ETV Bharat / sports

ଆଇପିଏଲ 2020: ଶକ୍ତି ବୃଦ୍ଧି କରିବ ରାଜସ୍ଥାନ, 'ବଟଲର' ହେବେ ସାମିଲ

author img

By

Published : Sep 27, 2020, 2:35 PM IST

ଆଇପିଏଲ 2020: ଶକ୍ତି ବୃଦ୍ଧି କରିବ ରାଜସ୍ଥାନ, 'ବଟଲର' ହେବେ ସାମିଲ
ଆଇପିଏଲ 2020: ଶକ୍ତି ବୃଦ୍ଧି କରିବ ରାଜସ୍ଥାନ, 'ବଟଲର' ହେବେ ସାମିଲ

କ୍ବାରେଣ୍ଟାଇନ ଯୋଗୁଁ ପ୍ରଥମ ମ୍ୟାଚରୁ ବାଦ୍‌ ପଡିଥିବା ଜସ୍‌ ବଟଲର ଏବେ ଟିମ ସହ ଯୋଡି ହୋଇ ଯାଇଛନ୍ତି । ପ୍ରଥମ ମ୍ୟାଚ ପାଇଁ ବେଶ ଉତ୍ସାହିତ ଅଛି ବୋଲି ସେ କହିଛନ୍ତି ।

ଶାରଜାହା: ଆଇପିଏଲର 9ମ ମ୍ୟାଚରେ ରାଜସ୍ଥାନ- ପଞ୍ଜାବ ମୁକାବିଲା । ଆଜିର ଏହି ମ୍ୟାଚର ଶାରଜାହ ଷ୍ଟାଡିୟମରେ ଖେଳାଯିବ । ରାଜସ୍ଥାନ ରୟାଲ୍ସର ଏହା 2ୟ ମ୍ୟାଚ । ଚେନ୍ନାଇ ବିପକ୍ଷରେ ପ୍ରଥମ ମ୍ୟାଚ ଜିତି ଦଳ ବେଶ୍‌ ସକାରାତ୍ମକ ରହିଛି । ତେବେ କ୍ବାରେଣ୍ଟାଇନ ଯୋଗୁଁ ପ୍ରଥମ ମ୍ୟାଚରୁ ବାଦ୍‌ ପଡିଥିବା ଜସ୍‌ ବଟଲର ଏବେ ଟିମ ସହ ଯୋଡି ହୋଇ ଯାଇଛନ୍ତି ।

ସେ କହିଛନ୍ତି ଯେ, ଟିମ ପ୍ରଥମ ମ୍ୟାଚରେ ସାନଦାର୍‌ ପ୍ରଦର୍ଶନ କରିଛନ୍ତି । ଦଳ ବ୍ୟାଟିଂ ଓ ବୋଲିଂରେ କମାଲ କରିଛି । ମୁଁ ମୋର ପ୍ରଥମ ମ୍ୟାଚ ପାଇଁ ବେଶ ଉତ୍ସାହିତ ଅଛି । ଖେଳାଳିଙ୍କ ସହ ଟ୍ରେନିଙ୍ଗକୁ ଆସି ବହୁତ ଭଲ ଲାଗୁଛି । ଟିମର ଆତ୍ମବିଶ୍ବାସ ବେଶ ଭଲ ରହିଛି । ସମସ୍ତ ଖେଳାଳି ପ୍ରସ୍ତୁତ ଅଛନ୍ତି । କିଙ୍ଗ୍ସ ଏକାଦଶ ବିପକ୍ଷରେ କଡା ମୁକାବିଲାର ଆଶା କରୁଛି । ମତେ ଲାଗୁଛି ଶାରଜାହାରେ ବିଗ୍‌ସ୍କୋରର ମ୍ୟାଚ ଦେଖିବାକୁ ମିଳିବ । କାରଣ ସେଠାକାର ବ୍ରାଉଣ୍ଡି ଛୋଟ ଅଛି ଓ କାକର ମଧ୍ୟ ପଡେ ।

30ବର୍ଷୀୟ ବଟଲର ଆଇପିଏଲରେ ଏଯାଏଁ 45ଟି ମ୍ୟାଚ ଖେଳିଛନ୍ତି । 150.82 ଷ୍ଟ୍ରାଇକ ରେଟ ସହ 1386ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.