ETV Bharat / sports

ମେ'11ରୁ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

author img

By

Published : Apr 13, 2021, 4:50 PM IST

India Open to be held behind closed doors from May 11
ମେ'11ରୁ ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀର ଯାଦବ ଇଣ୍ଡୋର ହଲ୍‌ରେ ଆସନ୍ତା ମାସ 11ରୁ 16 ତାରିଖ ପର୍ଯ୍ୟନ୍ତ ଖେଳାଯିବ ଇଣ୍ଡିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନୁ...

ନୂଆଦିଲ୍ଲୀ: ମେ' 11ରୁ ଆରମ୍ଭ ହେଉଛି ଇଣ୍ଡିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ନୂଆଦିଲ୍ଲୀର ଯାଦବ ଇଣ୍ଡୋର ହଲ୍‌ରେ ଆସନ୍ତା ମାସ 11ରୁ 16 ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ତେବେ କୋଭିଡ-19 ସଂକ୍ରମଣ ଭୟ କାରଣରୁ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ଏହି ପ୍ରତିଯୋଗିତା ।

ଅଲମ୍ପିକ ଚମ୍ପିଆନ କାରୋଲିନା ମାରିନ ଓ ବିଶ୍ବ ନମ୍ବର 1 କେଣ୍ଟୋ ମୋମୋଟାଙ୍କ ଭଳି ଭେଟେରାନ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ଏହି ଟୁର୍ଣ୍ଣାମେଣ୍ଟ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ କ୍ୟାଲେଣ୍ଡର ଅନ୍ତର୍ଭୁକ୍ତ ହୋଇଥିବାରୁ ଟୋକିଓ ଟିକେଟ ଆଶାରେ ଥିବା ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଚାଇନା ସମେତ 33ଟି ଭିନ୍ନଭିନ୍ନ ନ୍ୟାସନାଲ ଆସୋସିଏସନରୁ 228 ଖେଳାଳି ଭାଗ ନେବେ । ଏହି ମଧ୍ୟରେ 114 ପୁରୁଷ ଓ 114 ମହିଳା ଖେଳାଳି ରହିଛନ୍ତି ।

ଦେଶରେ ବର୍ଦ୍ଧିତ କୋରୋନା ସଂକ୍ରମଣ ମାମଲା ପାଇଁ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ, ଭାରତୀୟ ବ୍ୟାଡମିଣ୍ଟନ ଆସୋସିଏସନ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ଘୋଷଣା କରିଛି । ୟୁକେ ସମେତ ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ମଧ୍ୟ ପୂର୍ବ ଓ ୟୁରୋପିଅନ ଦେଶରୁ ଆସିବାକୁ ଥିବା ଖେଳାଳି ଓ ଅଧିକାରୀ 7 ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବେ ଓ ମେ' 3ରେ ଦିଲ୍ଲୀ ପହଞ୍ଚିବେ । ଅନ୍ୟଦେଶ ଗୁଡିକରୁ ଆସିବାକୁ ଥିବା ଖେଳାଳିଙ୍କ ପାଇଁ 4 ଦିନ କ୍ବାରେଣ୍ଟିନ ସମୟ ରହିଛି ଓ ମେ' 6 ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାର ସୂଚୀ ରହିଛି ।

ଦିଲ୍ଲୀ ସରକାର ମେ' 3, 6 ଓ 9 ତାରିଖରେ RT-PCR ଟେଷ୍ଟ କରାଇବ ।

ଏହି ଟୁର୍ଣାମେଣ୍ଟ ପାଇଁ 27 ମହିଳା ଓ 21 ଜଣ ପୁରୁଷ ଖେଳାଳିଙ୍କ ସମେତ ମୋଟ 48 ଭାରତୀୟ ଖେଳାଳି ଭାଗନେବେ । ମହିଳା ଏକକ ବର୍ଗରେ ବିଶ୍ବ ଚମ୍ପିଆନ ପିଭି ସିନ୍ଧୁ ଓ ଜାପାନର ଆକେନେ ୟାମାଗୁଚିଙ୍କ ଲଢେଇ ଦେଖିବାକୁ ମିଳିବ ।

କିଦାମ୍ବୀ ଶ୍ରୀକାନ୍ତ, ବି ସାଇ ପ୍ରଣୀତ, ଏଚ ଏସ ପ୍ରଣୟ ଓ ପାରୁପଲ୍ଲୀ କଶ୍ୟପ ମଧ୍ୟରେ ନଜର ଆସିବେ । ଯୁଗଳ ବର୍ଗରେ ଚିରାଗ ସେଟ୍ଟୀ ସାତ୍ବିକସାଇରାଜ ରେଙ୍କିରେଡ୍ଡି, ଅଶ୍ବିନି ବୋପାନ୍ନା, ଏନ ସିକ୍କି ରେଡ୍ଡି ଅଲମ୍ପିକ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.