ETV Bharat / sports

ଚମ୍ପିଅନ ମହିଳା ଅଣ୍ଡର 19 କ୍ରିକେଟ ଦଳ, ଛୁଟିଲା ସେଲିବ୍ରିଟିଙ୍କ ଶୁଭେଚ୍ଛା

author img

By

Published : Jan 30, 2023, 1:41 PM IST

bollywood celebrities wish to women cricket team
ଚମ୍ପିଅନ ମହିଳା ଅଣ୍ଡର 19 କ୍ରିକେଟ ଦଳ, ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଅଣ୍ଡର 19 ବିଶ୍ବକପ କ୍ରିକେଟରେ ଭାରତୀୟ ମହିଳା ଦଳ ପ୍ରଥମ ସଂସ୍କରଣ ଚମ୍ପିଅନ ହୋଇଛି । ଏହି ସଫଳତା ନେଇ ଦଳକୁ ଶୁଭେଚ୍ଛାର ସୁଅ ଛୁଟିିଛି । ଅନେକ ବଲିଉଡ ସେଲିବ୍ରିଟି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଆମ ଝିଅ କେଉଁ ପୁଅଙ୍କଠୁ କମ ନୁହଁନ୍ତି । ଫିଲ୍ମ ଦଙ୍ଗଲରେ ଏହି ସଂଳାପ ଦେଶର ଝିଅଙ୍କ ମଧ୍ୟରେ ଉତ୍ସାହ ଭରିଥାଏ । ଆଜି ଭାରତୀୟ ମହିଳା ଦଳ ଏହା ପ୍ରମାଣ କରି ଦେଖାଇଛନ୍ତି ଯେ ବାସ୍ତରବରେ ଝିଅ କେଉଁଥିରେ କମ ନୁହନ୍ତି । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଅଣ୍ଡର 19 ବିଶ୍ବକପ କ୍ରିକେଟରେ ଭାରତୀୟ ମହିଳା ଦଳ ପ୍ରଥମ ସଂସ୍କରଣ ଚମ୍ପିଆନ ହୋଇଛି । ଏହି ସଫଳତା ନେଇ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ ବଲିଉଡ ସେଲିବ୍ରିଟି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଭିନେତା ଅମିତାଭ ବଚ୍ଚନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ଭାରତୀୟ ମହିଳା ଚମ୍ପିଅନ ଦଳର ଏକ ଫଟୋ ଟ୍ବିଟରରେ ପୋଷ୍ଟ କରି ଲେଖିଛନ୍ତି, ''ଭାରତ ଚମ୍ପିଅନ । 19 ବର୍ଷରୁ କମ ବିଶ୍ବକପ ଚମ୍ପିଅନ ହୋଇଛି । ବ୍ରିଟ୍ରିଶ ଦଳକୁ ହରାଇ ଦେଶ ପାଇଁ ଗୌରବ ଆଣିଛନ୍ତି ଦଳ । ''

ସେହିପରି ଅଭିନେତା ଅଜୟ ଦେବଗନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ଅଜୟ ଦେବଗନ କହିଛନ୍ତି, "ଚମ୍ପିଅନ ହେବା ପାଇଁ ଭାରତୀୟ ଦଲର ଜବରଦସ୍ତ ପ୍ରଦର୍ଶନ । ଝିଅମାନଙ୍କର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା । ଭାରତ ପାଇଁ ଏହା ଗୌରବର ବିଷୟ ।"

ଏହା ବି ପଢନ୍ତୁ...ବିଶ୍ୱ ବିଜେତା ବନିଲା ଭାରତୀୟ ମହିଳା U19 କ୍ରିକେଟ ଦଳ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ସେହିପରି ବଲିଉଡ ଅଭିନେତ୍ରୀ ଇଶା ଦେଓଲ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି, ଟ୍ବିଟ କରି ଇଶା କହିଛନ୍ତି ଐତିହାସିକ ବିଜୟ ପାଇଁ ଦଳକୁ ଅନେକ ଶୁଭେଚ୍ଛା । ଅନ୍ୟ ବଲିଉଡ ଅଭିନେତ୍ରୀ କାଜୋଲ, କରୀନା କୁପର, ଅନୁଷ୍କା ଶର୍ମା, ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଶୁଂମାନ ଖୁରାନା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

  • T 4542 - INDIA CHAMPIONS !! Women's U-19 world cup champions in cricket .. beat the British hands down ..खटिया खड़ी कर दी khatiya khadi kar di ..
    INDIA 🇮🇳🇮🇳🇮🇳 pic.twitter.com/hI71tDDXtA

    — Amitabh Bachchan (@SrBachchan) January 29, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ଐତିହାସିକ ବିଜୟ ପରେ ମହିଳା ଟିମ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେବ 5 କୋଟି

ଗତକାଲି(ରବିବାର) ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିଚ 19 ବର୍ଷରୁ କମ ମହିଳା ଟି-20 ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚରେ ଭାରତ 37ଟି ବଲ୍‌ ବାକିଥାଇ 7 ୱିକେଟରେ ଇଂଲଣ୍ଡକୁ ଅତି ସହଜରେ ପରାସ୍ତ କରି ପ୍ରଥମ ଥର ଟାଇଟଲ ହାସଲ କରିଛି ଭାରତ । ଅନ୍ତର୍ଜାତୀୟ କ୍ରିକେଟ ଟିମ୍‌ ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଚାମ୍ପିଆନ ଭାରତୀୟ ଦଳକୁ 5 କୋଟି ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.