ETV Bharat / sports

World Cup 2023: ଆଜି ଅଷ୍ଟ୍ରେଲିଆ-ନେଦଲାଣ୍ଡସ ଲଢେଇ, ବିପର୍ଯ୍ୟୟ ଘଟାଇବ କି ସ୍କଟ ସେନା

author img

By ETV Bharat Odisha Team

Published : Oct 25, 2023, 1:02 PM IST

ICC ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

World Cup 2023
Australia vs Netherlands

ନୂଆଦିଲ୍ଲୀ: କ୍ରିକେଟ ମହାକୁମ୍ଭ ଆଇସିସି ବିଶ୍ବକପ 2023ରେ ଆଜି 24ତମ ଲିଗ ମ୍ୟାଚ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ 5 ଥର ବିଶ୍ବ ଚମ୍ପିଆନ ଅଷ୍ଚ୍ରେଲିଆ ସହିତ ନେଦରଲାଣ୍ଡସ ମୁକାବିଲା ରହିଛି । ଅପରାହ୍ନ 2ଟାରୁ ଆରମ୍ଭ ହେବ ମ୍ୟାଚ । କଙ୍ଗାରୁ ଦଳ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିବା ବେଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିପର୍ଯ୍ୟୟ ଘଟାଇଥିବା ସ୍କଟ୍‌ ସେନା ଆଜି ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ ।

  • " class="align-text-top noRightClick twitterSection" data="">

ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡସ: ବିଶ୍ବକପରେ ଅଷ୍ଟ୍ରେଲିଆ ସବୁଠୁ ସଫଳ ଦଳ । 5ଥର ବିଶ୍ବ ବିଜୀୟ ହୋଇଛି ଦଳ । ମାତ୍ର ଚଳିତ ସଂସ୍କରଣରେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ । ମୋଟ 4ଟି ମ୍ୟାଚ ଖେଳି ଦଳ ମାତ୍ର 2ଟି ବିଜୟ ହାସଲ କରିଛି । 4 ପଏଣ୍ଟ ସହ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ଦଳ ଶକ୍ତିଶାଳୀ ମନେ ହେଉଥିଲେ ବି ଏଯାଏ ଆଖିଦୃଶିଆ ପ୍ରଦର୍ଶନ କରିନାହିଁ । ଆଜିର ମୁକବାଲି ଜିତି ତୃତୀୟ ବିଜୟ ସହ ସେମିକୁ ଏଣ୍ଟ୍ରି କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚ ଭାରତଠୁ ହାରିଥିଲା କଙ୍ଗାରୁ ଦଳ । ଅକ୍ଟୋବର 20 ତାରିଖରେ ପାକିସ୍ତାନକୁ 65ରନରେ ପରାସ୍ତ କରିଥିଲା । ଏହି ମ୍ୟାଚରେ ମିଚେଲ ମାର୍ଶ୍‌ ୧୨୧ ରନର ଦମଦାର ପାଳି ଖେଳିଥିଲେ । ଆଜି ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ସେହିପରି ଆଡମ ଜାମ୍ପାଙ୍କର ଦମଦାର ବୋଲିଂ ଦେଖିବାକୁ ମିଳିଥିଲା ।

ନେଦରଲାଣ୍ଡସ 4ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିପର୍ଯ୍ୟୟ ଘରାଇବା ପରେ ଦଳର ମନୋବଳ ଦୃଢ ରହିଛି । ଆଜି କଙ୍ଗାରୁ ଦଳ ବିପକ୍ଷରେ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛି ସ୍କଟ୍‌ ସେନା । ବର୍ତ୍ତମାନ ନେଦରଲାଣ୍ଡସ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଆଜି ଦଳ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...World cup 2023: ନା ଥିଲା ଷ୍ଟାଡିୟମ ନା ମିଳିଥିଲା ସମର୍ଥନ, ଏହା ପରେ ବି ଚମ୍ପିଆନ ଦଳକୁ ଧୂଳି ଚଟାଉଛି ଆଫଗାନିସ୍ତାନ

ପିଚ ରିପୋର୍ଟ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ବ୍ୟାଟରଙ୍କୁ ସୁହାଇବ । ପିଚ୍‌ ଶୁଷ୍କ ଅଟେ ଛୋଟ ବାଉଣ୍ଡ୍ରୀ ଥିବାରୁ ବ୍ୟାଟରଙ୍କୁ ଚୌକା ମାରିବା ସହଜ ହୋଇଥାଏ । ବୋଲିଂରେ ଏହି ପିଚ ସ୍ପିନରଙ୍କୁ ସହାୟକ ହେବ । ପୂର୍ବ ରେକର୍ଡ ମୁତାବିଲ ଟସ୍‌ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବ । ଆଜି ବର୍ଷାର କୌଣସି ସମ୍ଭାବନା ନାହିଁ । ତାପମାତ୍ର 31 ଡିଗ୍ରୀ ସେଲସିୟସ ରହିବ ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ: ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ୍‌, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲାହୁସାନ, ଜୋସ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍ସର ଷ୍ଚଇନିସ, ମିଚେଲ୍‌ ଷ୍ଟାର୍କ, ପ୍ୟାଟ କମିନ୍ସ, ଆଡାମ ଜାମ୍ପା, ଜୋସ ହାଜେଲଉଡ୍‌ ।

ନେଦଲାଣ୍ଡସ ସମ୍ଭାବ୍ୟ ଦଳ: ସ୍କଟ୍‌ ଏଡୱାର୍ଡ୍ସ(ଅଧିନାୟକ), ବିକ୍ରମଜିତ ସିଂହ, ମ୍ୟାକ୍ସ ଓ ଦାଉଦ, କଲିନ ଆକରମାନ, ବାସ ଡି ଲିଡ୍‌, ତେଜା ନିଦାମାନୁର, ସିବ୍ରାଣ୍ଡ ଏଙ୍ଗରବ୍ରେଟ୍‌, ରୋଏଲ୍ଫ ଭାନ ଡର ମର୍ୱିସ ଲୋଗାନ ଭାନ ବିକ/ରିୟାନ କ୍ଲିନ୍‌, ଆର୍ଯ୍ୟାନ ଦତ୍ତ, ପଲ ଭାନ ମିକେରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.