ETV Bharat / sports

IND vs WI: ଟି-୨୦ ଦଳର ଉପ-ଅଧିନାୟକ ହେଲେ ପନ୍ତ

author img

By

Published : Feb 15, 2022, 9:42 AM IST

ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଡି ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳର ଉପଅଧିନାୟକ ଘୋଷଣା କରିଛି। କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ କରାଯାଇଛି । ଅଧିକ ପଢନ୍ତୁ

ଟି-୨୦ ଦଳର ଦଳ ଉପ ଅଧିନାୟକ ହେଲେ ପନ୍ତ
ଟି-୨୦ ଦଳର ଦଳ ଉପ ଅଧିନାୟକ ହେଲେ ପନ୍ତ

କୋଲକାତା: ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ । ଏହି ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳର ଉପ ଅଧିନାୟକ ଘୋଷଣା କରିଛି। କେଏଲ ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। କାରଣ ରାହୁଲ ଆହତଜନିତ ସମସ୍ୟା କାରଣରୁ ଏହି ସିରିଜରୁ ବାଦ ପଡିଛନ୍ତି।

ସୀମିତ ଓଭର ଦଳର ନୂତନ ଉପ ଅଧିନାୟକ କେଏଲ ରାହୁଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହା ପରେ ସେ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ଏହା ପୂର୍ବରୁ ନିଜ ଭଉଣୀଙ୍କ ବିବାହ କାରଣରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିନଥିଲେ ରାହୁଲ। ଦ୍ଵିତୀୟ ଦିନିକିଆରେ ସେ ଦଳରେ ଯୋଗ ଦେଇଥିଲେ।

ଟି-୨୦ ସିରିଜ୍ ପାଇଁ କେଏଲ ରାହୁଲଙ୍କ ବଦଳ ଖେଳାଳି ଭାବେ ଋତୁରାଜ ଗାଏକଓ୍ଵାଡଙ୍କୁ ଦଳରେ ସାମିଲ କରାଯାଇଛି। ଅକ୍ଷର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହି ପରି ସ୍ପିନ ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର ମଧ୍ୟ ଆହତଜନିତ ସମସ୍ୟା କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ୍ କରାଯାଇଛି।

ଟି-୨୦ ସିରିଜ୍ ପାଇଁ କୋଲକାତାରେ ଟିମ ଇଣ୍ଡିଆ ପହଞ୍ଚି ସାରିଛି । ସୋମବାର ସକାଳେ ସ୍ବତନ୍ତ୍ର ବିମାନ ଜରିଆରେ ଅହମ୍ମଦାବାଦରୁ ସିଧା କୋଲକାତାରେ ପହଞ୍ଚିଥିଲା । ଏହା ପରେ ଇଡେନ ଗାଡେନରେ ଅଭ୍ୟାସ ଆରମ୍ଭ କରିଛି । ଦିନିକିଆ ସିରିଜରୁ ମୂଳପୋଛ ପରେ ଟି-ଟ୍ବେଣ୍ଟି ସିରିଜ ହାତେଇବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ଆସନ୍ତା ୧୬, ୧୮ ଓ ୨୦ରେ ତିନୋଟି ଟି-୨୦ ମ୍ୟାଚ ଖେଳାଯିବ । ବିନା ଦର୍ଶକରେ ଖେଳାଯିବ ମ୍ୟାଚ ।

ଭାରତୀୟ ସ୍କ୍ବାର୍ଡ...

ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ଉପ ଅଧିନାୟକ/ଓ୍ଵିକେଟ୍ କିପର), ଭେଙ୍କଟେଶ ଆୟର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ରବି ବିଶ୍ନୋଇ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଭୁବନେଶ୍ଵର କୁମାର, ଅଭେଶ ଖାନ, ହର୍ଷଲ ପଟେଲ, ଋତୁରାଜ ଗାଏକଓ୍ଵାଡ, ଦୀପକ ହୁଡ୍ଡା, କୁଲଦୀପ ଯାଦବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.