ETV Bharat / sports

WPL 2023: RCBକୁ 4 ୱିକେଟରେ ହରାଇଲା MI, ୟୁପି-ମୁମ୍ବାଇ ଏଲିମିନେଟର ମୁକାବିଲା

author img

By

Published : Mar 22, 2023, 8:52 AM IST

RCBକୁ 4 ୱିକେଟରେ ହରାଇଲା MI
WPL 2023

ଅନ୍ତିମ ପର୍ଯ୍ୟାୟରେ ମହିଳା ପ୍ରମିୟର ଲିଗ । ଲିଗ ପର୍ଯ୍ୟାୟ ଶେଷ ହୋଇଛି । 19ତମ ଲିଗ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ 4 ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଫାଇନାଲ ଫାଇଟ ପାଇଁ ଦିନ ନିକଟତର ହେଉଛି । ଏହାରି ଭିତରେ ସମସ୍ତ ଲିଗ ମ୍ୟାଚ ଶେଷ ହୋଇଛି । 19ତମ ଲିଗ ମ୍ୟାଚରେ ବାଙ୍ଗାଲୋରକୁ 4 ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ପଏଣ୍ଟ ତାଲିକାରେ 12 ପଏଣ୍ଟ ପାଇଁ ଦ୍ବିତୀୟ ସ୍ଥାନରେ ରହିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ । ଏଲିମିନେଟର ମୁକାବିଲାରେ ୟୁପି ୱାରିୟର୍ଜକୁ ଭେଟିବ ଏମଆଇ । ବାଙ୍ଗାଲୋର ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ଆମେଲିଆ କେର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

19ତମ ଲିଗ ମ୍ୟାଚରେ ଟସ ଜିତି ମୁମ୍ବାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋରର ଓପନର ସୋଫି ଡିଭାଇନ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଅନ୍ୟ ଓପନର ସ୍ମୃତି ମାନ୍ଧାନା 24 ରନ କରି ସଅଳ ପାଭିଲିୟନ ଫେରିଥିଲେ । ମୁମ୍ବାଇ ବୋଲର ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ମଧ୍ୟ ଭାଗରେ ଏଲିସ ପେରୀ ଓ ରିଚା ଘୋଷ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଆରସିବି 9 ୱିକେଟ ହରାଇ 125 ରନ କରିଥିଲା । ମୁମ୍ବାଇକୁ ବିଜୟ ପାଇଁ 126 ରନ ଦରକାର ଥିଲା । ମୁମ୍ବାଇ ପକ୍ଷରୁ ଆମେଲିଆ କେର 3ଟି ୱିକେଟ ନେଇଥିଲେ । ନାତାଲି ସ୍କିଫର ବ୍ରଣ୍ଟ ଓ ୱଙ୍ଗ 2ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ ।

ଏହା ବି ପଢନ୍ତୁ....WPL 2023: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ, ହାରିଲା ୟୁପି

ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ମୁମ୍ବାଇ । ଦୁଇ ଓପନର ହେଲି ମାଥ୍ୟୁସ ଓ ୟାସ୍ତିକା ଭାଟିଆ 53 ରନର ଭାଗିଦାରୀ କରିଥିଲେ । ୟାସ୍ତିକା 30 ରନ କରି ପ୍ରଥମ ଆଉଟ ହୋଇଥିଲେ । ପରେ ମାଥ୍ୟୁସ 24 ରନ କରି ପାଭିଲିୟନ ଫେରିଥିଲେ । ସ୍କିଭର ବ୍ରଣ୍ଟ 13 ଓ ହର୍ମନପ୍ରୀତ କୌର 2 ରନ କରି ଆଉଟ ହୋଇଥିଲେ । ବାଙ୍ଗାଲୋର ବୋଲର ଚାପ ପକାଇଥିଲେ । ଗୋଟିଏ ସମୟରେ ଲାଗୁଥିବା ମୁମ୍ବାଇ ହାତରୁ ମ୍ୟାଚ ଖସିଯିବେ । ଆମେଲିଆ ଦୃଢ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ ।

ମୁମ୍ବାଇ 16.3 ଓଭରରେ 6 ୱିକେଟ ହାରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଆମେଲିଆ 27 ବଲର ସାମ୍ନା କରି ଅପରାଜିତ 31 ରନ ସଂଗ୍ରହ କରିଥିଲେ । ବାଙ୍ଗାଲୋର ପକ୍ଷରୁ କନିକା ଆହୁଜା ସର୍ବାଧିକ 2ଟି ୱିକେଟ ହାସଲ କରିଥିଲେ । ଲିଗ ପର୍ଯ୍ୟାୟରେ ମୁମ୍ବାଇ ମୋଟ 8ଟି ମ୍ୟାଚରେ 6ଟିରେ ବିଜୟୀ ହେବା ସହ 2ଟିରେ ପରାସ୍ତ ହୋଇଛି । 12ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ଏଲିମିନେଟ ମ୍ୟାଚରେ ୟୁପି ୱାରିୟର୍ଜକୁ ଭେଟିବ ମୁମ୍ବାଇ । ଯିଏ ଜିତିବ ସେ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.