ETV Bharat / sitara

ମହାମାରୀ ସମୟରେ ମାନସିକ ଚିନ୍ତାରୁ ଦୂରେଇ ରୁହନ୍ତୁ, କ୍ୟାଟ୍ରିନା କୈଫ

author img

By

Published : May 15, 2020, 6:48 AM IST

Katrina Kaif reveals how she deals with anxiety during pandemic
ମହାମାରୀ ସମୟରେ ଚିନ୍ତାର ନିୟନ୍ତ୍ରଣ କରନ୍ତୁ ବୋଲି କହିଲେ କ୍ୟାଟ୍ରିନା କୈଫ

COVID-19କୁ ନେଇ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ଅଲଗା ଅନୁଭବ କରୁଛନ୍ତି ବେଲି କହିଛନ୍ତି । କ୍ୟାଟ୍ରିନା କହିଛନ୍ତି ଯେ, ଚିନ୍ତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାବେଳେ ମୁଁ ପରାମର୍ଶ ଦେବି ଯେ ସମସ୍ତେ ଶାନ୍ତ ରୁହନ୍ତୁ, ଧ୍ୟାନ କରନ୍ତୁ କିମ୍ବା ଯୋଗ ପ୍ରଦର୍ଶନ କରନ୍ତୁ ଏବଂ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: COVID-19 ମହାମାରୀ ବିଶେଷକରି ଲୋକମାନଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି । ଏନେଇ COVID-19କୁ ନେଇ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ଅଲଗା ଅନୁଭବ କରୁଛନ୍ତି ବେଲି କହିଛନ୍ତି ।

Katrina Kaif reveals how she deals with anxiety during pandemic
ମହାମାରୀ ସମୟରେ ଚିନ୍ତାର ନିୟନ୍ତ୍ରଣ କରନ୍ତୁ ବୋଲି କହିଲେ କ୍ୟାଟ୍ରିନା କୈଫ

କ୍ୟାଟ୍ରିନା ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ଏହି ଲକଡାଉନ ଦ୍ବାରା ଆମକୁ ଜୀବନରେ ବହୁ କିଛି ଶିଖିବାକୁ ମିଳିଛି । ଏହା ଲୋକମାନଙ୍କ ଜୀବନଶୈଳୀକୁ ବଦଳାଇବା ସହ ଜୀବନ ବିଷୟରେ ମୋର ଦୃଷ୍ଟିକୋଣକୁ ମଧ୍ୟ କିଛି ଉପାୟରେ ବଦଳାଇ ଦେଇଛି । ଲକଡାଉନ ସମୟରେ ଆମେ ଆମର ଚିନ୍ତାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଦୃଢ ହୋଇ ବଞ୍ଚିବାର ଶୈଳୀକୁ ଶିଖିବା ଉଚିତ ।

କ୍ୟାଟ୍ରିନା ଆହୁରି କହିଛନ୍ତି ଯେ, ହଁ, ଏମିତି କିଛି ଦିନ ଅଛି ଯେତେବେଳେ ମୁଁ ମୋର ସୁଟିଂର ଦିନକୁ ମନେପକାଇ ବହୁତ ଚିନ୍ତା କରିଥାଏ । ଚିନ୍ତା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାବେଳେ ମୁଁ ପରାମର୍ଶ ଦେବି ଯେ ସମସ୍ତେ ଶାନ୍ତ ରୁହନ୍ତୁ, ଧ୍ୟାନ କରନ୍ତୁ କିମ୍ବା ଯୋଗ ପ୍ରଦର୍ଶନ କରନ୍ତୁ ଏବଂ ଚିନ୍ତାକୁ ନିୟନ୍ତ୍ରଣ କରନ୍ତୁ ।

କ୍ୟାଟ୍ରିନା କହିଛନ୍ତି ଯେ, ଏହି ଲକଡାଉନ ସମୟରେ ମୁଁ ଘର କାମ କରି ଏବଂ ମୁଁ ମୋର ରନ୍ଧନ କୌଶଳକୁ ବୃଦ୍ଧି କରି ମୋର ସମୟ ବିତାଉଛି ।

କରୋନା ସହାୟତାରେ କ୍ୟାଟ୍ରିନା ଦୈନିକ ମଜୁରୀ କର୍ମଚାରୀମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଖାଦ୍ୟ ଯୋଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.