ETV Bharat / sports

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ଅଲୋଡା ରେକର୍ଡର ଅଧିକାରୀ ହେଲା ଟିମ୍‌ ଇଣ୍ଡିଆ

author img

By

Published : Dec 19, 2020, 12:15 PM IST

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ

ଆଡିଲେଡ୍‌ରେ ଧରାଶାୟୀ ହେଲା ଟିମ୍‌ ଇଣ୍ଡିଆ । 36 ରନରେ ଘୋଷଣା କଲା ଦ୍ବିତୀୟ ପାଳି । ଅଧିକ ପଢନ୍ତୁ...

ଆଡିଲେଡ୍‌: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ଦ୍ବିତୀୟ ପାଳିରେ ଅଲୋଡା ରେକର୍ଡ କରିଛି ଟିମ୍‌ ଇଣ୍ଡିଆ। କଙ୍ଗାରୁ ଦଳର ଦୁଇ ଦ୍ରୁତତମ ବୋଲର ଜୋସ ହେଜଲଉଡ ଓ ପାଟ କମିନ୍ସଙ୍କ ଶାଣିତ ବଲରେ ଧରାଶାୟୀ ହୋଇଛି ବିରାଟ ବାହିନୀ । ଦ୍ବିତୀୟ ପାଳିରେ 9ୱିକେଟ ହରାଇ ମାତ୍ର 36 ରନ କରିବାର ଅଲୋଡା ରେକର୍ଡ କରିଛି ଦଳ ।

ଶନିବାର 36 ରନରେ ଦୁଇ ୱିକେଟ ଯିବାଫଳରେ ଦଳ ବାଧ୍ୟ ହୋଇ ପାଳି ଘୋଷଣା କରିଛି । ଫଳରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ 90ରନ ଆବଶ୍ୟକତା ରହିଛି । ତେବେ ଏହି ରନ୍‌ ଟିମ୍‌ ଇଣ୍ଡିଆ ଟେଷ୍ଟ ସ୍କୋରର ସବୁଠାରୁ ନିମ୍ନତମ ସ୍କୋର ହେବାର ରେକର୍ଡ ରଚିଛି । ଏହା ପୂର୍ବରୁ 1974 ମସିହାରେ ଇଂଲଣ୍ଡ ବିପକ୍ଷରେ ଭାରତ 42 ରନର ସର୍ବନିମ୍ନ ସ୍କୋର କରିଥିଲା ।

ଏହି ପାଳିରେ ଅଷ୍ଟ୍ରେଲିଆର ଜୋସ ହେଜଲଉଡ 5 ୱିକେଟ୍‌ ଓ ପାଟ କମିନ୍ସ 4 ୱିକେଟ ନେଇ ଟିମ୍‌ ଇଣ୍ଡିଆକୁ ଧରାଶାୟୀ କରିଛନ୍ତି । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତ 9ରନରେ ଗୋଟିଏ ୱିକେଟ ହରାଇ ଖେଳ ଆରମ୍ଭ କରିଥିଲା । ପରେ ଯଶପ୍ରୀତ ବୁମରା(2) ଓ ଚେତେଶ୍ବର ପୂଜାରା(0)ଙ୍କୁ ସହଳ ହରାଇଦେଇଥିଲା ଟିମ୍‌ । ଦୁଇ ଜଣଙ୍କୁ ପାଟ କମିନ୍ସ ପ୍ୟାଭିଲିୟନ ଫେରାଇଦେଇଥିଲେ ।

ଚେତେଶ୍ବର ପୂଜାରାଙ୍କୁ ଭାରତ ହରାଇବାର ପରବର୍ତ୍ତୀ ଓଭରରେ ଜୋସ ହେଜଲଉଡ ମୟଙ୍କ ଅଗ୍ରୱାଲ(9), ଅଜିଙ୍କ୍ୟ ରାହାଣେ(0)ଙ୍କୁ ଆଉଟ କରିଥିଲେ । ଫଳରେ ଦଳ 15 ରନରେ 5 ୱିକେଟ ହରାଇଥିଲା । ପରେ ବିରାଟ(4)ଙ୍କୁ ପାଟ କମିନ୍ସ ଆଉଟ କରିବା ପରେ ଦଳର ମନୋବଳ ଭାଙ୍ଗିଯାଇଥିଲା । ବିରାଟଙ୍କ ପରେ ରିଦ୍ଧିମାନ ଶାହା ଓ ଆର ଅଶ୍ବିନ ମଧ୍ୟ ପଡିଆରେ ତିଷ୍ଠି ପାରି ନଥିଲେ । ଫଳରେ 26 ରନରେ 8 ୱିକେଟ ହରାଇଥିଲା ଦଳ ।

ଶେଷରେ ମହମ୍ମଦ ସାମି ଦଳକୁ 36 ରନ ଯାଏ ନେବାକୁ ସକ୍ଷମ ହୋଇଥିବାବେଳେ ରିଟାର୍ଡ ଆଉଟ୍‌ ହୋଇଥିଲେ । ଫଳରେ ଦଳ 36 ରନରେ 9 ୱିକେଟ ହରାଇ ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ 9 ଓ ହନୁମା ବିହାରୀ 8 ରନ କରିଛନ୍ତି ।

ତେବେ ଭାରତ ପ୍ରଥମ ପାଳିରେ 244 ରନ କରିଥିବେଳେ ଅଷ୍ଟ୍ରେଲିଆ 191 ରନ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.