ETV Bharat / sports

ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ

author img

By

Published : Mar 22, 2023, 11:20 AM IST

ଚଳିତ ବର୍ଷ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ ପାଇଁ କ୍ରୀଡାସୂଚୀ ପ୍ରସ୍ତୁତ ହୋଇଛି । ଅକ୍ଟୋବର 5ରୁ ଆରମ୍ଭ ହୋଇ ନଭେମ୍ବର 19 ଯାଏ ବିଶ୍ବକପ ଚାଲିବ । ଅଧିକ ପଢନ୍ତୁ

ବିଶ୍ବକପ 2023
ICC ODI World Cup

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ବକପର 13ତମ ସଂସ୍କରଣ ଭାରତରେ ଆୟୋଜିତ ହେବ । ଏନେଇ କ୍ରୀଡାସୂଚୀ ପ୍ରସ୍ତୁତ ହୋଇଛି । ଚଳିତବର୍ଷ ଶେଷ ଆଡକୁ ଅର୍ଥାତ ଅକ୍ଟୋବର 5ରୁ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହେବ । ନଭେମ୍ବର 19 ତାରିଖରେ ଫାଇନାଲ ଅନୁଷ୍ଠିତ ହେବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମୁକାବିଲା ଖେଳାଯିବ ବୋଲି ଖବର ପ୍ରକାଶ ପାଇଛି । ବିଶ୍ବକପର ସମସ୍ତ ମ୍ୟାଚ ଖେଳାଯିବା ପାଇଁ ମୋଟ 12ଟି ଭେନ୍ୟୁ ନିର୍ଦ୍ଧାରଣ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅହମ୍ମଦାବାଦ ଓ ବେଙ୍ଗାଲୁରୁ ସମେତ ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୌହାଟୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇରେ ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ 46 ଦିନରେ 48ଟି ମ୍ୟାଚ ରହିଛି । କେଉଁଠି କେଉଁ ଦଳର ମୁକାବିଲା ହେବ ସେ ନେଇ ସୂଚୀ ପ୍ରକାଶ କରାଯାଇନାହିଁ । ବିଶ୍ବକପ ପର୍ବରୁ ୱାର୍ମ ଅପ ମ୍ୟାଚ ପାଇଁ 2ରୁ 3ଟି ଷ୍ଟାଡିୟମ ଚୟନ କରାଯିବ । ବର୍ଷା ସମ୍ଭାବନା ଥିବା ଭେନ୍ୟୁକୁ ବିଶ୍ବକପ ତାଲିକାରୁ ବାଦ ଦିଆଯାଇଛି ।

ଏହା ବି ପଢନ୍ତୁ...IND vs AUS ODI: ଆଜି ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଦୁଇଦଳ

ନିୟମ ଅନୁସାରେ ଆଇସିସି ବିଶ୍ବକପ ବର୍ଷେ ପୂର୍ବରୁ ବିଶ୍ବକପ ସୂଚୀ ଜାରି କରିଥାଏ । ଏହା ପଛରେ ଅନେକ କାରଣ ରହିଛି । ଭାରତରେ ଅକ୍ଟୋବର/ନଭେମ୍ବର ମାସରେ ମୌସୁମୀ ଥାଏ କିଛି ଅଞ୍ଚଳରେ ବର୍ଷା ହୋଇଥାଏ ତେଣୁ ବିସିସିଆଇ ଷ୍ଟାଡିୟମ ଚୂଡନ୍ତ କରିବାକୁ ସମୟ ମାଗିଛି । ବିଶ୍ବକପ ଆୟୋଜନରେ ଭାରତ ସରକାର କର ମୁକ୍ତ କରିବା ସହ ପାକିସ୍ତାନ ଖେଳାଳିଙ୍କ ପାଇଁ ଭିସା ବ୍ୟବସ୍ଥା କରିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି । ଗତ ସପ୍ତାହରେ ଏ ନେଇ ବୈଠକ ବସିଥିଲା । ଭିସା ବ୍ୟବସ୍ଥା କରିବା ସହିତ କର ଛାଡକୁ ନେଇ ଖୁବଶୀଘ୍ର ବିସିସିଆଇ ଆଇସିସିକୁ ଅବଗତ କରାଇବ ବୋଲି ଜଣାପଡିଛି ।

ପ୍ରକାଶଥାଉ କି, ଆୟୋଜକ ଭାରତ, ଡିଫେଣ୍ଡି ଚାମ୍ପିଆନ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି । 2013 ପରଠୁ ଭାରତରେ ପାକିସ୍ତାନ ଖେଳିନାହିଁ । ଭାରତ ବିଶ୍ବକପ 2023 ବିଜେତା ହେବା ନେଇ ଦାବିଦାର ରହିଛି । ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଅନ୍ୟ ଦଳ ପାଇଁ କଷ୍ଟକର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.