ETV Bharat / sitara

ଫଟୋ ସେୟାର କରି ସ୍ବାମୀଙ୍କୁ ବର୍ଥଡେ’ ୱିଶ କଲେ ସନ୍ନି

author img

By

Published : Oct 21, 2020, 2:58 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ଅନେକ ଦିନ ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା ସନ୍ନି ଲିଓନୀଙ୍କ ଫଟୋ । ଏଥର ସେ ସ୍ବାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେବା ପାଇଁ ଲେଖିଛନ୍ତି ଶାନଦାର କଥା...

ମୁମ୍ବାଇ: ବଲିଉଡର ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ଆଜି ସ୍ବାମୀ ଡେନିୟଲ ୱେବରଙ୍କ ଜନ୍ମଦିନ ଖାସ୍ ଅନ୍ଦାଜରେ ପାଳନ କରୁଛନ୍ତି । ଏହି ଅବସରରେ ସେ ସୋସିଆଲ ମିଡିଆରେ ଡେନିୟଲଙ୍କ ପାଇଁ ନିଜ ପ୍ରେମ ପ୍ରକାଶ କରିଛନ୍ତି । ଡେନିୟଲଙ୍କ ସହ ନିଜର ଏକ ଫଟୋ ସେୟାର କରି ଶାନଦାର ପୋଷ୍ଟ ମଧ୍ୟ ଲେଖିଛନ୍ତି ସେ ।

ଫଟୋରେ ଡେନିୟଲଙ୍କ ସହ ବସିଥିବାର ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ହାପି ବର୍ଥଡେ ଡେନିୟଲ । ଲାଇଫ କ୍ରେଜି ଆଉ ହାର୍ଡ ମଧ୍ୟ । କେବେ କେବେ ଏହା ସହ ଡିଲ କରିବା ମତେ ବହୁତ ଜଟିଳ ଲାଗେ । ହେଲେ ତୁମେ ମତେ ଆଉ ପିଲାଙ୍କୁ ସହଜରେ ସମ୍ଭାଳି ନେଉଛ । ତୁମେ ଆମର ବହୁତ ଯତ୍ନ ନେବା ସହ ଭଲ ମଧ୍ୟ ପାଉଛ । ବେଷ୍ଟ ସ୍ବାମୀ ଓ ବାପା ହେବା ପାଇଁ ଅନେକ ଅନେକ ଧନ୍ୟବାଦ । ହାପି ବର୍ଥଡେ ମାଇଁ ଲଭ ।’

ପ୍ରକାଶ ଥାଉକି ଗତ କିଛି ଦିନରୁ ସନ୍ନି ପରିବାର ସହ ଲସ୍ ଏଞ୍ଜେଲିସରେ ଅଛନ୍ତି । ନିକଟରେ ପିଲାଙ୍କୁ ମାସ୍କ ପିନ୍ଧିବା ସହ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ କୋରୋନା ପାଇଁ ସଚେତନା ବାର୍ତ୍ତା ବାଣ୍ଟିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.