ETV Bharat / sports

ଐତିହାସିକ ବିଜୟ ପରେ ମହିଳା ଟିମ ଉପରେ ଟଙ୍କା ବର୍ଷା, ବିସିସିଆଇ ଦେବ 5 କୋଟି

author img

By

Published : Jan 30, 2023, 12:32 PM IST

ବିଶ୍ବକପ ବିଜୟୀ ହେବା ପରେ 19 ବର୍ଷରୁ କମ ମହିଳା କ୍ରିକେଟ ଦଳକୁ ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ। ଅଧିକ ପଢନ୍ତୁ

Womens U19 team
Womens U19 team

ମୁମ୍ବାଇ: ଇତିହାସ ରଚିଲା 19 ବର୍ଷରୁ କମ ଭାରତୀୟ ମହିଳା କ୍ରିକେଟ ଦଳ । ଟି ଟ୍ବେଣ୍ଟି ବିଶ୍ବକପରେ ଇଂଲଣ୍ଡକୁ ମାତ ଦେଇ ବିଶ୍ବ ବିଜୟୀ ଟାଇଟଲ ହାତେଇଲା ଭାରତ । ଫାଇନାଲ ମ୍ୟାଚରେ ସାତ ଓ୍ବିକେଟରେ ଇଂଲଣ୍ଡକୁ ପରାସ୍ତ କରି 19 ବର୍ଷରରୁ କମ୍‌ ଟି-20 ବିଶ୍ବକପର ଚମ୍ପିଆନ ହୋଇ ପାରିଛି ଭାରତୀୟ ମହିଳା ଦଳ । ମହିଳା ଦଳର ଏହି ଐତିହାସିକ ବିଜୟ ପରେ ଶୁଭେଚ୍ଛା ସହ ଟଙ୍କା ବର୍ଷା ମଧ୍ୟ ହୋଇଛି । ବିସିସିଆଇ ସମ୍ପାଦକ ବିଶ୍ବକପ ବିଜୟୀ ମହିଳା ଦଳକୁ ବିଜୟର ଶୁଭେଚ୍ଛା ଜଣାଇବା ସହ 5କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

  • Kudos to the India U19 team for winning the #U19T20WorldCup.This is a phenomenal achievement as our young cricketers have made the country proud. That the young players weren’t overawed by the big occasion speaks volume about their steely characters and temperament.

    — Jay Shah (@JayShah) January 29, 2023 " class="align-text-top noRightClick twitterSection" data=" ">

ଜୟ ଶାହା ଟ୍ବଟ କରି କହିଛନ୍ତି ଯେ, ''ଭାରତରେ ମହିଳା କ୍ରିକେଟରେ ବହୁ ଉନ୍ନତି ହୋଇଛି ଏବଂ ବିଶ୍ୱକପ୍ ବିଜୟ ହେବା ପରେ ମହିଳା କ୍ରିକେଟ ଦଳ ବହୁ ଉଚ୍ଚକୁ ଉଠି ଯାଇଛି । 19 ବର୍ଷରୁ କମ ମହିଳା କ୍ରିକେଟ ଦଳ ଏବଂ ସହାୟକ କର୍ମଚାରୀଙ୍କୁ ପୁରସ୍କାର ରାଶି ଭାବରେ ପାଞ୍ଚ କୋଟି ଟଙ୍କା ଘୋଷଣା କରି ମୁଁ ବହୁତ ଖୁସି ପ୍ରକାଶ କରୁଛି । ଏହା ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ପଥ ପ୍ରଦର୍ଶକ ବର୍ଷ ।''

  • Women’s Cricket in India is on the upswing and the World Cup triumph has taken the stature of women’s cricket several notches higher. I am delighted to announce INR 5 crore for the entire team and support staff as prize money. This is surely a path-breaking year.

    — Jay Shah (@JayShah) January 29, 2023 " class="align-text-top noRightClick twitterSection" data=" ">

ସେ ଆହୁରି ମଧ୍ୟ ଟ୍ବିଟ କରି କହିଛନ୍ତି ଯେ, ''ଫେବୃଆରୀ 1 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ। ମୁଁ ଶେଫାଳି ବର୍ମା ଏବଂ ତାଙ୍କ ଦଳକୁ ଏହି ମ୍ୟାଚକୁ ସ୍ବାଗତ କରୁଛି।''

  • I invite @TheShafaliVerma and her victorious team to join us at the Narendra Modi Stadium, Ahmedabad and witness the third T20I on 1st February. This humongous achievement surely calls for a celebration.@BCCI @BCCIWomen

    — Jay Shah (@JayShah) January 29, 2023 " class="align-text-top noRightClick twitterSection" data=" ">

19 ବର୍ଷରୁ କମ ମହିଳା ଦଳ ପାଇଁ ଏହା ଏକ ଅଦ୍ଭୁତପୂର୍ବ ସଫଳତା । ଆମ ଯୁବ କ୍ରିକେଟର ମାନେ ଦେଶକୁ ଗର୍ବିତ କରାଇଛନ୍ତି । ଫାଇନାଲ ମ୍ୟାଚରେ ଯୁବ ଖେଳାଳିମାନେ ଭୟଭୀତ ହୋଇନଥିଲେ। ଏହା ସେମାନଙ୍କ ଚରିତ୍ର ଏବଂ ସ୍ୱଭାବ ବିଷୟରେ ବହୁତ କିଛି ପ୍ରତିପାଦିତ କରୁଥିବା ଜୟ ଶାହ କହିଛନ୍ତି ।

ଭାରତୀୟ 19 ବର୍ଷରୁ କମ ମହିଳା ଟିମ୍‌ ଟି20 ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଛନ୍ତି । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର 19 ମହିଳା ଟି20 ବିଶ୍ବ ଚମ୍ପିଆନ ହୋଇ ପାରିଛି । ଗତକାଲି ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 17.1 ଓଭରରେ 68 ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ 14 ଓଭରରେ 3 ୱିକେଟ ହରାଇ 69 କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.