ETV Bharat / sports

ଆଜି ଭାରତ-ଅଷ୍ଟ୍ରଲିଆ ଦ୍ବିତୀୟ ଦିନିକିଆ, ଟିମ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

author img

By ETV Bharat Odisha Team

Published : Dec 30, 2023, 11:32 AM IST

ମହିଳା ଦିନିକିଆ ସିରିଜ
Etv Bharat

India vs Australia: ଆଜି ଭାରତ ଓ ଅଷ୍ଟ୍ରଲିଆ ଦ୍ବିତୀୟ ଦିନିକିଆ ମ୍ୟାଚ । ସିରିଜ ବରାବର ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ମୁମ୍ବାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ । ଭାରତ ପାଇଁ କର ବା ମର ପରିସ୍ଥିତି । ପ୍ରଥମ ଦିନିକିଆରେ ପରଜାୟ ହୋଇଥିବାରୁ ଆଜିର ମ୍ୟାଚ ଘରୋଇ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଜୋରଦାର ପ୍ରସ୍ତୁତ କରିଛି ଟିମ ଇଣ୍ଡିଆ । ହରମନପ୍ରୀତଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଓ୍ବିମେନ ଇନ ବ୍ଲୁ । ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି ଭାରତୀୟ ମହିଳା ଦଳ । ସେପଟେ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିଛି କଙ୍ଗାରୁ ବାହିନୀ । ଆଜି ମଧ୍ୟାହ୍ନ ସମୟରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।

ବର୍ତ୍ତମାନ ସିରିଜ 1-0ରେ ରହିଛି । ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ ସିରିଜ ବରାବର ରହିବ, ନଚେତ କଙ୍ଗାରୁ ଦଳ ହାତକୁ ଚାଲିଯିବ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । କିନ୍ତୁ ଅଷ୍ଟ୍ରେଲିଆର ଏହି ସ୍ବପ୍ନରେ ବ୍ରେକ ଲଗାଇବାକୁ ଭାରତୀୟ ଖେଳାଳି ଜୋରଦାର ଉଦ୍ୟମ କରିବେ । ପୂର୍ବ ମ୍ୟାଚର ତ୍ରୁଟିକୁ ସୁଧାରି ଓ୍ବିମେନ୍‌ ଇନ୍‌ ବ୍ଲୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ ପ୍ରଥମ ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚ ପାଇଁ ଭ୍ରମଣକାରୀ ଟିମର ମନୋବଳ ଦୃଢ ରହିଛି । ପ୍ରଥମ ମ୍ୟାଚରେ 6 ଓ୍ବିକେଟରେ ଭାରତକୁ ପରାସ୍ତ କରିଥିଲା କଙ୍ଗାରୁ ଟିମ ।

ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଭାରତର ଶୋଚନୀୟ ପରାଜୟ, 32ରନ ଏବଂ ଏକ ଇନିଂସରେ ଦକ୍ଷିଣ ଆଫ୍ରିକା ବିଜୟୀ

ଡିସେମ୍ବର 28 ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳା ଯାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । 50 ଓଭରରେ 8 ଓ୍ବିକେଟ ହରାଇ ଭାରତ 282 ରନ କରିବାକୁ ସକ୍ଷମ ହୋଇଥିଲା । ଏହାପରେ ବିଜୟ ରନର ପିଛା କରି ପଡିଆକୁ ଓହ୍ଳାଇଥିଲା ଅଷ୍ଟ୍ରେଲିଆ ମହିଳା ଦଳ । 47 ଓଭର ଶେଷ ସୁଦ୍ଧା 4 ଓ୍ବିକେଟ ହରାଇ 285 ରନରେ ମ୍ୟାଚ ଜିତି ନେଇଥିଲା କଙ୍ଗାରୁ ଟିମ । ଭାରତୀୟ ଦଳ ପକ୍ଷରୁ ଜେମିମା 82 ରନ ଓ ପୂଜା 62 ରନ କରି ଅପରାଜିତ ରହିଥିବା ବେଳେ 49 ରନ କରି ଅର୍ଦ୍ଧ ଶତକରୁ ବଞ୍ଚିତ ହୋଇଥିଲେ ୟସ୍ତିକା ଭାଟିଆ । ଆଜିର ମ୍ୟାଚ ବିଜୟୀ ହେବାକୁ ହେଲେ ଭାରତୀୟ ଦଳକୁ 300 ପ୍ଲସ ରନ କରିବାକୁ ପଡିବ ଓ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.