ETV Bharat / sports

ଟି-୨୦ ବିଶ୍ବକପ: ବିଜେତା ଟିମ ପୁରସ୍କାର ରାଶି ଘୋଷଣା କଲା ICC

author img

By

Published : Oct 10, 2021, 8:15 PM IST

ICC announces prize money for T20 world cup
ଟି-୨୦ ବିଶ୍ବକପ: ବିଜେତା ଟିମର ପୁରସ୍କାର ରାଶି ଘୋଷଣା କଲା ICC

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ୧୬ଟି ଟିମ ପାଇଁ ମୋଟ ୫୬ଲକ୍ଷ ଡଲାର(ପ୍ରାୟ ୪୨ କୋଟି ଟଙ୍କା)ର ପୁରସ୍କାର ରାଶି ରଖାଯାଇଛି । ଏହି ମେଗା ପ୍ରତିଯୋଗିତା ୧୭ ଅକ୍ଟୋବରରୁ ୟୁଏଇ ଓ ଓମାନରେ ଖେଳାଯିବ । ଅଧିକ ପଢନ୍ତୁ...

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ରବିବାର ପୁରୁଷ ଟି-୨୦ ବିଶ୍ବକପ ବିଜେତା ଟିମର ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଟିମକୁ ୧୬ ଲକ୍ଷ ଆମେରିକୀୟ ଡଲାର(ପ୍ରାୟ ୧୨ କୋଟି ଟଙ୍କା)ର ପୁରସ୍କାର ରାଶି ମିଳିବ । ସେହିପରି ଉପବିଜେତା ଟିମକୁ ଏହାର ଅଧା ରାଶି ମିଳିବ ।

ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ୧୬ଟି ଟିମ ପାଇଁ ମୋଟ ୫୬ଲକ୍ଷ ଡଲାର(ପ୍ରାୟ ୪୨ କୋଟି ଟଙ୍କା)ର ପୁରସ୍କାର ରାଶି ରଖାଯାଇଛି । ଏହି ମେଗା ପ୍ରତିଯୋଗିତା ୧୭ ଅକ୍ଟୋବରରୁ ୟୁଏଇ ଓ ଓମାନରେ ଖେଳାଯିବ ।

ସେମିଫାଇନାଲରେ ପରାଜିତ ଦୁଇଟି ଟିମକୁ ପୁରସ୍କାର ଭାବରେ ୪ ଲକ୍ଷ ଡଲାର ଲେଖାଏଁ (ପ୍ରାୟ ୩ କୋଟି ଟଙ୍କା) ମିଳିବ । ଏହି ମୁକାବିଲା ନଭେମ୍ବର ୧୦ ଓ ୧୧ରେ ଖେଳାଯିବ ।

ସୁପର ୧୨ ପର୍ଯ୍ୟାୟରେ ଅଂଶଗ୍ରହଣକାରୀ ଟିମ ମଧ୍ୟରେ ରହିଛନ୍ତି ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜର ସ୍ଥାନ ପକ୍କା ରହିଛି ।

ଏହି ଟିମ ମଧ୍ୟରୁ ସେମିଫାଇନାଲ ଦୌଡରୁ ବାହାର ହେବା ୮ଟି ଟିମକୁ ୭୦,୦୦୦ ଡଲାର(ପ୍ରାୟ ୫୨.୫ ଲକ୍ଷ ଟଙ୍କା) ଓ ପାରମ୍ଭିକ ପର୍ଯ୍ୟାୟରୁ ବାହାର ହେବା ଟିମକୁ ପ୍ରତ୍ୟେକ ୪୦,୦୦୦ ଡଲାର(ପ୍ରାୟ ୩୦ ଲକ୍ଷ ଟଙ୍କା) ମିଳିବ ।

ସୁପର ୧୨ରେ ସ୍ଥାନ ହାସଲ ପାଇଁ ପ୍ରୟାସ କରିବାକୁ ଥିବା ଟିମ ମଧ୍ୟରେ ବାଂଲାଦେଶ, ଆୟରଲାଣ୍ଡ, ନାମ୍ବିଆ, ନେଦରଲାଣ୍ଡ, ଓମାନ, ପପୁଆ ନ୍ୟୁ ଗିନି, ସ୍କଟଲାଣ୍ଡ ଓ ଶ୍ରୀଲଙ୍କା ସାମିଲ ରହିଛନ୍ତି ।

ଏହି ପର୍ଯ୍ୟାୟରେ ୩୦ ମ୍ୟାଚ୍‌ ଖେଳାଯିବ । ଯେଉଁଥିରେ ପ୍ରତ୍ୟେକ ମ୍ୟାଚର ବିଜେତାଙ୍କୁ ପୁରୁସ୍କାର ରୂପରେ ୪୦,୦୦୦ ଡଲାର(ପ୍ରାୟ ୩ ଲକ୍ଷ ଟଙ୍କା) ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.