ETV Bharat / sports

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ

author img

By ETV Bharat Odisha Team

Published : Dec 28, 2023, 10:33 AM IST

Updated : Dec 28, 2023, 12:05 PM IST

ଭାରତ ଓ ଅଷ୍ଟ୍ରେଲିଆ
India vs Australia

IND vs AUS : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପ୍ରଥମ ଦିନିକିଆ । ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ମୁମ୍ବାଇ: ଆଜି ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଟେଷ୍ଟ ସିରିଜ ହାତେଇବା ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ଭାରତୀୟ ମହିଳା ଦଳ । ହରମନପ୍ରୀତଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଟିମ ଇଣ୍ଡିଆ । ଟେଷ୍ଟ ସିରିଜରେ ଓ୍ବିମେନ ଇନ ବ୍ଲୁ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ଦିନିକିଆ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିବା ନେଇ ଆଶା କରାଯାଉଛି । ଦଳର 4 ଜଣ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ପ୍ରଥମ ଥର ପାଇଁ ଦିନିକଆରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଇକା ଅସାକ, ତିତସ ସାଧୁ, ଶ୍ରେୟଙ୍କା ପାଟିଲ ଓ ମନ୍ନତ କଶ୍ୟପ । ଓ୍ବାଙ୍ଖଡେ ଷ୍ଟାଡିୟମରେ ମଧ୍ୟାହ୍ନ ସମୟରେ ମ୍ୟାଚ ଆରମ୍ଭ ହେବ ।

ଟେଷ୍ଟ ସିରିଜରେ ଭାରତ ଠାରୁ ପରାଜିତ ହୋଇଥିଲା କଙ୍ଗାରୁ ଟିମ । ସବୁ ଭୁଲକୁ ସୁଧାରି ପୁଣି ଫର୍ମକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତ କରିଛି ଅଷ୍ଟ୍ରେଲିଆ ମହିଳା ଦଳ । ଟେଷ୍ଟ ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲା କଙ୍ଗାରୁ ଟିମ । ଫଳରେ ପ୍ରଥମ ଥର ପାଇଁ ଭାରତ ଠାରୁ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା । କିନ୍ତୁ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଆଶା ରଖି ପୁରା ରଣନୀତି ସହ ପଡିଆକୁ ଓହ୍ଳାଇବାକୁ ପ୍ରସ୍ତୁତ ଅଷ୍ଟ୍ରେଲିଆ । ଟେଷ୍ଟ ମ୍ୟାଚେର ବିଜୟୀ ହୋଇଥିବାରୁ ଦିନିକିଆ ସିରିଜ ପାଇଁ ଭାରତୀୟ ମହିଳା ଦଳର ମନୋବଳ ଦୃଢ ରହିଛି ।

ଏହା ମଧ୍ୟ ପଢନ୍ତୁ-ସଙ୍କଟମୋଚକ ରାହୁଲଙ୍କ ଦମଦାର ଶତକ, ପ୍ରଥମ ପାଳିରେ ୨୪୫ରେ ଅଟକିଲା ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା । ମହିଳା ଟେଷ୍ଟ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ କଙ୍ଗାରୁ ଦଳକୁ ହରାଇଥିଲା ଟିମ୍‌ ଇଣ୍ଡିଆ । ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି କଙ୍ଗାରୁ ଦଳକୁ 8 ୱିକେଟରେ ହରାଇଥିଲେ ଭାରତୀୟ ମହିଳା ଦଳ । ଦୁଇଟି ପାଳିରେ ୭ ୱିକେଟ ଦଖଲକାରୀ ସ୍ନେହ ରାଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ ।

ଭାରତ ଦିନିକିଆ ସ୍କ୍ବାର୍ଡ: ହରମନପ୍ରୀତ କୌର, ସ୍ମୃତି ମନ୍ଧନା, ଜେମିମା ରେଡ୍ରିଗ୍ସ, ଶେଫାଳି ବର୍ମା, ୟସ୍ତିରା ଭାଟିଆ, ଦୀପ୍ତି ଶର୍ମା, ରିଚା ଘୋଷ, ଅମନଜୋତ କୌର, ଶ୍ରେୟଙ୍କା ପାଟିଲ, ପୂଜା ବସ୍ତ୍ରାକାର, ସ୍ନେହ ରାଣା, ହର୍ଲିଲ ଦେଓଲ, ସାଇକା ଇସାକ, ରେଣୁକା ସିଂହ, ତିତସ ସାଧୁ ।

Last Updated :Dec 28, 2023, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.