ETV Bharat / sports

ଚେନ୍ନାଇ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

author img

By

Published : Feb 12, 2021, 9:15 PM IST

2nd Test: India look to win to stay alive in race of WTC final
ଚେନ୍ନାଇ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ଶନିବାର ଠାରୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ । ଅଧିକ ପଢନ୍ତୁ...

ଚେନ୍ନାଇ: ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଶନିବାର ଠାରୁ ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବ । ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ, ସିରିଜ ବରାବର ଲକ୍ଷ୍ୟରେ ଖେଳିବ । ପ୍ରଥମ ଟେଷ୍ଟରେ ବିଜୟ ସହ ଜୋ ରୁଟଙ୍କ ଦଳ 1-0ରେ ଆଗୁଆ ରହିଛି ।

ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନରେ ଖେଳାଯିବାକୁ ଥିବା WTC ଫାଇନାଲ ଖେଳିବାକୁ ଟିମ ଇଣ୍ଡିଆ ଚଳିତ ଟେଷ୍ଟ ସିରିଜରେ ଦୁଇଟି ଟେଷ୍ଟ ସହ ସିରିଜ ବିଜୟ ଆବଶ୍ୟକ କରୁଛି । ଯଦି ଦ୍ବିତୀୟ ଟେଷ୍ଟକୁ ଇଂଲଣ୍ଡ ଜିତିନିଏ ତେବେ ଭାରତ ଫାଇନାଲ ଦୌଡରୁ ବାଦ ପଡିବ । ପରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦୌଡରେ ରହିବେ ।

ବିରାଟ କୋହଲିଙ୍କ ନେତୃତ୍ବରେ ଗତ ଦୁଇ ମାସ ମଧ୍ୟରେ ଦୁଇଟି ଟେଷ୍ଟ ପରାଜୟର ସାମ୍ନା କରିସାରିଛି ଭାରତ । ଅନ୍ୟପଟେ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ 3ଟି ଟେଷ୍ଟରୁ ଦୁଇଟିରେ ବିଜୟୀ ହୋଇଛି । ଫଳରେ ଏହି ସମୀକରଣ କୋହଲିଙ୍କୁ ଟେଷ୍ଟ ଅଧିନାୟକ ପଦରୁ ହଟାଇବା ଚର୍ଚ୍ଚାକୁ ବଳ ଯୋଗାଉଛି । ଆଉ ଏକ ପରାଜୟ ରାହାଣେଙ୍କୁ ଟେଷ୍ଟ ଅଧିନାୟକ ଚର୍ଚ୍ଚାକୁ ଅଧିକ ବଳ ଦେଇପାରେ ।

ଆହତ ଓ ବଦଳ ନିୟମ ଅନୁଯାୟୀ, ଜୋ ରୁଟଙ୍କ ନେତୃତ୍ବରେ ପ୍ରଥମ ଟେଷ୍ଟ ଖେଳିଥିବା ଟିମରେ ଦ୍ବିତୀୟ ଟେଷ୍ଟ ପାଇଁ 4ଟି ପରବର୍ତ୍ତନ ହୋଇଛି ।

ବଦଳ ନିୟମ ଅନୁଯାୟୀ, ଜେମ୍ସ ଆଣ୍ଡରସନଙ୍କ ସ୍ଥାନରେ ଖେଳିବେ ଷ୍ଟୁଆର୍ଟ ବ୍ରଡ । ସେହିପରି ଖରାପ ଫର୍ମ ପାଇଁ ଡମ ବେସଙ୍କ ସ୍ଥାନରେ ମୋଇନ ଅଲୀଙ୍କୁ ସ୍ଥାନ ମିଳିଛି । ୱିକେଟ କିପର ଜସ ବଟଲରଙ୍କ ସ୍ଥାନରେ ବେନ ଫୋକ୍ସଙ୍କୁ ସାମିଲ କରାଯାଇଛି । କ୍ରିସ ୱର୍କ୍ସ କିମ୍ବା ଓଲି ଷ୍ଟୋନ ଆହତ ଜୋଫ୍ରା ଆର୍ଚରଙ୍କ ସ୍ଥାନ ନେଇପାରନ୍ତି ।

ଅନ୍ୟପଟେ ଭାରତୀୟ ଟିମରେ ମଧ୍ୟ ଏକାଧିକ ପରିବର୍ତ୍ତନର ସମ୍ଭାବନା ରହିଛି । ବାମହାତୀ ସ୍ପିନର ସାହାବାଜ ନଦୀମଙ୍କ ସ୍ଥାନ ନେଇପାରନ୍ତି ଅକ୍ସର ପଟେଲ ।

ସ୍କ୍ବାଡ:

ଇଂଲଣ୍ଡ: ଡମ ସିବଲେ, ରରି ବର୍ଣ୍ଣସ, ଡାନ ଲରେନ୍ସ, ଜୋ ରୁଟ(କ୍ୟାପଟେନ), ବେନ ଷ୍ଟୋକ୍ସ, ଓଲି ପୋପ, ବେନ ଫୋକ୍ସ, ମୋଇନ ଅଲୀ, ଷ୍ଟୁଆର୍ଟ ବ୍ରଡ, କ୍ରିସ ୱର୍କ୍ସ, ଜାକ ଲିଚ, ଓଲି ଷ୍ଟୋନ ।

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ୍‌, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), ରିଦ୍ଧିମାନ ଶାହା(ୱିକେଟ କିପର), ଆର. ଅଶ୍ବିନ, କୁଲଦୀପ ଯାଦବ, ଅକ୍ସର ପଟେଲ, ୱାସିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.