ETV Bharat / sports

Warner's Pathaan look: ପଠାନ ଅବତାରରେ ୱାର୍ଣ୍ଣର, ଭାଇରାଲ ହେଲା ଭିଡିଓ

author img

By

Published : Jan 28, 2023, 10:21 PM IST

ପଠାନ ଅବତାରରେ ଡେଭିଡ ୱାର୍ଣ୍ଣର
ପଠାନ ଅବତାରରେ ଡେଭିଡ ୱାର୍ଣ୍ଣର

ପଠାନ ଫିଲ୍ମକୁ ନେଇ ଭାରତରେ ଅନେକ ବିବାଦ ଦେଖାଦେଇଥିଲା । ତେବେ ଏହାରି ଭିତରେ ଡେଭିଡ ୱାର୍ଣ୍ଣର ପଠାନ ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ଚରିତ୍ର ଭଳି ନିଜକୁ ସଜାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ପଠାନ ଅବତାରରେ ନଜର ଆସିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର । ପଠାନ ଫିଲ୍ମକୁ ନେଇ ଭାରତରେ ଅନେକ ବିବାଦ ଦେଖାଦେଇଥିଲା । ତେବେ ଏହାରି ଭିତରେ ଡେଭିଡ ୱାର୍ଣ୍ଣର ପଠାନ ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ଚରିତ୍ର ଭଳି ନିଜକୁ ସଜାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ଏହା ସହିତ ସେ ସୋସିଆଲ ମିଡିଆରେ ମଜାଦାର ଭିଡିଓ ପୋଷ୍ଟ କରି ପ୍ରଶଂସକମାନଙ୍କୁ ମନୋରଞ୍ଜନ କରିଥାନ୍ତି ।

ଶାହାରୁଖ ଖାନଙ୍କର ଏବେ ପଠାନ ଚଳଚ୍ଚିତ୍ର ରିଲିଜ ହୋଇଛି । ତେବେ ପଠାନ ଫିଲ୍ମଟି ବକ୍ସ ଅଫିସରେ ହିଟ୍ କରିଥିବା ବେଳେ ଡେଭିଡ ୱାର୍ଣ୍ଣର ପଠାନ ଫିଲ୍ମର ଏକ ଗୀତକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଶାହାରୁଖ ଖାନଙ୍କ ଚରିତ୍ରରେ ୱାର୍ଣ୍ଣରଙ୍କର ମୁହଁ ଲଗାଯାଇଛି । ଏବଂ ସେ ଦୀପିକା ପାଦୁକୋନଙ୍କ ସହିତ ରୋମାନ୍ସ କରୁଛନ୍ତି । ଡେଭିଡ ୱାର୍ଣ୍ଣରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏବଂ ପ୍ରଶଂସକ ମଧ୍ୟ ଏବି ଭିଡିଓକୁ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ୱାର୍ଣ୍ଣର ସାଉଥ ଏହଂ ବଲିଉଡ ଫିଲ୍ମ ଗୀତରେ ଭିଡିଓ ଛାଡିଛନ୍ତି ୱାର୍ଣ୍ଣର । ଯେଉଁକାରଣରୁ ତାଙ୍କର ଭାରତରେ ଫ୍ୟାନ୍ସ ଏବଂ ଫୋଲୋର୍ସ ଅଧିକ ରହିଛନ୍ତି ।

ରିଲିଜ ହେବା ପରେ ହଲରେ ଧମାଲ ମଚାଉଛି ଶାହାରୁଖ ଖାନଙ୍କ ଅଭିନିତ ଫିଲ୍ମ ପଠାନ। ରିଲିଜର ପ୍ରଥମ ଦିନରୁ ଦର୍ଶକ ଫିଲ୍ମଟିକୁ ବେଶ ପ୍ରଶଂସା କରୁଛନ୍ତି । ଜାନୁଆରୀ ୨୫ ତାରିଖ କିଙ୍ଗ ଖାନଙ୍କ ପଠାନ ଫିଲ୍ମ ରିଲିଜ ହୋଇଥିବା ବେଳେ ତିନି ଦିନରେ ୩ଶହ କୋଟି ଟଙ୍କା ଆୟ କରି ବକ୍ସ ଅଫିସରେ ରେକର୍ଡ କରିଛି । ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ବଡ ପରଦାରେ ନଜର ଆସିଥିବାରୁ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଏନେଇ ଫିଲ୍ମ ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ବିଟ କରି କହିଛନ୍ତି "ଫିଲ୍ମ ପଠାନ ଓ୍ବାଲ୍ଡ ଓ୍ବାଇଡ ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଛି ।" ଦୀର୍ଘ ୪ ବର୍ଷ ପରେ ବଲିଉଡର କିଙ୍ଗ୍‌ ଖାନ ଶାହରୁଖ ପଠାନ ଫିଲ୍ମ ଜରିଆରେ ବଡ ପରଦାରେ କମ୍‌ବ୍ୟାକ କରିଛନ୍ତି । ୟସ୍‌ରାଜ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହିତ ଜନ ଆବ୍ରାହିମ୍ ଅଭିନୟ କରିଛନ୍ତି । ତେବେ ପଠାନର ଟିଜର ଓ ବେଶରମ୍ ରଙ୍ଗ ଗୀତ ରିଲିଜ ପରେ ଦେଶବ୍ୟାପୀ ବିବାଦ ମୁଣ୍ଡ ଟେକିଥିଲା । ବିଭିନ୍ନ ସ୍ଥାନରେ ଫିଲ୍ମ ବ୍ୟାନ କରିବାକୁ ଦାବି ହୋଇଥିଲା । କିନ୍ତୁ ରିଲିଜ ପରେ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ ହାସଲ କରିଚାଲିଛି ପଠାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.