ETV Bharat / sports

IND vs AUS 3rd ODI: ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଇଣ୍ଡିଆ

author img

By

Published : Mar 22, 2023, 1:28 PM IST

India vs Australia third odi toss
IND vs AUS 3rd ODI

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟି ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବୋଲିଂ କରିବ ଭାରତ । ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦ୍ବିତୀୟ ଦିନିକିଆରେ ଖେଳିଥିବା ଏକାଦଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି ଭାରତ । ଅଷ୍ଟ୍ରେଲିଆ ତାର ଏକାଦଶରେ ପରିବର୍ତ୍ତନ କରିଛି । ଆଷ୍ଟନ ଆଗର ଓ ଡେଭିଡ ୱାର୍ଣ୍ଣର ଦଳରେ ସାମିଲ ହୋଇଛନ୍ତି । ଅନ୍ତିମ ଦିନିକିଆ ସିରିଜ ନିର୍ଣ୍ଣାୟକ ହେବ ।

1-1ରେ ଦିନିକିଆ ସିରିଜ ବରାବର ରହିଛି । ଆଜି ଯେଉଁ ଦଳ ମ୍ୟାଚ ଜିତିବ ସିରିଜ ଉକ୍ତ ଦଳ ନାମରେ ହୋଇଯିବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ପ୍ରଥମ ଦିନିକିଆ ଜିତିଥିଲା । ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ ଜିତିବା ପରେ ସିରିଜ 1-1ରେ ବରାବର ରହିଛି । ବର୍ଡର ଗାଭାସ୍କର ଟେଷ୍ଟ ବିଜୟୀ ହୋଇଥିବା ଭାରତ ଆଜି ତୃତୀୟ ଦିନିକିଆ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇଛି । ଦଳକୁ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ । ବିଶେଷ କରି ସିନିୟର ପ୍ଲେୟାରଙ୍କୁ ଦାୟିତ୍ବ ନେବାକୁ ପଡିବ । ଅନ୍ୟପଟେ ଷ୍ଟାର ବ୍ୟାଟର ଯେପରି ଶୁଭମନ ଗିଲ ଓ ସୂର୍ଯ୍ୟ କୁମାର ଯାଦବଙ୍କୁ ସଫଳ ହେବାକୁ ପଡିବ । ପ୍ରଥମ ଦିନିକିଆରେ ସଙ୍କଟମୋଚକ ସାଜିଥିବା କେଏଲ ରାହୁଲଙ୍କୁ କିଛି କମାଲ କରିବାକୁ ହେବ । ଦ୍ବିତୀୟ ଦିନିକିଆରେ ବୋଲିଂରେ ଭାରତ ବିଫଳ ହୋଇଥିଲା ଆଜି ବୋଲରଙ୍କୁ ସଫଳ ହେବାକୁ ହେବ ।

ଏହା ବି ପଢନ୍ତୁ...ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ

କାମଚଳା ଅଧିନାୟକ ସ୍ମିଥଙ୍କ ନେତୃତ୍ବରେ ଫର୍ମରେ ରହିଛି କଙ୍ଗାରୁ ଦଳ । ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିଲେ ବି ଦ୍ବିତୀୟ ଦିନିକିଆରେ ପ୍ରଭାବୀ ପଦର୍ଶନ କରିଥିଲା । 10 ୱିକେଟରେ ଦ୍ବିତୀୟ ଦିନିକିଆ ଜିତିଥିଲା ଭାରତ । ଅଷ୍ଟ୍ରେଲିଆର ବାମହାତୀ ବୋଲର ମିଚେଲ ଷ୍ଟାର୍କ ଭାରତ ପାଇଁ ବିପଦ ସୃଷ୍ଟି କରିଥିଲେ ।

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମଦମ୍ମଦ ସାମି ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରେଭିସ ହେଡ, ଡେଭିଡ ୱାର୍ଣ୍ଣର, ମାର୍ନସ ଲାବୁସାନ, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥ, କାମରେନ ଗ୍ରୀନ, ମାର୍କସ ଷ୍ଟୋନିସ, ମିଚେଲ ଷ୍ଟାର୍କ, ଆଷ୍ଟନ ଆଗର, ସେନ ଆବୋଟ, ଆଡାମ ଜାମ୍ପା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.