ETV Bharat / sitara

କ୍ଷମା ମାଗିଲେ ଅନୁପମ, ଜାଣନ୍ତୁ କାହିଁକି...

author img

By

Published : May 18, 2021, 12:02 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଭାଇରାଲ ହେଉଛି ଅନୁପମଙ୍କ ଟ୍ବିଟର ପୋଷ୍ଟ । କବିତା ପଢୁଥିବାର ଆସିଲେ ନଜର । ହେଲେ କବିତା ପାଇଁ ଭୁଲ ମାଗିଲେ ଅଭିନେତା । ଅଧିକ ପଢନ୍ତୁ...

ମୁମ୍ବାଇ: ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି ଭେଟେରାନ ଆକ୍ଟର ଅନୁପମ ଖେର । ପ୍ରାୟତଃ ସାମାଜିକ ଓ ରାଜନୈତିକ ପ୍ରସଙ୍ଗରେ କହୁଥିବା ଅନୁପମ ଏଥର ନିଜର ଏକ ଭୁଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିକଟରେ ସେ ନିଜର ଏକ ଭିଡିଓ ପୋଷ୍ଟ କରି କବିତା ଶୁଣାଇଥିଲେ । କବିତା ଦ୍ବାରା ସେ କୋରୋନା କାଳରେ ଦେଶବାସୀଙ୍କୁ ସାହାସ ଯୋଗାଇବାକୁ ଚେଷ୍ଟା କରିଥିଲେ ।

  • मौजूदा हालात में रामधारी सिंह दिनकर जी की ये पंक्तियां थोड़ा हौसला देती है। इन्हें सुनिये और अगर अच्छी लगें तो दूसरों के साथ भी शेयर कीजिए!🙏🌺🙏 pic.twitter.com/HfUt26buL3

    — Anupam Kher (@AnupamPKher) May 5, 2021 " class="align-text-top noRightClick twitterSection" data=" ">

ହେଲେ କବିତାର ଲେଖକଙ୍କ ନାମ ରାମଧାରୀ ସିଂ ଦିନକର କହି ବର୍ତ୍ତମାନ କ୍ଷମା ମାଗିଛନ୍ତି । କଥାଟି ହେଲା ଯେ ତାଙ୍କୁ ଯେତେବେଳେ ଜାଣାପଡିଲା ଯେ ସେ ପଢିଥିବା କବିତା ରାମଧାରୀଙ୍କର ନୁହେଁ ବରଂ ଇନ୍ଦୋର କବି ହର୍ଷବର୍ଦ୍ଧନ ପ୍ରକାଶଙ୍କର । ତେବେ ସେ ସମସ୍ତଙ୍କୁ କ୍ଷମା ମାଗିଥିଲେ ।

ଆଉ ପୋଷ୍ଟ କରି ଲେଖିଥିଲେ, ‘ମୋର ଜଣେ ବନ୍ଧୁ ମତେ କହିଲେ ଯେ ମୁଁ ପଢିଥିବା କବିତା ରାମାଧାରୀଙ୍କ ନୁହେଁ । ମୁଁ ଭୁଲ ନାମ ନେଇଥିବାରୁ କ୍ଷମା ମାଗୁଛି । ଧନ୍ୟବାଦ ହର୍ଷବର୍ଦ୍ଧନ ପ୍ରକାଶ ଆମକୁ ଏହି ପ୍ରେରଣାଦାୟକ କବିତା ଦେଇଥିବାରୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.