ETV Bharat / sports

ସିଡନି ଟି-20: ଭାରତ ସାମ୍ନାରେ 195 ରନର ବିଜୟ ଲକ୍ଷ୍ୟ

author img

By

Published : Dec 6, 2020, 3:29 PM IST

Updated : Dec 6, 2020, 3:35 PM IST

IND VS AUS 2nd T20: Australia set target of 195 runs
ସିଡନି ଟି-20: ଭାରତ ସାମ୍ନାରେ 195 ରନର ବିଜୟ ଲକ୍ଷ୍ୟ

ଦ୍ବିତୀୟ ଟି-20ରେ ଭାରତ ସାମ୍ନାରେ 195 ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

ସିଡନି: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ପାଖରେ ଟି-20 ସିରିଜ ବିଜୟର ସୁଯୋଗ ରହିଛି । ରବିବାର ଖେଳାଯାଉଥିବା ଦ୍ବିତୀୟ ଟି-20 ମ୍ୟାଚରେ ଭାରତ ସାମ୍ନାରେ 195ରନର ବିଜୟ ଲକ୍ଷ୍ୟ ରହିଛି ।

କ୍ୟାପଟେନ ବିରାଟ କୋହଲି ଟସ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଧାରିତ 20 ଓଭରରେ ଘରୋଇ ଦଳ ୱିକେଟ ହରାଇ ରନ ସଂଗ୍ରହ କରିଛି ।

IND VS AUS 2nd T20: Australia set target of 195 runs
ଭାରତ ସାମ୍ନାରେ 195 ରନର ବିଜୟ ଲକ୍ଷ୍ୟ

କାନବେରାରେ ଖେଳାଯାଇଥିବା ସିରିଜିର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା ଭାରତ । ଫଳରେ ସିରିଜରେ 1-0ରେ ଆଗୁଆ ରହିଛି ଦଳ । ଆଜିର ମ୍ୟାଚରେ ବିଜୟ ଅର୍ଥାତ ବିରାଟ ବାହିନୀ ପାଖରେ 3ଟିକିଆ ଟି-20 ସିରିଜ ବିଜୟର ସୁଯୋଗ ରହିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଓପନର ମାଥ୍ୟୁ ୱେଡ ସର୍ବାଧକ 58 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । 32 ବଲରୁ 10 ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ବିସ୍ଫୋରକ ଇଂନିସ ଖେଳିଛନ୍ତି ବିରାଟ । ଷ୍ଟିଭ ସ୍ମିଥ 38 ବଲରୁ 3 ଚୌକା ଓ 2 ଛକା ସହାୟତାରେ 46 ରନର ଉପଯୋଗୀ ଇଂନିସ ଖେଳିବା ସହ ଅଷ୍ଟ୍ରେଲିଆ ବ୍ୟାଟିଂ ପ୍ରମୁଖ ଭାବେ ପ୍ରମାଣିତ ହୋଇଛନ୍ତି । ଗ୍ଳେନ ମାକ୍ସୱେଲ 13 ବଲରୁ 22, ହେନେରିକ୍ସ 18 ବଲରୁ 26 ରନର ଯୋଗଦାନ କରିଛନ୍ତି । ଶେଷ ଭାଗରେ ଷ୍ଟୋଇନିସ 7 ବଲରୁ ଦ୍ରୁତ 16 ଡାନିଏଲ ସାମ୍ସ 3 ବଲରୁ 8 ରନ ସଂଗ୍ରହ କରି ଅଷ୍ଟ୍ରେଲିଆର ସ୍କୋର 190 ପାର କରାଇଥିଲେ ।

ବୋଲିଂରେ ଟି. ନଟରାଜନ ସର୍ବାଧିକ ଦୁଇଟି ୱିକେଟ ହାସଲ କରିଥିବାବେଳେ, ଶାର୍ଦ୍ଦୁଳ ଠାକୁର ଓ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 6, 2020, 3:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.