ETV Bharat / sports

ଭାରତ ବନାମ ଇଂଲଣ୍ଡ ଟି20 ସିରିଜ: 5ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର

author img

By

Published : Mar 11, 2021, 7:33 PM IST

India vs England T20I series: Five formidable players to watch out for
ଭାରତ ବନାମ ଇଂଲଣ୍ଡ ଟି20 ସିରିଜ: 5ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର

ଇଆନ ମୋର୍ଗାନଙ୍କ ଦଳ ଆଇସିସି ଟି20 ମାନ୍ୟତାର ଶୀର୍ଷରେ ରହିଛି । ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଫଳରେ ବିଶ୍ବ ଦୁଇ ଶ୍ରେଷ୍ଠ ଟି20 ଦଳର ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ବନାମ ଶ୍ରେଷ୍ଠ ଲଢେଇ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ । ଟେଷ୍ଟ ସିରିଜ ପରେ ଇଂଲଣ୍ଡ, ସୀମିତ ଓଭର ସ୍କ୍ବାଡରେ କିଛି ଶକ୍ତିଶାଳୀ ଖେଳାଳିଙ୍କୁ ସାମିଲ କରିଛି । ମାତ୍ର ଭାରତୀୟ ଦଳର ବର୍ତ୍ତମାନର ଫର୍ମ ଓ ଖେଳାଳିଙ୍କ ମଧ୍ୟରେ ଦଳରେ ସ୍ଥାନ ସୁରକ୍ଷିତ କରିବାର ମଧୁର ପ୍ରତିଯୋଗୀତା ଦଳ ପାଇଁ ସବୁ ଫର୍ମାଟରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଫଳରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଇଂଲଣ୍ଡ ଟି20 ଫର୍ମାଟରେ ବେଶ ଶକ୍ତିଶାଳୀ । ଏପରିକି ଇଆନ ମୋର୍ଗାନଙ୍କ ଦଳ ଆଇସିସି ଟି20 ମାନ୍ୟତାର ଶୀର୍ଷରେ ରହିଛି । ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଫଳରେ ବିଶ୍ବ ଦୁଇ ଶ୍ରେଷ୍ଠ ଟି20 ଦଳର ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ବନାମ ଶ୍ରେଷ୍ଠ ଲଢେଇ ହେବାକୁ ଯାଉଛି । ଫଳରେ ଏହି ସିରିଜକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ।

ତେବେ ନଜର ପକାନ୍ତୁ, ଏହି 5 ଜଣ ଖେଳାଳିଙ୍କ ଉପରେ, ଯେଉଁମାନଙ୍କ ପ୍ରଦର୍ଶନ ଆଗାମୀ ସିରିଜରେ ଫୋକସରେ ରହିବ ।

ଋଷଭ ପନ୍ତ: ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଓ ଭାରତର ଦୁଇଦୁଇଟି ଟେଷ୍ଟ ସିରିଜ ବିଜୟର ହିରୋ ରହିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଟେଷ୍ଟ ମ୍ୟାଚରେ ମଧ୍ୟ ନିଜ ବିସ୍ଫୋରକ ଅନ୍ଦାଜରେ ଖେଳିଥିବା ପନ୍ତଙ୍କୁ ଟି20 ସିରିଜରେ ବଡ ସଟ୍‌ ଖେଳିବାକୁ ଖୋଲା ସୁଯୋଗ ଓ ସମର୍ଥନ ମଧ୍ୟ ରହିବ । ଶେଷ ଥର ପାଇଁ ସେ ଶ୍ରୀଲଙ୍କା ବିପକ୍ଷରେ ବର୍ଷ 2020ରେ ଭାରତୀୟ ଟି20 ଜର୍ସିରେ ନଜର ଆସିଥିଲେ । ତେବେ ଆଇପିଏଲ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ 13 ମ୍ୟାଚରୁ 343 ରନ ସଂଗ୍ରହ କରି ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ।

କେଏଲ ରାହୁଲ: ଟି20 ଫର୍ମାଟରେ ଭାରତର ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ବିଶ୍ବକପ ପୂର୍ବରୁ ଦଳର ବ୍ୟାଟିଂ କ୍ରମରେ ରାହୁଲ ଗୁରୁତ୍ବପୂର୍ଣ୍ଣ ଭୁମିକା ନିଭାଇପାରନ୍ତି । ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ତାଙ୍କୁ ସାମାନ୍ୟ ଆଶ୍ବସ୍ଥି କରିବ ।

ଆଇପିଏଲ 2020ରେ ରାହୁଲ 70 ରନ ସଂଗ୍ରହ କରିବା ସହ ନିଜ ରେକର୍ଡ ଭାଙ୍ଗିଥିଲେ । ଅଷ୍ଟ୍ରେଲିଆ ବିପରେ ଭାରତ ଖେଳିଥିବା ଟି20 ସିରିଜରେ ରାହୁଲଙ୍କ ପ୍ରଦର୍ଶନ ଭଲ ରହିଥିଲା ।

ଡେଭିଡ ମଲାନ: ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରଖ୍ୟାତ ଏହି ବ୍ୟାଟ୍ସମ୍ୟାନ । ଆଇସିସି ଟି20 ମାନ୍ୟତାର ନଂ1 ବ୍ୟାଟ୍ସମ୍ୟାନ କୌଣସି ବୋଲରଙ୍କୁ ନିଜ ପାୱାରରେ ମହଙ୍ଗା ସାବ୍ୟସ୍ତ କରିପାରନ୍ତି । ଷ୍ଟ୍ରାଇକ ରେଟ 143 ରହିଥିବାବେଳେ ଆଭରେଜ 53.43 ରହିଛି । ଏହା ହିଁ ମଲାନଙ୍କ ଦକ୍ଷତା ବୟାନ କରୁଛି ।

ଜସ୍‌ ବଟଲର: ଅଭିଜ୍ଞ ବଟଲର ଭାରତୀୟ ପିଚ୍‌ ସହ ବେଶ ପରିଚିତ । ବଡ ସଟ୍‌ ଖେଳିବାର ମାହିର ଏହି ଖେଳାଳି ଏକାକୀ ମ୍ୟାଚର ସ୍ଥିତି ବଦଳାଇବାରେ ସମର୍ଥ ।

ଭୁବନେଶ୍ବର କୁମାର: ଫଟାଫଟ କ୍ରିକେଟରେ ଭାରତୀୟ ଦଳର ପ୍ରମୁଖ ବୋଲର ଭୁବନେଶ୍ବର କୁମାର । ଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟରେ ଭୁବନେଶ୍ବର ସର୍ବାଧିକ ସ୍ଥିର ପ୍ରଭାବୀ ପ୍ରଦର୍ଶନକାରୀ ବୋଲର ।

ଯଶପ୍ରୀତ ବୁମରା ଓ ମହମ୍ମଦ ସାମୀଙ୍କ ଅନୁପସ୍ଥିତିରେ କୁମାର ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେବେ । ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମ୍ୟାଚ ଅଭ୍ୟାସ ସହ ଦଳକୁ ଫେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.