ETV Bharat / state

ବିଚାରଧିନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - PRISONER Died

author img

By ETV Bharat Odisha Team

Published : May 17, 2024, 10:36 PM IST

Under trial prisoner Dead: କେନ୍ଦ୍ରାପଡା ଉପ କାରାଗାରରେ ବିଚାରାଧିନ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ,

Under trial prisoner Dead
Under trial prisoner Dead (ETV Bharat Odisha)

Under trial prisoner Dead (ETV Bharat Odisha)

କେନ୍ଦ୍ରାପଡା: ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ । ଯାହାକୁ ନେଇ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ତେବେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଉପ କାରାଗାରରେ । ତେବେ ଦୁଇ ଦିନ ତଳେ ସୁସ୍ଥ ଥିବା ଲୋକଟି କିଭଳି ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ତେବେ ଏନେଇ ରଞ୍ଜନଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୧୦ ତାରିଖରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମାଳିପୁର ଗାଁର ରଞ୍ଜନ ମଲିକଙ୍କୁ ଏକ ମାମଲାରେ ଗିରଫ କରାଯାଇଥିଲା । ତାଙ୍କୁ ବାରିମୂଳ ସ୍ଥିତ କେନ୍ଦ୍ରାପଡା ଉପ କାରାଗାରରେ ବିଚାରାଧିନ କଏଦୀ ଭାବେ ରଖାଯାଇଥିଲା। ତାଙ୍କ ପତ୍ନୀ ଗେହ୍ଲେଇ ମଲିକ ଯେ ରଞ୍ଜନଙ୍କ ଶ୍ୱଶୁର ଘର ରାଜକନିକା ଥାନା ଅନ୍ତର୍ଗତ ବରୁଣାଡିହାରେ ରହୁଥିଲେ । ତେବେ ଗତ ୧୫ ତାରିଖ ବୁଧବାର ଦିନ ସେ ତାଙ୍କ ପତ୍ନୀଙ୍କୁ ଜେଲରୁ ଫୋନ କରିଥିଲେ । ସେ ଫୋନ କରିବା ବେଳେ ତାଙ୍କ ଶରୀର ସୁସ୍ଥ ଥିବା କହିଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ରଞ୍ଜନ ରହୁଥିବା କେନ୍ଦ୍ରାପଡା ଉପ କାରାଗାରରୁ ଜଣେ କର୍ମଚାରୀ ଗେହ୍ଲେଇଙ୍କୁ ଫୋନ କରିଥିଲେ । କାରାଗାରରୁ ଫୋନ କରି ସେ କର୍ମଚାରୀ ଜଣଙ୍କ ରଞ୍ଜନ ଅସୁସ୍ଥ ଥିବା ସହ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପାଇଁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ହସ୍ପିଟାଲରେ ଆଖି ବୁଜିଲେ ବିଚାରାଧିନ କଏଦୀ - PRISONER ATTEMPT SUICIDE

ତେବେ ରାତି ଅଧିକ ହେବା ସହିତ ପାଖରେ କେହି ନଥିବା କାରଣରୁ ଗେହ୍ଲେଇ ରାତିରେ ଆଉ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପାରି ନଥିଲେ । ଆଜି ସକାଳୁ ଗେହ୍ଲେଇଙ୍କୁ କେନ୍ଦ୍ରାପଡା ସଦର ଥାନାର ଜଣେ ଅଧିକାରୀ ଫୋନ କରିଥିଲେ । ଅଧିକାରୀ ଜଣକ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଗେହ୍ଲେଇଙ୍କୁ ଖବର ଦେଇଥିଲେ । ଖବର ପାଇ ଗେହ୍ଲେଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ବାମୀଙ୍କ ମୃତ ଶରୀରକୁ ଅନୁଧ୍ୟାନ କରିଥିଲେ । ଯେଉଁଠି ତାଙ୍କ ସ୍ବାମୀଙ୍କୁ କେହି ମାରି ଦେଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ କେନ୍ଦ୍ରାପଡା ଉପ କାରାଗାର ପକ୍ଷରୁ ଏନେଇ ଏକ ଅପମୃତ୍ୟୁ ମାମଲା ସମ୍ପର୍କରେ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ପୋଲିସ ଦୁଇଟି ଏତଲାକୁ ଧରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ରଞ୍ଜନ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ଓ ମିଛ ମାମଲାରେ ତାଙ୍କୁ ଜେଲ ପଠାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ଓ ଝିଅ । ସେପଟେ ତାଙ୍କ ମୃତ୍ୟୁ ପରେ ଜେଲ କର୍ତ୍ତୃପକ୍ଷ ତାଙ୍କ ପରିବାରରୁ ରୋଜଗାରିଆ ବ୍ୟକ୍ତିଙ୍କୁ ଛଡାଇ ନେଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.