ETV Bharat / sports

Cricket World Cup 2023: ୱାର୍ଣ୍ଣର-ମାର୍ଶଙ୍କ ବିସ୍ଫୋରଣ, ପାକିସ୍ତାନ ଆଗରେ ଟାର୍ଗେଟ ୩୬୮

author img

By ETV Bharat Odisha Team

Published : Oct 20, 2023, 6:04 PM IST

Updated : Oct 20, 2023, 6:12 PM IST

ୱାର୍ଣ୍ଣର-ମାର୍ଶଙ୍କ ବିସ୍ଫୋରଣ ପରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ
ୱାର୍ଣ୍ଣର-ମାର୍ଶଙ୍କ ବିସ୍ଫୋରଣ ପରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ

ବିଶ୍ବକପ୍‌ ୨୦୨୩ରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆର ଦୁଇ ଓପନର ଧୂଆଁଧାର ଶତକ ହାସଲ କରିଛନ୍ତି । ପରବର୍ତ୍ତୀ ମୁହୂର୍ତ୍ତରେ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୬୭ ରନ ହାସଲ କରିଛି । ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ୫ ୱିକେଟ ସଫଳତା ପାଇଛନ୍ତି । ଅଧିକ ପଢ଼ନ୍ତୁ

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ରେ ଶୁକ୍ରବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ପାକ୍‌ ବୋଲିଂ ବିଭାଗର ଭରପୁର ଧୁଲେଇ କରିଛନ୍ତି ଅଷ୍ଟ୍ରେଲିଆ ଓପନର । ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ ଉଭୟ ଶତକ ହାସଲ କରିଥିଲେ । ମାର୍ଶ ୧୦୮ ବଲରୁ ୧୨୧ ରନ୍‌ କରି ଆଉଟ୍‌ ହେବାପରେ ୱାର୍ଣ୍ଣର ୧୨୪ ବଲରୁ ୧୬୩ ରନର ବିସ୍ଫୋରକ ପାଳି ଖେଳି ପାଭିଲିୟନ ଫେରିଥିଲେ । ହେଲେ ଦୁଇ ଓପନରଙ୍କ ଦମଦାର ଆରମ୍ଭ ସତ୍ତ୍ବେ ପରବର୍ତ୍ତୀ ମୁହୂର୍ତ୍ତରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ଫଳରେ ୪୦୦+ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ୁଥିବା ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୭ ରନ୍‌ କରିଛି । ଜବାବରେ ପାକିସ୍ତାନକୁ ପୁଣିଥରେ ବିଜୟ ଟ୍ରାକ୍‌କୁ ଫେରିବାକୁ ହେଲେ ୩୬୮ ରନର ବଡ଼ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ।

  • " class="align-text-top noRightClick twitterSection" data="">

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ଆହ୍ବାନ କରିଥିଲେ ପାକ୍‌ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ହିଁ ପାକିସ୍ତାନ ବୋଲରଙ୍କୁ ଆକ୍ରମଣ କରିଥିଲେ କଙ୍ଗାରୁ ଦଳର ଦୁଇ ଓପନର ଡେଭିଡ୍‌ ୱାର୍ଣ୍ଣର ଓ ମିଚେଲ ମାର୍ଶ । ଉଭୟଙ୍କ ଆକ୍ରମଣାତ୍ମକ ପାଳି ଆଗରେ ପାକ୍‌ ଦଳର କୌଣସି ବୋଲରଙ୍କ ଯାଦୁ କାମ ଦେଇନଥିଲା । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ହୁଅନ୍ତୁ ବା ହାରିଶ ରୌଫ, ସମସ୍ତଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ୱାର୍ଣ୍ଣର ଓ ମାର୍ଶ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ୨୫୯ ରନ୍‌ର ରେକର୍ଡ ଓପନିଂ ଭାଗିଦାରୀ କରିଥିଲେ । ଏହାପରେ ପ୍ରଥମେ ମାର୍ଶ ୧୦୮ ବଲରୁ ୧୦ ଚୌକା ଓ ୯ ଛକା ବଳରେ ୧୨୧ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଡେଭିଡ୍‌ ୱାର୍ଣ୍ଣର ନିଜର ଆକ୍ରମଣାତ୍ମକ ଖେଳ ଜାରି ରଖିଥିବାବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୱାର୍ଣ୍ଣର ୧୨୪ ବଲରୁ ୧୪ ଚୌକା ଓ ୯ ଛକା ବଳରେ ୧୬୩ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ମାର୍କସ ଷ୍ଟୋଇନିସ (୨୧) ଓ ଜୋଶ ଇଂଲିଶ (୧୩)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଏକଦା ୪୦୦+ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ୁଥିବା ଅଷ୍ଟ୍ରେଲୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୭ ରନ୍‌ରେ ଅଟକିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଅଷ୍ଟ୍ରେଲିଆ- ପାକିସ୍ତାନ ଫାଇଟ, ଜାଣନ୍ତୁ କାହା ପଲ୍ଲା ଭାରି

ପାକିସ୍ତାନ ବୋଲିଂ: ଆରମ୍ଭରୁ ମହଙ୍ଗା ସାବ୍ୟସ୍ତ ହେଉଥିଲେ ହେଁ ଶେଷ ବେଳକୁ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ଦୃତ ଗତିରେ ଆଗକୁ ବଢ଼ୁଥିବା ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ପାକିସ୍ତାନୀ ବୋଲର । ଦଳର ଷ୍ଟାର ବୋଲର ଶାହୀନ ଆଫ୍ରିଦି ୧୦ ଓଭରରୁ ୫୪ ରନ ବ୍ୟୟରେ ସର୍ବାଧିକ ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ହାରିଶ ରୌଫ ୮ ଓଭରରୁ ୮୩ ରନ ସଂଗ୍ରହ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ହେଁ ଶେଷ ବେଳକୁ ୩ଟି ୱିକେଟ୍‌ ହାସଲ କରିନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉସାମା ମୀର୍‌ଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 20, 2023, 6:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.