ETV Bharat / sports

ସଙ୍କଟମୋଚକ ରାହୁଲଙ୍କ ଦମଦାର ଶତକ, ପ୍ରଥମ ପାଳିରେ ୨୪୫ରେ ଅଟକିଲା ଭାରତ

author img

By ETV Bharat Odisha Team

Published : Dec 27, 2023, 3:06 PM IST

Updated : Dec 27, 2023, 3:50 PM IST

ସଙ୍କଟମୋଚକ ରାହୁଲଙ୍କ ଦମଦାର ଶତକ
ସଙ୍କଟମୋଚକ ରାହୁଲଙ୍କ ଦମଦାର ଶତକ

IND vs SA 1st Test: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ରାହୁଲ । ବ୍ୟାଟିଂ ଧୂରନ୍ଧରଙ୍କ ବିଫଳତା ସତ୍ତ୍ବେ ହାସଲ କଲେ ଦମଦାର ଶତକ । ପ୍ରଥମ ପାଳିରେ ଭାରତ ୨୪୫ରେ ଅଲ୍‌ଆଉଟ୍‌ । ଅଧିକ ପଢ଼ନ୍ତୁ

ସେଞ୍ଚୁରିଅନ୍‌: ସଙ୍ଘର୍ଷ କରି ହାର ମାନିଲେ ସବୁ ବ୍ୟାଟର । ଦଳ ପାଇଁ ସଙ୍କଟମୋଚକ ସାଜିଲେ କେଏଲ୍‌ ରାହୁଲ । ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରି ଦଳକୁ ସଙ୍କଟରୁ ଉଦ୍ଧାର କଲେ । ଦକ୍ଷିଣ ଆଫ୍ରକା ସ୍ପିଡ୍‌ଷ୍ଟାର କାଗିସୋ ରାବାଡା ହାସଲ କରିଛନ୍ତି ୫ ୱିକେଟ୍‌ ସଫଳତା । ଫଳରେ ପ୍ରଥମ ପାଳିରେ ଭାରତ ୨୪୫ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଛି । ଦ୍ବିତୀୟ ଦିନରେ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି ଘରୋଇ ଦକ୍ଷିଣ ଆଫ୍ରିକା ।

ଭାରତ ପ୍ରଥମ ପାଳି: ମଙ୍ଗଳବାର ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ସେଞ୍ଚୁରିଅନ୍‌ର ସୁପରସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଏହି ବର୍ଷା ଭିଜା ଷ୍ଟାଡିୟମରେ ବିଳମ୍ବରେ ଟସ୍‌ ପଡ଼ିଥିଲା । ଘରୋଇ ଦଳ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ଅଧିନାୟକ ରୋହିତ ଶର୍ମା କେବଳ ୫ ଓ ୩ୟ ସ୍ଥାନରେ ଆସିଥିବା ଶୁଭମାନ ଗିଲ୍‌ କେବଳ ୨ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟତମ ଓପନର ଯଶସ୍ବୀ ଜୟସ୍ବାଲ ବିରାଟ କୋହଲିଙ୍କ ସହ କିଛି ସମୟ କ୍ରିଜ୍‌ରେ ରହିଥିଲେ ମଧ୍ୟ ସେ କେବଳ ୧୭ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ କୋହଲି ଓ ଆୟର କିଛି ସମୟ ଦଳୀୟ ସ୍କୋର ବୋର୍ଡକୁ ଗତି ଦେଇଥିଲେ । କୋହଲି ୩୮ ଓ ଆୟର ୩୧ ରନ କରି ଆଉଟ୍‌ ହୋଇଥିଲେ । ବ୍ୟାଟିଂ ବିପର୍ଯ୍ୟୟ ଘଟି ଚାଲିଥିବା ବେଳେ ଦଳକୁ ସାହା ହୋଇଥିଲେ କେଏଲ୍‌ ରାହୁଲ । ସେ ଏକାକୀ ଦଳ ପାଇଁ ସଙ୍ଘର୍ଷପୂର୍ଣ୍ଣ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଦୁଲ ଠାକୁର (୨୪)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦ୍ବିତୀୟ ଦିନ ଲଞ୍ଚ ବ୍ରେକ୍‌ ପୂର୍ବରୁ ୨୪୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ: ଟସ ଜିତିଲା ଘରୋଇ ଦଳ, ବ୍ୟାଟିଂ କରୁଛି ଭାରତ

ଅନ୍ୟପଟେ ଏହି ପାଳିରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ସବୁଠାରୁ ବେଶୀ ଘାତକ ସାବ୍ୟସ୍ତ ହୋଇଥିଲେ କାଗିସୋ ରାବାଡା । ସେ ୨୦ ଓଭର ବୋଲିଂ କରିଥିବାବେଳେ ୪ ମେଡେନ ଓଭର ପକାଇଥିଲେ । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୫ଟି ୱିକେଟ୍‌ ହାସଲ କରିଛନ୍ତି ରାବାଡା । ରାବାଡାଙ୍କ ବ୍ୟତୀତ ନନ୍ଦ୍ରେ ବରଗେର ମଧ୍ୟ ବେଶ ପ୍ରଭାବୀ ବୋଲିଂ କରିଥିଲେ । ସେ ୧୫.୪ ଓଭର ବୋଲିଂ କରି ୪ ମେଡେନ ଓଭର ସହିତ ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମାର୍କୋ ଜାନ୍‌ସେନ୍‌ ଓ ଗେରାଲ୍ଡ କୋଏଜିଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 27, 2023, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.