ETV Bharat / sports

ଗୌହାଟୀରେ ଅଷ୍ଟ୍ରେଲିଆର ବିଜୟ ରେକର୍ଡ ୧୦୦ ପ୍ରତିଶତ, ଭାରତ ଜିତିଛି ଗୋଟିଏ ମ୍ୟାଚ୍‌

author img

By ETV Bharat Odisha Team

Published : Nov 27, 2023, 8:39 PM IST

ଗୌହାଟୀରେ ଅଷ୍ଟ୍ରେଲିଆର ବିଜୟ ରେକର୍ଡ ୧୦୦ ପ୍ରତିଶତ
ଗୌହାଟୀରେ ଅଷ୍ଟ୍ରେଲିଆର ବିଜୟ ରେକର୍ଡ ୧୦୦ ପ୍ରତିଶତ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଓ ଦ୍ବିତୀୟ ବିଜୟ ପରେ କ୍ରମାଗତ ୩ୟ ବିଜୟ ସହ ସିରିଜ୍‌ ସିଲ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ହେଲେ ଭେନ୍ୟୁର ରେକର୍ଡ ଅଷ୍ଟ୍ରେଲିଆ ସପକ୍ଷରେ । ଗୌହାଟୀରେ ଗୋଟିଏ ବି ମ୍ୟାଚ୍‌ ହାରିନାହିଁ ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

ଗୌହାଟୀ: ବିଶ୍ବକପ୍‌ ପରେ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଟି୨୦ ଶୃଙ୍ଖଳାରେ ଢେର ଆଗରେ ରହିଛି ଭାରତ । ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ୨-୦ରେ ଅଷ୍ଟ୍ରେଲିଆକୁ ପଛରେ ପକାଇଛି ଟିମ୍‌ ଇଣ୍ଡିଆ । ବଳକା ୩ ମ୍ୟାଚ୍‌ ଭିତରୁ ସିରିଜ୍‌ ଜିତିବା ପାଇଁ ଭାରତକୁ କେବଳ ଗୋଟିଏ ବିଜୟ ଆବଶ୍ୟକ । ଆଗାମୀ ମ୍ୟାଚ୍‌ ନଭେମ୍ବର ୨୮ ତାରିଖ (ମଙ୍ଗଳବାର) ଗୌହାଟୀର ବାର୍ସାପାରା ସ୍ଥିତ ଆସାମ କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍‌ ଜିତି ଭାରତ ସିରିଜ୍‌ ସିଲ୍‌ କରିବା ଲକ୍ଷ୍ୟରେ ରହିଥିବାବେଳେ ଏଠାକାର ରେକର୍ଡ କିନ୍ତୁ ଘରୋଇ ଦଳ ଅପେକ୍ଷା ଅଷ୍ଟ୍ରେଲିଆ ସପକ୍ଷରେ ରହିଛି ।

ବିଶ୍ବକପ୍‌ ପରେ ବରିଷ୍ଠ କ୍ରିକେଟର ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର ନେତୃତ୍ବ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ଦଳରେ ଅନେକ ଯୁବ ତାରକାଙ୍କୁ ନେଇ ସେ ପ୍ରଥମ ଦୁଇଟି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିବାରେ ସଫଳ ହୋଇଛନ୍ତି । ସିରିଜ୍‌ ବିଜୟ ପାଇଁ ଭାରତକୁ ବଳକା ୩ ମ୍ୟାଚ୍‌ରୁ କେବଳ ଗୋଟିଏ ବିଜୟ ଆବଶ୍ୟକ । ହେଲେ ତୃତୀୟ ମ୍ୟାଚ୍‌ର ଭେନ୍ୟୁର ପୂର୍ବ ରେକର୍ଡ ଭାରତୀୟ ଦଳ ସପକ୍ଷରେ ନାହିଁ । ଯାହା ଭାରତୀୟ ଖେଳାଳିଙ୍କ ଚିନ୍ତା ବଢ଼ାଇଛି । ଏହି ଷ୍ଟାଡିୟମରେ ଭାରତ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିବାବେଳେ ଏଠାରେ ଅଷ୍ଟ୍ରେଲିଆର ବିଜୟ ଶତପ୍ରତିଶତ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...କ୍ରମାଗତ ୨ୟ ଟି୨୦ରେ ଧୂଳି ଚାଟିଲା ଅଷ୍ଟ୍ରେଲିଆ, ୪୪ ରନ୍‌ରେ ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ଭାରତ

ବାର୍ସାପାରା କ୍ରିକେଟ୍‌ ଷ୍ଟାଡିୟମରେ ଏ ପର୍ଯ୍ୟନ୍ତ କେବଳ ୩ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଛି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ସମସ୍ତ ୩ ମ୍ୟାଚ୍‌ ଖେଳାଯାଇଛି । ତେବେ ଏହି ୩ ଟି୨୦କୁ ବିଚାରକୁ ନେଲେ ଏଠାରେ ଅଷ୍ଟ୍ରେଲିଆର ବିଜୟ ରେକର୍ଡ ଶତପ୍ରତିଶତ ରହିଛି । ଅଷ୍ଟ୍ରେଲିଆ ଏଠାରେ ଭାରତ ବିପକ୍ଷରେ ମାତ୍ର ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି । ଏହି ମ୍ୟାଚ୍‌ରେ କଙ୍ଗାରୁ ଦଳ ୮ ୱିକେଟ୍‌ରେ ଭାରତ ଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା । ଅନ୍ୟପଟେ ଏହି ଗ୍ରାଉଣ୍ଡରେ ମୋଟ ୩ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି ଟିମ୍‌ ଇଣ୍ଡିଆ । ଏହା ଭିତରୁ ଭାରତ କେବଳ ଗୋଟିଏ ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ହାରିଥିଲା । ଅନ୍ୟ ମ୍ୟାଚ୍‌ଟି ଶ୍ରୀଲଙ୍କା ବିପକ୍ଷରେ ଖଳିଥିଲା ଭାରତ । ଯାହା ଅମୀମାଂସିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.