ETV Bharat / sports

ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ କୋରୋନା

author img

By

Published : Sep 5, 2021, 4:04 PM IST

Updated : Sep 5, 2021, 4:33 PM IST

Team India coach Ravi Shastri tests COVID-19 positive, support staff isolate
ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କୁ କୋରୋନା

ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ COVID-୧୯ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ COVID-୧୯ ପଜିଟିଭ ଚିହ୍ନଟ । ମାତ୍ର ଓଭାଲରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଖେଳିବା ଜାରି ରଖିବାକୁ ଅନୁମତି ଲାଭ କରିଛି ଟିମ ଇଣ୍ଡିଆ । ଏନେଇ ରବିବାର ଟିମ ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ବୋଲିଂ କୋଚ୍‌ ଭରତ ଅରୁଣ, ଫିଲ୍ଡିଂ କୋଚ୍‌ ଆର. ଶ୍ରୀଧର ଓ ଫିଜିଓଥେରାପିଷ୍ଟ ନୀତିନ ପଟେଲ ଆଇସୋଲେସନରେ ରହିଛନ୍ତି । ଚତୁର୍ଥ ଦିନ ମ୍ୟାଚ ଆରମ୍ଭର କିଛି ମିନିଟ୍‌ ପୂର୍ବରୁ ଶାସ୍ତ୍ରୀଙ୍କ ସଦ୍ୟତମ COVID ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।

ଶନିବାର ରାତ୍ରି ଓ ରବିବାର ସକାଳ ସମୟରେ ସମସ୍ତ ସଦସ୍ୟଙ୍କୁ ଦୁଇଟି ଲାଟେରାଲ ଫ୍ଲୋ ଟେଷ୍ଟର ସାମ୍ନା କରିବାକୁ ପଡିଛି । ଶନିବାର ସନ୍ଧ୍ୟାରେ ଶାସ୍ତ୍ରୀ ସାମ୍ନା କରିଥିବା ଯେଉଁ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ରହିଛି, ସେମାନଙ୍କୁ ଓଭାଲରେ ଜାରି ରହିଥିବା ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନ ଖେଳିବା ନେଇ ଅନୁମତି ମିଳିଛି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 5, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.