ETV Bharat / sitara

ଇସ୍ତାନବୁଲରେ ଟାଇଗର-3ର ସୁଟିଂ ଆରମ୍ଭ କରିବେ ସଲମାନ-କ୍ୟାଟ୍ରିନା

author img

By

Published : Feb 8, 2021, 8:20 PM IST

Salman-Katrina to kick off Tiger 3 shoot in Istanbul
ଇସ୍ତାନବୁଲରେ ଟାଇଗର-3ର ସୁଟ୍ ଆରମ୍ଭ କରିବେ ସଲମାନ-କ୍ୟାଟ୍ରିନା

ଲୋକପ୍ରିୟ ରୋମାଣ୍ଟିକ ଯୋଡି ବଲିଉଡ ସୁପରଷ୍ଟାର ସଲମାନ ଓ ସୁନ୍ଦରୀ କ୍ୟାଟ୍ରିନା ଖୁବଶୀଘ୍ର ଇସ୍ତାନବୁଲରେ ଟାଇଗର-3ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ସୁପରଷ୍ଟାର ସଲମାନ ଖାନ ଟାଇଗର-3ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ହିରୋଇନ ଭାବେ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଟାଇଗର ଫ୍ରାଞ୍ଚାଇଜରେ ନିର୍ଦ୍ଦେଶକ ଅଲି ଆବାସ ଜଫର ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି ।

'ଏକ ଥା ଟାଇଗର' ଓ 'ଟାଇଗର ଜିନ୍ଦା ହେ' ଚଳଚ୍ଚିତ୍ର ସଫଳତା ପାଇବା ପରେ ସୁପରଷ୍ଟାର ସଲମାନ ସେହି ଟାଇଗର ଟିମ ସହ ମଧ୍ୟ ଟାଇଗର-3 ଚଳଚ୍ଚିତ୍ରର ସୁଟିଂ କରିବାକୁ ଯାଉଛନ୍ତି । ତେବେ ସଲମାନ ଏବଂ କ୍ୟାଟ୍ରିନା କୈଫ ଅଲିଙ୍କ ହେଲମେଟ ଟାଇଗର-3ର ସୁଟିଂ ପାଇଁ ତୁର୍କୀର ଇସ୍ତାନବୁଲ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି । ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ 'ଫୋନ୍ ଭୁତ୍‌' ଚଳଚ୍ଚିତ୍ର ପାଇଁ କ୍ୟାଟ୍ରିନା ସୁଟିଂରେ ବ୍ୟସ୍ତ ଥିବାବେଳେ ସଲମାନ 'ଅନ୍ତିମ' ଚଳଚ୍ଚିତ୍ରର ସୁଟିଂକୁ ଶେଷ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଟାଇଗର-3ର ସୁଟିଂ ପାଇଁ ଦେଶ ବାହାରକୁ ଯିବାକୁ ଥିବା ବେଳେ ଅଭିନେତାମାନେ ଅଧା ଥିବା ଚଳଚ୍ଚିତ୍ରର ସୁଟିଂ ଶେଷ କରୁଥିବା କହିଛନ୍ତି ।

ସଲମାନ ଓ କ୍ୟାଟ୍ରିନା ପରଦାରେ ରୋମାଣ୍ଟିକ ଯୋଡି ଭାବେ ଲୋକପ୍ରିୟତା ହାସଲ କରିଥିବା ବେଳେ ବ୍ୟକ୍ତିଗତ ଜୀବନରେ ବ୍ରେକଅପ ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଏକ ଉତ୍ତମ ସଂପର୍କ ରହିଛି । ତେବେ ଉଭୟ ଲୋକପ୍ରିୟ କଳାକାରଙ୍କ ବନ୍ଧୁତ୍ବ ସମ୍ପର୍କରେ କ୍ୟାଟ୍ରିନା କହିଛନ୍ତି, " ସେ ଜଣେ ପ୍ରକୃତ ବନ୍ଧୁ । ଆମ ମଧ୍ୟରେ ବନ୍ଧୁତ୍ବ ଗତ 16 ବର୍ଷ ଧରି ରହିଛି । ସେ ଜଣେ ଏଭଳି ବ୍ୟକ୍ତି ଯିଏ ତୁମର ଆବଶ୍ୟକ ସମୟରେ ପାଖରେ ଠିଆ ହୋଇଥାନ୍ତି । ସବୁବେଳେ ଯୋଗାଯୋଗରେ ନଥିବା ସତ୍ତ୍ବେ ବିପଦ ସମୟରେ ପାଖରେ ଛିଡା ହୁଅନ୍ତି । "

ଏହି 2 ଲୋକପ୍ରିୟ, ହିଟ୍‌ ଯୋଡି 2019 ମସିହାରେ ପ୍ରେକ୍ଷାଳୟକୁ ଆସିଥିବା 'ଭାରତ' ଚଳଚ୍ଚିତ୍ରରେ ନଜର ଆସିଥିଲେ । ପୂର୍ବରୁ ଉଭୟ ମେନେ ପ୍ୟାର କ୍ୟୁଁ କିୟା, ଟାଇଗର ଜିନ୍ଦା ହେ, ଏକ ଥା ଟାଇଗର ଓ ପାର୍ଟନର ଭଳି ସୁପରହିଟ ଚଳଚ୍ଚିତ୍ର ନିଜ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.