ETV Bharat / sports

IND VS AUS : 303 ରନର ଟାର୍ଗେଟ ଦେଲା ବିରାଟ ବାହିନୀ

author img

By

Published : Dec 2, 2020, 12:58 PM IST

IND VS AUS
IND VS AUS

ଭାରତ ବନାମ ଅଷ୍ଟ୍ରେଲିଆ ଶେଷ ଦିନିକିଆରେ 303 ରନର ଟାର୍ଗେଟ ଦେଲା ବିରାଟ ବାହିନୀ । ଅଧିକ ପଢନ୍ତୁ...

କାନବେରା: ତୃତୀୟ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ 303ରନର ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ବିରାଟ ବାହିନୀ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ହରାଇ 302 ରନ କରିଛି । ଫଳରେ ଆରୋନ ଫିଞ୍ଚଙ୍କ ଟିମ୍‌କୁ ଜିତିବା ପାଇଁ 303ରନର ଟାର୍ଗେଟ ଦେଇଛି ।

IND VS AUS
IND VS AUS

ଟସ୍‌ ଜିତି ପ୍ରଥମେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ 5 ଓଭର 5ମ ବଲରେ ସିନ ଆବଟ୍ଟଙ୍କ ପ୍ରଥମ ଶିକାର ହୋଇଥିଲେ ଶିଖର ଧାୱନ । ଦଳର 26 ଓ ବ୍ୟକ୍ତିଗତ 16 ରନ କରି ସେ ପାଭିଲିୟନ ଫେରିଥିଲେ । ପରେ 15 ଓଭରରେ ଶୁଭମନ ଗିଲଙ୍କୁ ଦଳୀୟ ସ୍କୋର 82ରେ ହରାଇଥିଲା ଟିମ୍‌ ଇଣ୍ଡିଆ ।

ପରେ ଦଳୀୟ ସ୍କୋର 114ରେ ଶ୍ରେୟସ ଆୟର ଓ 123ରେ କେଏଲ ରାହୁଲଙ୍କୁ ହରାଇ ସଙ୍କଟରେ ପଡିଥିଲା ଦଳ । ତେବେ କ୍ୟାପଟେନ ବିରାଟ କୋହଲି ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ । ଶେଷରେ 31 ଓଭରରେ ଦଳୀୟ ସ୍କୋର 152 ଥିବାବେଳେ ବ୍ୟକ୍ତିଗତ 63 ରନ କରି ଜସ ହେଜେଲଉଡଙ୍କ ବଲରେ ଆଉଟ୍‌ ହୋଇଥିଲେ ବିରାଟ ।

IND VS AUS
IND VS AUS

ବିରାଟ ପାଭିଲିୟନ ଫେରିବା ପରେ ମୈଦାନକୁ ଆସିଥିଲେ ରବିନ୍ଦ୍ର ଜାଡେଜା । ଉଭୟ ପାଣ୍ଡ୍ୟା ଓ ଜାଡେଜା ନିଜ ନିଜ ଶୈଳୀରେ ଖେଳି ଦଳକୁ ସମ୍ମାନଜନକ 302 ରନରେ ପହଞ୍ଚାଇଥିଲେ । ହାର୍ଦ୍ଦିକ 76 ବଲରୁ 92 ଓ ରବିନ୍ଦ୍ର 50 ବଲରୁ 66 ରନ କରି ଦଳର ସ୍କୋରକୁ 300 ରନ୍‌ ପାର କରିଥିଲେ ।

ସେପଟେ ଅଷ୍ଟ୍ରେଲିଆର ଆଷ୍ଟନ ଅଗର ସର୍ବାଧିକ 2ଟି ୱିକେଟ୍‌ ନେଇଥିବାବେଳେ ଜସ ହେଜେଲଉଡ, ସିନ ଆବଟ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.