ETV Bharat / state

ହସ୍ପିଟାଲରେ ଆଖି ବୁଜିଲେ ବିଚାରାଧିନ କଏଦୀ - PRISONER ATTEMPT SUICIDE

author img

By ETV Bharat Odisha Team

Published : Mar 23, 2024, 9:49 AM IST

Updated : Mar 23, 2024, 2:27 PM IST

Under trial prisoner attempt Suicide in jail
Under trial prisoner attempt Suicide in jail

Under trial prisoner attempt Suicide: କେନ୍ଦୁଝର ଜିଲ୍ଲା ଜେଲରେ ଜୀବନ ହାରିବାକୁ ଉଦ୍ୟମ କଲେ ବିଚାରଧିନ କଏଦୀ । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଅଧିକ ପଢନ୍ତୁ

Under trial prisoner attempt Suicide

କେନ୍ଦୁଝର/କଟକ: ଜେଲ ଭିତରେ ଜୀବନ ହାରିବାକୁ ଉଦ୍ୟମ କଲେ ବିଚାରାଧୀନ କଏଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଚିକିତ୍ସାଧିନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଜେଲରେ । ତେବେ ଜେଲ୍ ସୁରକ୍ଷାରେ ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଜିଲ୍ଲା କାରାଗାରରେ ଦୈନିକ ବିଭିନ୍ନ ଖବର ଥମିବାର ନାଁ ନେଉନାହିଁ । ଦୁଇ ଦିନ ତଳେ ଭୁବନେଶ୍ୱର କାରାଗାରରେ ମାରପିଟ ଘଟଣା ନେଇ ଦୁଇ କାରାଗାର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବିଚାରଧିନ କଏଦୀ ଜୀବନ ହାରିବାକୁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି । କଏଦୀ ଜଣକ ହେଲେ କେନ୍ଦୁଝର ସଦର ଥାନା କାଠବାରି ପଞ୍ଚାୟତ ବୋଧବାହାଳି ଗ୍ରାମର ଅଜୟ ଦାସ ବୋଲି ଜଣାପଡିଛି । ସେ ନାବାଳିକା ଅସଦାଚରଣ ମାମଲାରେ ଗିରଫ ହୋଇ ୧୧ ମାସ ହେବ କେନ୍ଦୁଝର ଜେଲ୍‌ରେ ଥିଲେ ।

ଏହାମଧ୍ୟ ପଢନ୍ତୁ.. ଜେଲରେ ଜୀବନ ହାରିଲେ ବିଚାରଧିନ କଏଦୀ

ଗତକାଲି (ଶୁକ୍ରବାର) ଅପରାହ୍ନରେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଜେଲ୍ ୱାର୍ଡରମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ପୁରୁଷ ଭେଷଜ ୱାର୍ଡରେ ଭର୍ତ୍ତି କରିଥିଲେ । ସନ୍ଧ୍ୟାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତକାଲି ବିଳମ୍ବିତ ରାତିରେ ଅଜୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ଜେଲ୍ ସୁରକ୍ଷାରେ ତ୍ରୁଟି ପାଇଁ ଏପରି ଘଟଣା ଘଟିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯୋଜନାବଦ୍ଧ ଭାବରେ ମୋ ଭାଇକୁ ମାରି ଦିଆଯାଇଥିବା କହିଛନ୍ତି ମୃତକଙ୍କ ଭାଇ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲେ ଅଧିକ ତଥ୍ୟ ଲୋକଲୋଚନକୁ ଆସିପାରିବ ଦାବି ପରିବାର ଲୋକେ ଦାବି କରିଛନ୍ତି । ଏନେଇ ଜିଲ୍ଲା କାରାଗାର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଗତ କିଛି ଦିନ ହେଲା ଜେଲ ମଧ୍ୟରେ ବିଭିନ୍ନ ଅଘଟଣ ପ୍ରସଙ୍ଗ ସାମ୍ନାକୁ ଆସୁଛି । ଭୁବନେଶ୍ୱର ଝାରପଡା ଜେଲରେ କଏଦୀମାନଙ୍କ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରୁ ବିଚାରଧିନ କଏଦୀଙ୍କ ଆତ୍ମହତ୍ୟା ଜନିତ ଖବର ସାମ୍ନାକୁ ଆସିଛି । ତେବେ ଜେଲ ପରିସର ଭିତରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ଘଟଣା କିପରି ଘଟିଲା ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, କେନ୍ଦୁଝର

Last Updated :Mar 23, 2024, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.