୍ଡିଜ ୬ଟି ଜିତିଛି । ତେବେ ଆଜିର ମ୍ୟାଚରେ ରୋହିତଙ୍କ ନେତୃତ୍ବ ସାଙ୍ଗକୁ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ବ୍ୟାଟ୍ସମ୍ୟାନ ସମେତ ବୋଲର ପିଚର ଫାଇଦା ଉଠାଇ ପାରିବେ । ମ୍ୟାଚ ଉପରେ କାକରର ପ୍ରଭାବ ରହିପାରେ । ଟସ୍ ବିଜୟୀ ଟିମ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇପାରେ । ରାତି ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.