ETV Bharat / sports

IND vs AUS ODI: ଆଜି ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ, ସିରିଜ ସିଲ ଲକ୍ଷ୍ୟରେ ଦୁଇଦଳ

author img

By

Published : Mar 22, 2023, 9:51 AM IST

india vs australia
ଆଜି ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ

ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜର ଆଜି ତୃତୀୟ ମୁକାବିଲା । 1-1ରେ ସିରିଜ ବରାବର ରହିଛି । ତୃତୀୟ ଦିନିକିଆ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

ଚେନ୍ନାଇ: ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଏହା ସିରିଜ୍ ନିର୍ଣ୍ଣାୟକ ମ୍ୟାଚ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ତୃତୀୟ ଦିନିକିଆ ଜିତି ସିରିଜ ସିଲ ଲକ୍ଷ୍ୟରେ ରହିଛନ୍ତି ଦୁଇଦଳ । ଆଜିର ଏହି ମୁକାବିଲା ରୋମାଞ୍ଚକର ହେବ । ଦୁଇ ଦଳ ମଧ୍ୟରେ ଚେନ୍ନାଇରେ ଥରେ ମାତ୍ର ମୁକାବିଲା ହୋଇଥିଲା ଏଥିଲେ ଅଷ୍ଟ୍ରେଲିଆ ବଜୟୀ ହୋଇଥିଲା । ଆଜି ବିଜୟ ସହ ନୂଆ ରେକର୍ଡ ସୃଷ୍ଟି ଲକ୍ଷ୍ୟ ନେଇ ଦୁଇଦଳ ପ୍ରୟାସ କରିବେ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଅପରାହ୍ନ 1ଟା 30ରୁ ଆରମ୍ଭ ହେବ ମ୍ୟାଚ ।

ଦ୍ବିତୀୟ ଦିନିକିଆରେ ଭାରତର ପ୍ରଦର୍ଶନ ଲଜ୍ଜାଜନକ ରହିଥିଲା । ଦଳ ମାତ୍ର 26 ଓଭର ଖେଳିବାରେ ସକ୍ଷମ ହୋଇଥିଲା । 26 ଓଭରେ ମାତ୍ର 117 ରନ କରିଥିଲା ଭାରତ । କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରି ନଥିଲେ । ଜବାବରେ ଅଷ୍ଟ୍ରେଲିଆ 11 ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ବିନା ୱିକେଟରେ 121 ରନ କରିଥିଲା । ଭ୍ରମଣକାରୀ ଅଷ୍ଟ୍ରେଲିଆର ଷ୍ଟାର୍କ ବିପର୍ଯ୍ୟୟ ଘଟାଇଥିଲେ । ଆଜି ଦଳକୁ ଜିତିବାକୁ ହେଲେ ସିନିୟର ଖେଳାଳିଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ । ଏହା ସହ ଷ୍ଟାର ବ୍ୟାଟର ଯେପରି ସୂର୍ଯ୍ୟକୁମାର ଯାଦବ, ଶୁଭମନ ଗିଲଙ୍କୁ ଦାୟିତ୍ବ ବହନ କରିବାକୁ ପଡିବ । ସୂର୍ଯ୍ୟକୁମାରଙ୍କୁ ସଫଳ ହେବାକୁ ପଡିବ । ମିଚେଲ ଷ୍ଟାର୍କ 2ୟ ଦିନିକିଆରେ 8ଟି ୱିକେଟ ନେଇଥିଲେ । ଭାରତୀୟ ଦଳ ପାଇଁ ଷ୍ଟାର୍କ ଚିନ୍ତାରେ କାରଣ ହୋଇଛନ୍ତି । ଆଜି ଷ୍ଟାର୍କଙ୍କୁ ବିଫଳ କରିବାକୁ ପ୍ରୟାସ କରିବେ ଭାରତୀୟ ବ୍ୟାଟର । ଏହାସହ ମିଚେଲ ମାର୍ଶଙ୍କ ବ୍ୟାଟିଂକୁ ଅଟକାଇବାକୁ ପ୍ରୟାସ କରିବେ ଭାରତୀୟ ବୋଲର ।

ଏହା ବି ପଢନ୍ତୁ....WPL 2023: RCBକୁ 4 ୱିକେଟରେ ହରାଇଲା MI, ୟୁପି-ମୁମ୍ବାଇ ଏଲିମିନେଟର ମୁକାବିଲା

ସେପଟେ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିଲେ ସୁଦ୍ଧା ଦ୍ବିତୀୟ ଦିନିକିଆରେ ଜବରଦସ୍ତ କମବ୍ୟାକ କରିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା । ପୂର୍ବ ପ୍ରଦର୍ଶନକୁ ରିପିଟ କରି ଦଳ ତୃତୀୟ ଦିନିକିଆରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ମିଚେଲ ଷ୍ଟାର୍କ ଓ ମାର୍ଶଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଏମଏ ଷ୍ଟାଡିୟମରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ 1987 ଅକ୍ଟୋବର 9ରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ଏଥିରେ ଭାରତ 1 ରନରେ ପରାସ୍ତ ହୋଇଥିଲା ।

ପ୍ରକାଶଥାଉ କି, ପ୍ରଥମ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଦ୍ବିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ 10 ୱିକେଟରେ ହରାଇଥିଲା । ଏହାପରେ ସିରିଜ 1-1ରେ ରହିଛି । ଆଜି ଯେଉଁ ଦଳ ତୃତୀୟ ଦିନିକିଆ ଜିତିବ ସିରିଜ ତାର ହୋଇଯିବ । ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଭାରତ 2-1ରେ ବିଜୟ ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.