ETV Bharat / sitara

ନୂଆ କଳାକାରଙ୍କୁ ସୁଯୋଗ ଦେଉଛି OTT ପ୍ଲାଟଫର୍ମ: ପ୍ରିୟଙ୍କା

author img

By

Published : Jun 23, 2021, 8:49 PM IST

Priyanka Chopra says OTT shattered 'monopoly of specific people' in Bollywood
ନୂଆ କଳାକାରଙ୍କୁ ସୁଯୋଗ ଦେଉଛି OTT ପ୍ଲାଟଫର୍ମ : ପ୍ରିୟଙ୍କା

ନେଟଫ୍ଲିକ୍ସର "ଦ ହ୍ବାଇଟ ଟାଇଗର" ସହିତ ଚଳିତ ବର୍ଷ ଡିଜିଟାଲ ଡେବ୍ୟୁ କରିଥିବା ପ୍ରିୟଙ୍କା କହିଛନ୍ତି ଯେ, ଅନଲାଇନ୍ ପ୍ଲାଟଫର୍ମ ନୂଆ କଳାକାରଙ୍କୁ ସୁଯୋଗ ଦେଉଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କହିଛନ୍ତି ଯେ ଲୋକମାନେ ଅନଲାଇନ୍ ପ୍ଲାଟଫର୍ମ ଆପଣେଇବା ଉଚିତ । ଏହା ଦର୍ଶକଙ୍କୁ ଭିନ୍ନ ଭିନ୍ନ କାହାଣୀ ଦେଖିବାର ସୁଯୋଗ ଦେଇଥାଏ ।

ନେଟଫ୍ଲିକ୍ସର "ଦ ହ୍ବାଇଟ ଟାଇଗର" ସହିତ ଚଳିତ ବର୍ଷ ଡିଜିଟାଲ ଡେବ୍ୟୁ କରିଥିବା ପ୍ରିୟଙ୍କା କହିଛନ୍ତି ଯେ, ଅନଲାଇନ୍ ପ୍ଲାଟଫର୍ମ ନୂଆ କଳାକାରଙ୍କୁ ସୁଯୋଗ ଦେଉଛି ।

ଅଭିନେତ୍ରୀ ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଲୋକମାନେ ଭଲ, ପ୍ରକୃତ କାହାଣୀ ଦେଖିବାକୁ ଚାହାଁନ୍ତି । ଏହା ବହୁତ ଭଲ କାରଣ ଏହା ନୂତନ ଲେଖକ, କଳାକାର, ଚଳଚ୍ଚିତ୍ର ନିର୍ମାତାଙ୍କୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ । ବିଶେଷକରି ଭାରତୀୟ ସିନେମା ଆଗକୁ ବଢିବା ପାଇଁ ଏହା ଏକ ଭଲ ସୁଯୋଗ । ସିନେମା ଘରେ ଚଳଚ୍ଚିତ୍ର ଦେଖିବାର ଅଭିଜ୍ଞତାକୁ ଏହା ସହ ତୁଳନା କରାଯାଇପାରିବ ନାହିଁ, କିନ୍ତୁ 'ଓଭର ଦ ଟପ୍' (OTT) ପ୍ଲାଟଫର୍ମ ଦର୍ଶକଙ୍କୁ ଆରାମଦାୟକ ଅନୁଭୂତି ଦେଇଛି, ଯାହା ମାଧ୍ୟମରେ ଆପଣ ଯେକୌଣସି ସ୍ଥାନରେ ରହି ଘରେ ବସି ମଧ୍ୟ ଯେକୌଣସି ଫିଲ୍ମ ଦେଖିପାରିବେ ।

ପ୍ରକାଶ ଥାଉ କି, ଆମେରିକାରେ 'Z5' ମଞ୍ଚ ର ଶୁଭାରମ୍ଭ ଅବସରରେ ଆୟୋଜିତ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଏହା କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.