ETV Bharat / sitara

6 ମାସ ପରେ କାମକୁ ଫେରିଲେ ସନ୍ନି, ସେୟାର କଲେ ଖୁସି

author img

By

Published : Nov 11, 2020, 3:06 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ଭାଇରାଲ ହେଲା ସନ୍ନିଙ୍କ ନୂଆ ଫଟୋ । ଦୀର୍ଘ ସମୟ ପରେ କାମକୁ ଫେରି ନିଜ ଖୁସି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇ: କୋରୋନା ଭାଇରାସ ପାଇଁ ଗତ 6 ମାସରୁ ପରିବାର ସହ ଲସ୍ ଆଞ୍ଜେଲ୍ସରେ ରହିଆସୁଥିଲେ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ । ଏବେ ସେ କାମକୁ ଫେରିଛନ୍ତି । ଯାହାର ଫଟୋ ସେ ଫ୍ୟାନ୍ସଙ୍କ ସହ ସେୟାର କରି ଖୁସି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ତାଙ୍କର ଏହି ଫଟୋ ।

ମଙ୍ଗଳବାର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ୱାର୍କ ମୁଡ । ବଲିଉଡ ଗ୍ଲାମର ମୋ ଲାଇଫକୁ ପୁଣି ଫେରିଛି । ଶାନ୍ତି ।’ ଭାଇରାଲ ହେଉଥିବା ଫଟୋରେ ପୂର୍ବ ପରି ସନ୍ନିଙ୍କ ସେକ୍ସୀ ଅନ୍ଦାଜ ପୁଣି ଦେଖିବାକୁ ମିଳୁଛି । ଫ୍ୟାନ୍ସ ମଧ୍ୟ କମେଣ୍ଟ କରି ତାଙ୍କୁ ସ୍ବାଗତ ଜଣାଉଛନ୍ତି ।

ପ୍ରକାଶ ଥାଉକି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସନ୍ନି ମୁମ୍ବାଇକୁ ମିସ୍ କରିବା ସହ ଏଠାକାର ଖାଦ୍ୟ, ପରିବେଶ ଓ ନିଜ ପଡୋଶୀଙ୍କୁ ମିସ୍ କରିବା କଥା କହିଥିଲେ । ସେହିପରି ସେ ମୁମ୍ବାଇକୁ ନିଜର ପ୍ରଥମ ଘର ବୋଲି ଭାବୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.