ETV Bharat / sports

Cricket World Cup 2023: ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ୱାର୍ଣ୍ଣର-ମାର୍ଶ ଯୋଡ଼ି ରଚିଲେ ଏକାଧିକ ରେକର୍ଡ

author img

By ETV Bharat Odisha Team

Published : Oct 20, 2023, 8:48 PM IST

ୱାର୍ଣ୍ଣର-ମାର୍ଶ ଯୋଡ଼ି ରଚିଲେ ଏକାଧିକ ରେକର୍ଡ
ୱାର୍ଣ୍ଣର-ମାର୍ଶ ଯୋଡ଼ି ରଚିଲେ ଏକାଧିକ ରେକର୍ଡ

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ପାଳି ଖେଳି ଅଷ୍ଟ୍ରେଲୀୟ ଓପନର ଡେଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ଏକାଧିକ ରେକର୍ଡ ହାସଲ କରିଛନ୍ତି । ନଜର ପକାନ୍ତୁ ଏହି ଯୋଡ଼ି ହସଲ କରିଥିବା କିଛି ରେକର୍ଡ ଉପରେ

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ରେ ଶୁକ୍ରବାର ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ୍‌ରେ ଏକାଧିକ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶଙ୍କ ବିସ୍ଫୋରକ ବ୍ୟାଟିଂ ପାକିସ୍ତାନୀ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲା । ଉଭୟ ୱାର୍ଣ୍ଣର ଓ ମାର୍ଶ ପ୍ରଥମ ୱିକେଟ ପାଇଁ ଦଳୀୟ ଖାତାରେ ୨୫୯ ରନର ବିଶାଳ ସ୍କୋର ଯୋଡ଼ିଥିଲେ । ଚଳିତ ବିଶ୍ବକପ୍‌ରେ ଏହା ସର୍ବାଧିକ ଓପନିଂ ଯୋଡ଼ି କରିଥିବା ସ୍କୋର ।

  • " class="align-text-top noRightClick twitterSection" data="">

ବର୍ତ୍ତମାନ ବିଶ୍ବ କ୍ରିକେଟ୍‌ରେ ପାକିସ୍ତାନୀ ବୋଲିଂ ବିଭାଗକୁ ସର୍ବଶ୍ରେଷ୍ଠ ବୋଲିଂ ଆଟାକ୍‌ ବୋଲି କୁହାଯାଉଛି । ହେଲେ ଚଳିତ ବିଶ୍ବକପ୍‌ରେ ଏହି ଶ୍ରେଷ୍ଠ ବୋଲିଂ ବିଭାଗର ସେଭଳି ଆଖିଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଦୁଇ କଙ୍ଗାରୁ ଓପନର ପାକିସ୍ତାନ ବୋଲିଂ ବିଭାଗକୁ ଏଭଳି ଆକ୍ରମଣ କରିଥିଲେ ଯେ ପାକ୍‌ ବୋଲର ନିଜର ଲାଇନ ଲେନ୍ଥ୍‌ ଖୋଜି ପାଇନଥିଲେ । ଏଭଳି ବିସ୍ଫୋରକ ବ୍ୟାଟିଂ ସହ ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଏକାଧିକ ରେକର୍ଡ କରିଛନ୍ତି । ଚଳିତ ବିଶ୍ବକପ୍‌ରେ ଏହା ସର୍ବାଧିକ ଓପନିଂ ଭାଗିଦାରୀ ହୋଇଥିବାବେଳେ ବିଶ୍ବକପ୍‌ ଇତିହାସରେ ଏହା ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ଓପନିଂ ଭାଗିଦାରୀ । ସେହିଭଳି ବିଶ୍ବକପ୍‌ ଇତିହାସରେ ଗୋଟିଏ ଦଳର ଦୁଇ ଓପନର ଏକା ସାଙ୍ଗରେ ଶତକ ହାସଲ କରିବାରେ ଏହା ହେଉଛି ଚତୁର୍ଥ ଘଟଣା । ଅନ୍ୟପଟେ ବିଶ୍ବକପ୍‌ ଇତିହାସରେ ଏହା ହେଉଛି ଦ୍ବିତୀୟ ସର୍ବାଧିକ ଓପନିଂ ଭାଗିଦାରୀ ।

ଜନ୍ମଦିନରେ ମାର୍ଶଙ୍କ ଧୂଆଁଧାର ଶତକ: ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରିଥିବା ଅଷ୍ଟ୍ରେଲୀୟ ଓପନର ମିଚେଲ ମାର୍ଶଙ୍କର ଆଜି ହେଉଛି ଜନ୍ମଦିନ । ଷଷ୍ଠ ଖେଳାଳି ଭାବେ ନିଜ ଜନ୍ମଦିନରେ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ମାର୍ଶ ।

ଜନ୍ମଦିନରେ ଶତକ ହାସଲ କରିଥିବା ଖେଳାଳି:

୧୦୦*- ବିନୋଦ କମ୍ବଲି, ଇଂଲଣ୍ଡ ବିପକ୍ଷରେ (୧୯୯୩)

୧୩୪- ସଚିନ ତେନ୍ଦୁଲକର, ଅଷ୍ଟ୍ରେଲିଆ ବିପକ୍ଷରେ (୧୯୯୮)

୧୩୦- ସନଥ ଜୟସୁରିୟା, ବାଂଲାଦେଶ ବିପକ୍ଷରେ (୨୦୦୮)

୧୩୧*- ରସ୍‌ ଟେଲର୍‌, ପାକିସ୍ତାନ ବିପକ୍ଷରେ (୨୦୧୧)

୧୪୦*- ଟମ୍‌ ଲାଥମ, ନେଦରଲ୍ୟାଣ୍ଡ ବିପକ୍ଷରେ (୨୦୨୨)

୧୨୧- ମିଚେଲ ମାର୍ଶ, ପାକିସ୍ତାନ ବିପକ୍ଷରେ (୨୦୨୩)

ବିଶ୍ବକପ୍‌ରେ ୱାର୍ଣ୍ଣରଙ୍କ ୫ମ ଶତକ: ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ପାଳି ଖେଳି ୧୨୪ ବଲରୁ ୧୪ ଚକୌ ଓ ୯ ଛକା ବଳରେ ୧୬୩ ରନ କରିଥିବା ୱାର୍ଣ୍ଣରଙ୍କର ଏହା ବିଶ୍ବକପ୍‌ରେ ୫ମ ଶତକ ଥିଲା । ଏହି ସୂଚୀରେ ୭ ଶତକ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷରେ ରହିଥିବାବେଳେ ୬ ଶତକ ସହ ଦ୍ବିତୀୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ ରହିଛି । ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂ ଓ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରାଙ୍କ ନାମରେ ୫ଟି ଲେଖାଏଁ ଶତକ ରହିଥିବାବେଳେ ୱାର୍ଣ୍ଣର ଏହି କ୍ଲବରେ ଏଣ୍ଟ୍ରି ମାରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ୱାର୍ଣ୍ଣର-ମାର୍ଶଙ୍କ ବିସ୍ଫୋରଣ, ପାକିସ୍ତାନ ଆଗରେ ଟାର୍ଗେଟ ୩୬୮

ଗୋଟିଏ ଟିମ୍‌ ବିପକ୍ଷରେ କ୍ରମାଗତ ସର୍ବାଧିକ ଶତକ: ଗୋଟିଏ ଟିମ୍‌ ବିପକ୍ଷରେ କ୍ରମାଗତ ସର୍ବାଧିକ ଶତକ ହାସଲ କରିବାରେ ଭାରତୀୟ ଭେଟେରାନ ବ୍ୟାଟର ବିରାଟ କୋହଲି ଶୀର୍ଷରେ ରହିଛନ୍ତି । କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୦୧୭-୧୮ରେ କ୍ରମାଗତ ୪ ଶତକ ହାସଲ କରିଥିଲେ । ଏହି ସୂଚୀରେ ୱାର୍ଣ୍ଣର ୪ ଶତକ ସହ ନିଜ ନାମ ଲେଖାଇଛନ୍ତି । ସେ ୨୦୧୭ରୁ ୨୦୨୩ ମଧ୍ୟରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ୪ ମୁକାବିଲାରେ ଶତକ ହାସଲ କରିଛନ୍ତି ।

ବିଶ୍ବକପ୍‌ରେ ସର୍ବାଧିକ ଭାଗିଦାରୀ: ପାକିସ୍ତାନ ବିପକ୍ଷରେ ୨୫୯ ରନର ଭାଗିଦାରୀ ଯୋଡ଼ିଥିବା ମାର୍ଶ ଓ ୱାର୍ଣ୍ଣର ବିଶ୍ବକପ୍‌ ଇତିହାସରେ କୌଣସି ୱିକେଟ୍‌ ପାଇଁ ସର୍ବାଧିକ ଭାଗିଦାରୀ କରିଥିବା ତାଲିକାରେ ଯୋଡ଼ି ହୋଇଛନ୍ତି । ଏହି ସୂଚୀର ୬ଷ୍ଠ ସ୍ଥାନରେ ରହିଛନ୍ତି ୱାର୍ଣ୍ଣର-ମାର୍ଶ ଯୋଡ଼ି ।

କୌଣସି ୱିକେଟ୍‌ ପାଇଁ ବିଶ୍ବକପ୍‌ରେ ସର୍ବାଧିକ ଭାଗିଦାରୀ:

୩୭୨- କ୍ରିସ ଗେଲ୍‌ ଓ ମାର୍ଲୋନ ସାମୁଏଲ୍ସ (ୱେଷ୍ଟଇଣ୍ଡିଜ ବନାମ ଜିମ୍ବାୱେ, ୨୦୧୫)

୩୧୮- ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ (ଭାରତ ବନାମ ଶ୍ରୀଲଙ୍କା, ୧୯୯୯)

୨୮୨- ତୀଲକାରତ୍ନେ ଦୀଲସାନ ଓ ଉପୁଲ ଥରଙ୍ଗା (ଶ୍ରୀଲଙ୍କା ବନାମ ଜିମ୍ବାୱେ, ୨୦୧୧)

୨୭୩*- ଡେଭନ କନୱେ ଓ ରଚିନ ରବୀନ୍ଦ୍ର (ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ, ୨୦୨୩)

୨୬୦- ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥି (ଅଷ୍ଟ୍ରେଲିଆ ବନାମ ଆଫଗାନିସ୍ତାନ, ୨୦୧୫)

୨୫୯- ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ (ଅଷ୍ଟ୍ରେଲିଆ ବନାମ ପାକିସ୍ତାନ, ୨୦୨୩)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.