ETV Bharat / sports

Cricket World Cup 2023: ୱାର୍ଣ୍ଣରଙ୍କ ପରେ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରଣ, ନେଦରଲ୍ୟାଣ୍ଡ ଆଗରେ ୪୦୦ରନର ବଡ଼ ଟାର୍ଗେଟ୍‌

author img

By ETV Bharat Odisha Team

Published : Oct 25, 2023, 6:22 PM IST

Updated : Oct 25, 2023, 6:37 PM IST

ୱାର୍ଣ୍ଣରଙ୍କ ପରେ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରଣ
ୱାର୍ଣ୍ଣରଙ୍କ ପରେ ମ୍ୟାକ୍ସୱେଲ୍‌ଙ୍କ ବିସ୍ଫୋରଣ

ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ମ୍ୟାକ୍ସୱେଲ୍‌ ବିସ୍ଫୋରଣ । ଡେଭିଡ୍‌ ୱାର୍ଣ୍ଣରଙ୍କ ଶତକୀୟ ପାଳି ପରେ ଦିନିକିଆ ବିଶ୍ବକପ୍‌ ଇତିହାସରେ ଦୃତତମ ଶତକ ହାସଲ କଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ବିଜୟ ପାଇଁ ନେଦରଲ୍ୟାଣ୍ଡ ଆଗରେ ୪୦୦ ରନର ବଡ଼ ଟାର୍ଗେଟ୍‌ । ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଅରୁଣ ଜେଟ୍‌ଲୀ (କୋଟଲା) ଷ୍ଟାଡିୟମରେ ମ୍ୟାକ୍ସୱେଲ୍‌ ବିସ୍ଫୋରଣ । ୱାର୍ଣ୍ଣରଙ୍କ ପରେ ବିସ୍ଫୋରକ ଶତକ ହାସଲ କଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ବିଶ୍ବକପ୍‌ ୨୦୨୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୩୯୯ ରନର ବିଶାଳ ସ୍କୋର କରିଛି । ଡେଭିଡ୍‌ ୱାର୍ଣ୍ଣରଙ୍କ ଦମଦାର ଶତକ ପରେ ନେଦରଲ୍ୟାଣ୍ଡ ପାଇଁ ଆସିଥିଲା ମ୍ୟାକ୍ସୱେଲ୍‌ ବିପର୍ଯ୍ୟୟ । ୱାର୍ଣ୍ଣର ୯୩ ବଲରୁ ୧୦୪ ରନର ପାଳି ଖେଳି ଆଉଟ୍‌ ହେବାପରେ କେବଳ ୪୪ ବଲରୁ ୧୦୬ ରନର ବିସ୍ଫୋରକ ପାଳି ଖେଳିଥିଲେ ମ୍ୟାକ୍ସୱେଲ୍‌ । ଷ୍ଟିଭ୍‌ ସ୍ମିଥ୍‌ (୭୧) ଓ ମାର୍ନସ ଲାବୁସାନେ (୬୨) ମଧ୍ୟ ଦଳ ପାଇଁ ଉପଯୋଗୀ ବ୍ୟାଟିଂ କରିଥିଲେ । ତେବେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୯୯ ରନର ବିଶାଳ ସ୍କୋର କରିଛି ଅଷ୍ଟ୍ରେଲିଆ । ଜବାବରେ ବିଜୟ ପାଇଁ ନେଦରଲ୍ୟାଣ୍ଡ ଆଗରେ ୪୦୦ ରନର ବଡ଼ ଲକ୍ଷ୍ୟ ରହିଛି ।

ଅଷ୍ଟ୍ରେଲିଆ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଦଳୀୟ ସ୍କୋର ୨୮ ରନ ହୋଇଥିବାବେଳେ ମିଚେଲ୍‌ ମାର୍ଶ କେବଳ ୯ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୩୨ ରନ ଯୋଡ଼ିଥିଲେ ଡେଭିଡ୍‌ ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ । ଏହାପରେ ୭୧ ରନ କରି ସ୍ମିଥ୍‌ ଆଉଟ ହୋଇଯାଇଥିଲେ । ଗୋଟିଏ ପଟେ ୱାର୍ଣ୍ଣର ପାଳି ସମ୍ଭାଳୁଥିବାବେଳେ ଲାବୁସାନେ ଆକ୍ରମଣାତ୍ମକ ଖେଳି ୪୭ ବଲରୁ ୬୨ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ ୯୩ ବଲରୁ ୧୧ ଚୌକା ଓ ୩ ଛକା ବଳରେ ଧୈର୍ଯ୍ୟପୂର୍ଣ୍ଣ ଶତକ କରିଥିଲେ ୱାର୍ଣ୍ଣର । ଜୋଶ ଇଂଲିଶ ୧୪ ରନ କରି ଆଉଟ୍‌ ହୋଇଥିବାବେଳେ ଅଧିନାୟକ ପ୍ୟାଟ୍‌ କମିନ୍ସ ୧୨ ଓ କାମେରନ ଗ୍ରୀନ ୮ ରନ କରି ଆଉଟ୍‌ ହୋଇଥିଲେ । ତେବେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପଡ଼ିଆକୁ ଆସିବା ମାତ୍ରେ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । କେବଳ ୪୦ ବଲରୁ ସେ ଦିନିକିଆ ବିଶ୍ବକପ୍‌ ଇତିହାସରେ ଦୃତତମ ଶତକ ହାସଲ କରିନେଇଥିଲେ । ସେ କେବଳ ୪୪ ବଲରୁ ୯ ଚୌକା ଓ ୮ ଛକା ବଳରେ ୧୦୬ ରନ କରି ଆଉଟ୍‌ ହୋଇଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୯୯ ରନର ବିଶାଳ ସ୍କୋର କରିଛି ଅଷ୍ଟ୍ରେଲିଆ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଅଷ୍ଟ୍ରେଲିଆ-ନେଦଲାଣ୍ଡସ ଲଢେଇ, ବିପର୍ଯ୍ୟୟ ଘଟାଇବ କି ସ୍କଟ ସେନା

ନେଦରଲ୍ୟାଣ୍ଡ ବୋଲିଂ: ନେଦରଲ୍ୟାଣ୍ଡ ପାଇଁ ଆଜି ଦଳର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । କଙ୍ଗାରୁ ବ୍ୟାଟରଙ୍କ ବିସ୍ଫୋରକ ଆକ୍ରମଣରେ ଲାଇନ୍‌ ଓ ଲେନ୍ଥ ଭୁଲିଯାଇଥିଲେ ଡଚ୍‌ ବୋଲର । ଦଳର ଲୋଗାନ୍‌ ଭାନ୍‌ ବିକ୍‌ ସର୍ବାଧିକ ୪ ୱିକେଟ୍‌ ସଫଳତା ହାତେଇଥିଲେ । ସେ ୧୦ ଓଭରରୁ ୭୪ ରନ ବ୍ୟୟ କରିଥିଲେ । ହେଲେ ବାସ୍‌ ଡିଲେଡ୍‌ ୨ ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ୧୦ ଓଭରରୁ ୧୧୫ ରନ ବ୍ୟୟ କରି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଆର୍ଯ୍ୟାନ ଦତ୍ତଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 25, 2023, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.