ETV Bharat / sports

ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ବେଣ୍ଟି, ସିରିଜ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

author img

By ETV Bharat Odisha Team

Published : Dec 1, 2023, 11:32 AM IST

india vs australia t20 series
india vs australia

ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି ରାୟପୁରରେ ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ରାତି 7ଟାରେ ଆରମ୍ଭ ହେବ ମ୍ୟାଚ । ଅଧିକ ପଢନ୍ତୁ

ରାୟପୁର: ସୂର୍ଯ୍ୟସେନା ଦୁଇଟି ମ୍ୟାଚ ଜିତି ସାରିଛି । ଆଉ ଗୋଟିଏ ମ୍ୟାଚ ଜିତିଲେ ସିରିଜ କବଜା କରିବ ଦଳ । ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତିବା ପରେ ତୃତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ମାତ୍ର ମ୍ୟାଚ ଛଡାଇ ନେଇଥିଲେ କଙ୍ଗାରୁ ଦଳର ମ୍ୟାକ୍ସୱେଲ । ଆଜି ଚତୁର୍ଥ ଟିଟ୍ବେଣ୍ଟି ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଲଗାତାର ଦୁଇଟି ମ୍ୟାଚରେ ବାଜିମାତ ପରେ ତୃତୀୟ ମ୍ୟାଚରେ ହାରିଥିଲା ଭାରତ । ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଜାରି ରହିଛି । ଆଜି ଚତୁର୍ଥ ମ୍ୟାଚ ଖେଳାଯିବ । ରାୟପୁରରେ ରାତି 7ଟାରୁ ଆରମ୍ଭ ହେବ ମ୍ୟାଚ ।

ଚତୁର୍ଥ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ସିଲ କରିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତ । ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟ ହାସଲ କରିଥିଲା ଭାରତ । ତୃତୀୟ ମ୍ୟାଚରେ ବ୍ୟାଟିଂରେ ଭଲ କରିଥିଲା ମାତ୍ର ବୋଲିଂରେ ବିଫଳ ହୋଇଥିଲା । ଆଜି ପୂର୍ବ ତ୍ରୁଟିକୁ ସୁଧାରି ମୈଦାନକୁ ଓହ୍ଲାଇବ ଦଳ । ବିଶେଷକରି ବିସ୍ଫୋରକ ବ୍ୟାଟିଂ ଓ ବୋଲିଂ ଉପରେ ଫୋକସ ରଖିଛି ଟିମ । ତୃତୀୟ ମ୍ୟାଚରେ ଋତୁରାଜ ଗାଏକ୍ବାଡ ଶତକ ହାସଲ କରିଥିଲେ । ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ସେହିପରି ଯୁବ ବ୍ୟାଟର ଯଶସ୍ବୀ ଜୈସ୍ବାଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଦ୍ବିତୀୟ ମ୍ୟାରେ 44 ରନରେ ବିଜୟ ହାସଲ କରିଥିଲା ଭାରତ । ପ୍ରଥମ ମ୍ୟାଚରେ ଦମଦାର ପାଳି ଖେଳିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ବୋଲିଂରେ ରବି ବିଷ୍ଣୋଇଙ୍କ ଉପରେ ନଜର ରହିବ ।

ଲାଗାତାର 2ଟି ମ୍ୟାଚ ହାରିବାର ପରେ କଙ୍ଗାରୁ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଥିଲା । ମାତ୍ର ତୃତୀୟ ମ୍ୟାଚରେ ଦଳ କମବ୍ୟାକ କରିଥିଲା । ଗୌହାଟୀରେ ଦଳ ବିଜୟ ଖାତା ଖୋଲିଥିଲା । କଷ୍ଟକର ସ୍ଥିତିରେ ଦଳ ନିକଟରେ ଶ୍ରେଷ୍ଠ ପ୍ରଦର୍ଶନ କରିବାର କ୍ଷମତା ରହିଛି । ତାହା ପ୍ରମାଣିତ କରିଥିଲା । ତୃତୀୟ ମ୍ୟାଚରେ ମାକ୍ସୱେଲ ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ । ଆଜି ଦଳ ସିରିଜ ବରାବର କରିବାକୁ ପ୍ରୟାସ କରିବ ।

ଏହା ବି ପଢନ୍ତୁ...ବ୍ୟାଟରଙ୍କ ବିସ୍ଫୋରଣ ପରେ ହାର ମାନିଲେ ବୋଲର, ଦମଦାର ଶତକ ମାରି ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ଜିତାଇଲେ ମ୍ୟାକ୍ସୱେଲ୍‌

ଭାରତୀୟ ସମ୍ଭାବ୍ୟ ଦଳ: ଈଶାନ କିସନ (ୱିକେଟ କିପର), ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଯଶସ୍ବୀ ଜସ୍ବାଲ, ଅକ୍ଷର ପଟେଲ/ୱାଶିଂଟନ ସୁନ୍ଦର, ରବି ବଷ୍ଣୋଇ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା/ଅଭେଷ ଖାନ, ମୁକେଶ କୁମାର ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଷ୍ଟିଭେନ ସ୍ମିଥ, ମାଥ୍ୟୁ ସର୍ଟ, ଆରୋନ ହାର୍ଡି, ଜୋସ ଇନଗ୍ଲିସ, ମାର୍କସ ଷ୍ଟୋଇନିସ, ଟିମ ଡେଭିଡ, ମାଥ୍ୟୁ ୱେଡ (ଅଧିନାୟକ), ସିନ ଆବୋଟ, ନାଥନ ଏଲିସ, ଜାସନ ବେହରନଡର୍ଫ, ତନବୀର ସାଙ୍ଗା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.